ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ଶୂନ୍ୟ: ଅପହଞ୍ଚ ଡିଜିଟାଲ ସେବା, ହନ୍ତସନ୍ତ ହେଉଛନ୍ତି ହଜାର ହଜାର…

ଥୁଆମୂଳରାମପୁର,୧୦।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ନେଟ୍‌ୱର୍କ ସେବାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ ‘ଜିଓ’ ନେଟୱର୍କ ଉପଲବ୍ଧ ଥିବାରୁ ଅଞ୍ଚଳର ଶତକଡ଼ା ୮୦ ଭାଗ ଲୋକ ଏହି କମ୍ପାନୀର ସିମ୍‌ ବ୍ୟବହାର କରୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଖୋଦ ବ୍ଲକ ମୁଖ୍ୟାଳୟରେ ଜିଓ ଟାୱାର ନଥିବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟାଳୟରେ ବିଏସଏନଏଲ (BSNL) ଓ ଏୟାରଟେଲ (Airtel) ସେବା ଥିଲେ ହେଁ, ଅଧିକାଂଶ ଲୋକ ଜିଓ ଉପଭୋକ୍ତା ହୋଇଥିବାରୁ ଏଠାକୁ ଆସିବା ପରେ ସେମାନଙ୍କ ମୋବାଇଲ ଏବେ କେବଳ ‘ଖେଳନା’ ପାଲଟିଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହଶହ ଲୋକ ପ୍ରତିଦିନ ସରକାରୀ କାର୍ଯ୍ୟାଳୟ, ଆଧାର କେନ୍ଦ୍ର, ବ୍ୟାଙ୍କ ଓ ଜନସେବା କେନ୍ଦ୍ରକୁ ନିଜର ଜରୁରୀ କାମ ପାଇଁ ଆସିଥାନ୍ତି। ଆଧାର ସଂଶୋଧନ ହେଉ କିମ୍ବା ବ୍ୟାଙ୍କରୁ ଟଙ୍କା ଉଠାଣ, ପ୍ରତ୍ୟେକ କାର୍ଯ୍ୟ ପାଇଁ ମୋବାଇଲକୁ ଆସୁଥିବା ଓଟିପି (OTP) ଉପରେ ସମସ୍ତେ ନିର୍ଭରଶୀଳ। ଗ୍ରାମାଞ୍ଚଳରୁ ଆସୁଥିବା ହିତାଧିକାରୀଙ୍କ ପାଖରେ ଜିଓ ସିମ୍‌ ଥିବା ବେଳେ ମୁଖ୍ୟାଳୟରେ ନେଟୱର୍କ ନ ଥିବାରୁ ସେମାନଙ୍କ ପାଖକୁ ଓଟିପି ଆସିପାରୁ ନାହିଁ। ଫଳରେ ଦୂରଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଆସୁଥିବା ଗରିବ ଆଦିବାସୀ ଲୋକେ କାମ ନହେବାରୁ ଦିନ ସାରା ଭୋକ ଉପାସରେ ରହି ଶେଷରେ ନିରାଶ ହୋଇ ଘରକୁ ଫେରୁଛନ୍ତି।ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ସବୁଠି ଅଞ୍ଚଳବାସୀ ଗୁହାରି କରିସାରିଛନ୍ତି। ଏପରିକି ସ୍ଥାନୀୟ ସାଂସଦଙ୍କୁ ମଧ୍ୟ ଅବଗତ କରାଯାଇଛି। ମାତ୍ର ପଞ୍ଚାୟତ ସ୍ତରରେ ଜିଓ ଟାୱାର ବସି ପାରୁଥିବା ବେଳେ, ମୁଖ୍ୟାଳୟ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାହିଁକି କମ୍ପାନୀ ଟାୱାର ବସାଉ ନାହିଁ ଏବଂ ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହିଁ, ତାହା ଏବେ ସନ୍ଦେହ ଘେରରେ l ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ନଥିବା ଯୋଗୁ କେବଳ ଜନସାଧାରଣ ନୁହଁନ୍ତି, ବରଂ ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ତୁରନ୍ତ ଏଠାରେ ଏକ ଜିଓ ଟାୱାର ସ୍ଥାପନ କରିବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି। ଯଦି ପ୍ରଶାସନ ଏବଂ ସମ୍ପୃକ୍ତ କମ୍ପାନୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତବାସୀ ଏକଜୁଟ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?