କଳାହାଣ୍ଡି

ସାମାଜିକ ବାସନ୍ଦରୁ ମୃତଦେହକୁ ଛୁଇଁଲେନି କେହି! ୮ ଘଣ୍ଟା ପରେ ୩ ଯୁବତୀଙ୍କ କାନ୍ଧରେ ବୁହାହେଲା ଶବ

ଲାଞ୍ଜିଗଡ,୩୦।୧୦(ରମେଶ ଚନ୍ଦ୍ର ନାୟକ): ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ବି ଅନାଇଲେନି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରରେ । ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହାହୋଇ…

କଳାହାଣ୍ଡି-ବଲାଙ୍ଗୀରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ

ମଦନପୁର,୩୦ା୧୦(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ପଞ୍ଚାୟତ ଅଧୀନ ବେନାଗୁଡ଼ାରୁ କର୍ଳାକୁବୁଲି ଦେଇ ବଲାଙ୍ଗୀର ଜିଲାର ଗୁଡଭେଲା ବ୍ଲକର ଘୁନା ପଞ୍ଚାୟତ ଅଧୀନରେ ବଗବାହଲକୁ ସଂଯୋଗ କରୁଥିବା ରାସ୍ତା ଅତିଦୟନୀୟ ଅବସ୍ଥା। ସୂଚନାଯୋଗ୍ୟ, କଳାହାଣ୍ଡି…

ଗାଧୋଇବାକୁ ଯାଇ ଘରକୁ ଫେରିଲେନି, ପୋଖରୀରେ ଭାସିଲା ମୃତଦେହ; ଖବର ପାଇ…

ଥୁଆମୂଳ ରାମପୁର,୨୯।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସ୍ଥିତ ର୍ଚିକା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା l ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ଗଧୋଇବାକୁ ଯାଇ ବୁଡି ପ୍ରାଣ ହରାଇଥିବା ଜଣା ପଡିଛି।…

ବାତ୍ୟା ‘ମୋନ୍ଥା’: ୬୭ ପଞ୍ଚାୟତର ୧୧୭ ଗ୍ରାମ ପ୍ରଭାବିତ ଆଶଙ୍କା

ଭବାନୀପାଟଣା,୨୭ା୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ମୁକାବିଲା କରିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସୋମବାର ଅପରାହ୍ନରେ ଭବାନୀପାଟଣାସ୍ଥିତ ଓସୱାନ ହଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ପାୱାର ସଚିନ…

ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ, ଟ୍ରେନ ଲାଇନରେ କଟି ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୭।୧୦(ଦୁର୍ଗା କୀର୍ତ୍ତି): ନିଜ ଘର ପରିବାରର ପ୍ରତି ପୋଷଣ କରିବା ସ୍ବପ୍ନ ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଗତ ଦୁଇ…

ମୋନ୍ଥାର ପ୍ରଭାବ:  ଛୁଟି ବାତିଲ୍‌ ପରେ ଜରୁରୀ କାଳୀନ ବୈଠକ

କେସିଙ୍ଗା,୨୭।୧୦(ତୁମେଶ୍ବର ସାହୁ ): ଆସନ୍ତା ୨୮ ରୁ ୩୦ ତାରିଖ ଯାଏ ହେବାକୁ ଥିବା ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ସୋମବାର ଅନୁଷ୍ଠିତ…

୫୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୧୩୩ ପରୀକ୍ଷାର୍ଥୀ

କର୍ଲାମୁଣ୍ଡା:୨୭।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଭିଯାନ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଏଫଏଲଏନ୍‌ଏଟି ଶିକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଗାଧୁପୁରଠାରେ ନବ ସାକ୍ଷରଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।…

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ…

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏକ ନିର୍ଦ୍ଦେଶନାମା…

ବର୍ଷେ ହେଲା ନେଟ୍‌ଓ୍ବର୍କ ଅଚଳ: ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଦିନେ କି ୨ ଦିନ ନୁହଁ। ଗତ ୧ ବର୍ଷ ଧରି ବିଏସ୍‌ଏନ୍‌ଏଲ୍‌ ମୋବାଇଲ ନେଟଓ୍ବର୍କ ଅଚଳକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ପର୍ତ୍ତମାହା ପଞ୍ଚାୟତରେ ରହିଥିବା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କରେ।…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ:ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା,୨୪।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଗାଧୁପୁରଠାରେ ଅଗାଧୁପୁର ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚଟି କଳାହାଣ୍ଡି ଜିଲାର ବେଲଖଣ୍ଡି ଓ…

ବିକାଶରେ ବାଧକ ସାଜିଛି ଗୁଡ଼ାଙ୍ଗଘାଟି: ପ୍ରାଥମିକ ଶିକ୍ଷାରୁ ପିଲାଙ୍କ ପାଠପଢା ଠପ୍‌

ଭବାନୀପାଟଣା,୨୪ା୧୦(ଉତ୍ତମ କୁମାର ଦାଶ):ସରକାର ବଦଳିଛି, ମାତ୍ର କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ରାସ୍ତା ନ ଥିବାରୁ ବିକାଶ ଅପହଞ୍ଚ ହୋଇରହିଛି। ପୂର୍ବରୁ ଯେଉଁ ସମସ୍ୟା ଥିଲା ଆଜି ମଧ୍ୟ ସମାନ ଅବସ୍ଥା। ଲୋକଙ୍କ…

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ନା ହତ୍ୟା: ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

କେସିଙ୍ଗା,୨୩।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଳ ଓଭରବ୍ରିଜରେ କାର୍ଯ୍ୟରତ ଜଣେ ଶ୍ରମିକ ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶ୍ରମିକଜଣଙ୍କ ଭଦ୍ରକ ଜିଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକ ଙ୍କ ପୁଅ ତାପସ ନାଏକ (୨୫) ବୋଲି ଜଣାପଡିଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?