କଳାହାଣ୍ଡି

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ :ବ୍ଲକରେ ୨୪୦ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଲକ୍ଷ୍ୟ

ଥୁଆମୂଳ ରାମପୁର, ୫ା୧୧(ଦୁର୍ଗା କୀର୍ତ୍ତି):ରାୟଗଡ଼ା ଜିଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ…

ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ: ସମସ୍ୟା ବୃଦ୍ଧି ରୋକିବାରେ ସରକାର ଫେଲ

ଥୁଆମୂଳ ରାମପୁର,୫ା୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଗତ କିଛିଦିନ ତଳେ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧୀନ କାରବାଡ଼ି ଗ୍ରାମର ଆନ୍ଦାର ମାଝୀ (୨୫) ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ କିଛିଦିନ କାମ କରିବା…

ବିଦ୍ୟୁତ୍‌ ଆଘାତରେ କକା ମୃତ, ଝିଆରୀ ଗୁରୁତର

କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଲୁଥୁରବନ୍ଦ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗୁହାଳରେ କ୍ଷୀର ସଂଗ୍ରହ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଆରୀ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ଘରେ ଆତ୍ମହତ୍ୟା କଲେ ଯୁବତୀ, ଭୟରେ ପରିବାର ଲୋକେ କଳେ ଏମିତି କାମ: ସତ ଜଣାପଡ଼ିବା ପରେ…

ଲୋଇସିଂହା,୩।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ହଳଦିପଦର ନିକଟସ୍ଥ ଘେସାଲି ନାଲାରୁ ଜଣେ ଯୁବତୀଙ୍କ ମୃତଦେହକୁ ଆଗଲପୁର ପୋଲିସ ରବିବାର ଅପରାହ୍ନରେ ଜବତ କରିଥିଲା। ମୃତ ଯୁବତୀ ଜଣକ ହେଲେ ହଳଦିପଦର ଗ୍ରାମର ନେପୂର ଗହିର(୨୬)। ଆଗଲପୁର ପୋଲିସ ସାଇିଫିକ୍‌…

ସମସ୍ୟା ଘେରରେ ରେଳ ଷ୍ଟେଶନ:ଜିଏମଙ୍କୁ ଦାବିପତ୍ର ଦେବା ପାଇଁ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ମାସିକ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ପୂର୍ବ ବୈଠକର…

ଦନ୍ତା ହାତୀ ଆକ୍ରମଣରେ ୫ବର୍ଷର ନାବାଳକ ଶିଶୁ ମୃତ , ବଡଭାଇ ଗୁରୁତର

ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ହରଡ଼ାପଦର ଗ୍ରାମରେ ସୋମବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ୫ ବର୍ଷୀୟ ନାବାଳକ ରବି ମାଝୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ବଡଭାଇ ୮ ବର୍ଷୀୟ ସାମ୍ବରୁ ମାଝୀ…

ପୁଣି ଦୁର୍ଗମ ଅଞ୍ଚଳରୁ ଆସିଲା ଦାଦନ ଦୁଃଖ: ଝିଅର ଉଚ୍ଛ ଶିକ୍ଷା ଲାଗି  ଟଙ୍କା ପାଇଁ ଯାଇଥିଲେ ହେଲେ ଫେରିଲା…

ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): ରାଜ୍ୟ ତଥା କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ନଚେତ୍‌ ନିଖୋଜ ଘଟଣା ମଧ୍ୟ ଥମିବାର ନାଁ ନେଉନାହିଁ। ଗାଁରେ…

କଳାହାଣ୍ଡି ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

କର୍ଲାମୁଣ୍ଡା;୨।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର କଳାହାଣ୍ଡି ଜିଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଜିଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଜିଲାର ୧୩ଟି ବ୍ଲକରୁ ୧୪ ଓ…

ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ ଆଲୁମିନା

ଭବାନୀପାଟଣା,୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନା କମ୍ପାନୀ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକଙ୍କୁ ବହୁତ ଆଶା ଦେଖାଇଥିଲା। ଏପରି କି ପ୍ରଦୂଷଣମୁକ୍ତ ଅଞ୍ଚଳ ଗଢ଼ିତୋଳିବାର ପ୍ରତିଶ୍ରୁତି ଦେଇଥିଲା। ଫଳରେ ସ୍ଥାନୀୟ ଲୋକମାନେ କାମଧନ୍ଦା ପାଇଁ ବେଦାନ୍ତ ଏକ…

କଳାହାଣ୍ଡି ଜିଲା ଗଠନ ସମାରୋହରେ କଳା ପ୍ରଦର୍ଶନ କଲେ କୃତିତ୍ୱ

କେସିଙ୍ଗା,୧।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ୭୬ତମ କଳାହାଣ୍ଡି ଜିଲା ଗଠନ ପ୍ରତିଷ୍ଠା ସମାରୋହ-୨୦୨୫ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ…

ଖରିଫ ଧାନ ମଣ୍ଡି ପରିଚାଳନା ନେଇ ପ୍ରସ୍ତୁତି

କର୍ଲାମୁଣ୍ଡା,୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସଭା ଗୃହଠାରେ ଶନିବାର ଚଳିତ ବର୍ଷ ଖରିଫ ଋତୁରେ ହେବାକୁ ଥିବା ଧାନମଣ୍ଡି ବିଷୟରେ ଏକ ପ୍ରସ୍ତୁତି ବୈଠକ ସମବାୟ ସମିତିର ସଭାପତି…

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠପଢ଼ା, ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର

ରିଷିଡା,୩୧।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନାବନା ଗଛ ଘାସ ଘେରରେ ରହିଛି। ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?