କଳାହାଣ୍ଡି ଉତ୍ସବ ଘୁମୁରା: ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର

କେସିଙ୍ଗା,୧।୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶନିବାର ସକାଳେ ମହାସମାରୋହରେ ୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୮ଟାରେ ସହରର ଅଧିଷ୍ଠାତ୍ରୀ ଦେବତା ବୁଢ଼ାରଜା ବୁଢ଼ା ଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବୀର ବାଦ୍ୟ ଘୁମୁରାବାଦ୍ୟରେ ସହର କମ୍ପି ଉଠିଥିଲା ସହର ପରିକ୍ରମା କରି ବିଦ୍ୟାପୀଠସ୍ଥିତ ବୁଢ଼ାରଜା ମଞ୍ଚ ଯାଏ ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରାଯାଇଥିଲା। ଏହି ମଶାଲ ଯାତ୍ରାପରେ ବୁଢ଼ାରଜା ମଞ୍ଚକୁ ନିମନ୍ତ୍ରିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଏସ୍‌ଡିପଓ ସନ୍ଦୀପ ମାଝୀଙ୍କ ସମେତ ସମସ୍ତ କାଉନ୍‌ସିଲରବୃନ୍ଦ ଯୋଗଦାନକରି ମଞ୍ଚକୁ ଉଦ୍‌ଘାଟନ କରିଥିଲେ। ପରେ ପୂର୍ବାହ୍ନରେ ଲୋକଗୀତ, ଲୋକନୃତ୍ୟ, ଝୋଟି, ମୁରୁଜ, କଳାହାଣ୍ଡିଆ ପିଠା, ବିଭିନ୍ନ ଭଜନ, ଦଉଡଡିଆ, ଆଦି ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରତିଯୋଗିତା ହୋଇଥିଲା। ଅପରାହ୍ନରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି…

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’ ଉନ୍ମୋଚିତ

ଭୁବନେଶ୍ୱର,୧୯।୪: ଟାଇମ୍‌ପାସ୍‌ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ’…

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ…

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri