ମନ୍ଥର ଗତିରେ ଚାଲିଛି ଧାନ ସଂଗ୍ରହ

ଭବାନୀପାଟଣା, ୧୦।୧ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି। ଗତ ୫ ରୁ ୭ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଥିଲା। ମିଲର୍ସଙ୍କ ଆନ୍ଦୋଳନ ସ୍ବଭାବିକ ହେବା ପରେ ୮ତାରିଖ ଠାରୁ ମଣ୍ଡିରୁ ଧାନ ଉଠାଣ ଆରମ୍ଭ ହୋଇଥିଲା। ଗୁରୁବାର ସୁଦ୍ଧା ଜିଲାରେ ୫୩ ହଜାର ୨୨୭ ଜଣ ଚାଷୀ ୨୪ ଲକ୍ଷ ୨୨ ହଜାର ୬୬୧ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି। ସେହିପରି ଜିଲାରେ ପ୍ରଥମ ପର୍ଯ୍ୟାୟରେ ୩୬ଲକ୍ଷ ୫ହଜାର ୮ ଶହ କୁଇଣ୍ଟାଲ ଟାର୍ଗେଟ ଆସିଥିବାବେଳେ ଶୁକ୍ରବାର ଜିଲାକୁ ପୁଣି ଆହୁରି ଅତିରିକ୍ତ ୧୭ ଲକ୍ଷ ୫ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯାଇଛି। ଫଳରେ ବର୍ତ୍ତମାନ ଜିଲାର ଧାନ କିଣା ଟାର୍ଗେଟ ୫୪ ଲକ୍ଷ ୮ ଶହ କୁଇଣ୍ଟାଲରେ ପହଞ୍ଚିଛି। ଜିଲାର ୨୩୦ଟି ମଣ୍ଡିରେ ମିଲର୍ସମାନେ କମ ସଂଖ୍ୟକ ଟ୍ରକ ପଠାଉଥିବା ଯୋଗୁ ଧାନ ଉଠାଣରେ ବିଳମ୍ବ ଦେଖାଦେଉଛି । ମଣ୍ଡିମାନଙ୍କରେ ଚାଷୀମାନେ ଧାନକୁ ତାରପୋଲିନ ଢାଙ୍କି ହାଡ଼ଭଙ୍ଗା ଶୀତ କାକରରେ ପଡି ରହିଛନ୍ତି। ତେବେ ଏହାରି ମଧ୍ୟରେ ଗତ ୭ ତାରିଖଠାରୁ ରବି (ଡାଲୁଅ) ଚାଷ ପାଇଁ ଇନ୍ଦ୍ରାବତୀରୁ ପାଣି ଛଡା ଯାଇଥିବାବେଳେ ଏପର୍ଯ୍ୟନ୍ତ ଚାଷୀ ମଣ୍ଡିରେ ଖରିଫ ଧାନ ବିକ୍ରୀ କରିପାରିନାହାଁନ୍ତି। ଅନ୍ୟପକ୍ଷରେ ରବିଚାଷ ଆରମ୍ଭ ହେବାକୁ ଥିବା ଯୋଗୁ ବହୁ ଚାଷୀ ଅଣ୍ଡର ରେଟରେ ଦଲାଲମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଦଲାଲମାନେ ମିଲର୍ସମାନଙ୍କ ଜରିଆରେ ମିଲମାନଙ୍କୁ ଧାନ ଯାଉଥିବା ଯୋଗୁ ଜିଲା ପ୍ରଶାସନ ପକ୍ଷରୁ ମିଲ ପଏଣ୍ଟଗୁଡିକର ଷ୍ଟକ ଭେରିଫିକେସନ କରାଯିବାକୁ ଚାଷୀ ମହଲରେ ଦାବି ହୋଇଛି। ଗୋଟିଏ ପଟେ ଟୋକନ ବିଭ୍ରାଟ ଅନ୍ୟପଟେ ବିଳମ୍ବରେ ଧାନ ଉଠାଣ ଯୋଗୁ ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗତ କିଛି ଦିନ ଧରି ଶୀତ ବଢିବାରେ ଲାଗିଥିବାବେଳେ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଧରି ଜଗି ରହିଥିବା ଚାଷୀଙ୍କ ଚିନ୍ତା ମଧ୍ୟ ସେତିକି ବଢିବାରେ ଲାଗିଛି । ଧାନ ମଣ୍ଡି ପାଇଁ ରାଜନେତାଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରବଦ୍ରଷ୍ଟା ଥିବା ଯୋଗୁଁ ମଣ୍ଡିମାନଙ୍କରେ ଅଚଳାବସ୍ଥା ଦେଖାଦେଇଛି ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri