ପକ୍ଷୀପ୍ରେମୀଙ୍କ ପାଇଁ ଖୁସି ଖବର: ଭତ୍ରାଡ୍ୟାମରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଡିସେମ୍ୱରରୁ ଶୀତର ଲହରି ଆରମ୍ଭ ହୋଇଛି। ଶୀତ ଋତୁ ଆରମ୍ଭରୁ ପ୍ରାୟ ୧୨ରୁ ଅଧିକ ବିଦେଶୀ ପ୍ରଜାତିର ପରିବ୍ରାଜକ ପକ୍ଷୀଙ୍କ ଠିକଣା ପାଲଟିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଭତ୍ରାଡ୍ୟାମ। ଏବେ ଉକ୍ତ ଡ୍ୟାମରେ ପ୍ରାୟ ୨୫୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ପାଲଟିଛି।

ଜିଲାର ଇନ୍ଦ୍ରାବତୀ ଜଳଭଣ୍ଡାର ସହ ଭତ୍ରାଯୋର ସଂଯୋଗ ଥିବା ଏହାର ତଟର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପରିବ୍ରାଜକ ପକ୍ଷୀଙ୍କ ଆଗମନ ପ୍ରାୟ ଅକ୍ଟୋବରରୁ ଆରମ୍ଭ ହୋଇଛି। ଭତ୍ରାଡ୍ୟାମ ସମେତ କର୍ଲାପାଟ ଅଭୟାରଣ୍ୟ ଓ ବିଭିନ୍ନ ଜଳ ଉତ୍ସଗୁଡ଼ିକରେ ଏହି ପକ୍ଷୀମାନେ ବିଚରଣ କରୁଛନ୍ତି। ଜୁନାଗଡ଼ ବ୍ଲକ ଭତ୍ରାଯୋର ଡ୍ୟାମ ଇକୋଟୁରିଜମ ଯୋଜନାରେ ବନବିଭାଗ ପକ୍ଷରୁ ନୌକାବିହାର କେନ୍ଦ୍ର ଭାବେ କାର୍ଯ୍ୟକାରୀ ହେଉଛି।

ଏଠାକୁ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆସୁଥିବାରୁ ପକ୍ଷୀ ଅଭୟାରଣ୍ୟ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାହାକି ଏବେ ବିଚାର ଧୀନ ରହିଛି। କେତେକ ସାଇବେରିଆନ ପକ୍ଷୀ ମଧ୍ୟ ଭତ୍ରାଜୋର ଡ୍ୟାମ ଓ ଜୟପାଟଣା ବ୍ଲକ ସ୍ଥିତ ସୁନ୍ଦରୀ ଯୋରରେ ଦେଖାଯାଉଛନ୍ତି।

ଏଠାରେ ବିଦେଶୀ ପକ୍ଷୀ ଗାର୍ଡୱାଲ, ରେଡ ହୋଡେଡ଼ ପୋଚାର୍ଡ, ନର୍ଥନ ପିଣ୍ଡେଲ, ସାରବାର୍ଡ, ଉତସେଣ୍ଡ ପାଇପର, ଗ୍ରୀନ୍ସେଣ୍ଡ ପାଇପର, ଟେରମେରିକା ୱିଣ୍ଟ, ଲିଟିଲ ରିଙ୍ଗ ପାଲଭର, ବ୍ଲାକୱିଙ୍ଗ ସ୍କେଲଡ଼, ହିସକଡ ଷ୍ଟେର୍ଣ୍ଣ, ରୋଜିଷ୍ଟାରଲିଙ୍ଗ, ଗାରଗେନୀ, ୟୁରୋପିଏନ ଷ୍ଟୋନ ସମେତ ପ୍ରାୟ ୧୨ଟି ପ୍ରଜାତିର ପକ୍ଷୀ ବର୍ତ୍ତମାନ ଦେଖାଯାଉଛନ୍ତି।

ସେହିପରି ହିମାଳୟ ପାଦଦେଶର ଇଣ୍ଡିଆନପିକଟା, ବ୍ରାଉନକେପଡ, ପିଗମି ଉପ୍ଲେକର, ରେପଡ ଇବିସ ଭଳି ବହୁ ପ୍ରଜାତିର ପ୍ରାୟ ୨୫୦ରୁ ଅଧିକ ପକ୍ଷୀ କଳାହାଣ୍ଡିକୁ ଆସିଥାନ୍ତି ବୋଲି ପକ୍ଷୀ ବିଶାରଦ ଦାବି କରୁଛନ୍ତି।

ଭତ୍ରାଯୋର ଅଞ୍ଚଳର ଚାଷଜମି ଓ ପୋଖରୀ ନିକଟରେ ପରିବ୍ରାଜକ ପକ୍ଷୀମାନେ ଦଳଦଳ ହୋଇ ଖାଦ୍ୟ ଅନ୍ୱେଷେଣ କରୁଛନ୍ତି। ଖାଦ୍ୟ ଅନ୍ୱେଷେଣରେ ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆରୁ ଏହି ପ୍ରଜାତିର ପକ୍ଷୀ ଆସିଥିବା ପକ୍ଷୀ ବିଶେଷଜ୍ଞ ଆଇନଜୀବୀ ମହମ୍ମଦ ଖଲିଲ ପ୍ରକାଶ କରିଛନ୍ତି ।

ସେ ବିଭିନ୍ନ ସ୍ଥାନରେ ପକ୍ଷୀ ଚିହ୍ନଟ ପାଇଁ ଅନ୍ୱେଷଣରେ ଥିବାବେଳେ ଅନେକ ବିରଳ ପକ୍ଷୀ ଦଳକୁ ଦେଖିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ ପକ୍ଷରୁ ଭତ୍ରାଡ୍ୟାମକୁ ନୌକାବିହାର ଭାବେ ବିକାଶ କରାଯାଇଥିବାବେଳେ ପକ୍ଷୀଙ୍କ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ପକ୍ଷୀ ସୁରକ୍ଷା ଶିବିର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri