ଯାଜପୁର

କାମରେ ଲାଗୁନି ସିପିସି

ଯାଜପୁର,୧୪ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌(ସିପିସି) ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହାବିଦ୍ୟାଳୟ ଏବଂ ସରକାରୀ/ବେସରକାରୀ ବୈଷୟିକ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରମାନେ ଖଣି ଓ ଶିଳ୍ପାସଂସ୍ଥାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି।…

ଏଚ୍‌ଏସ୍‌ଆର୍‌ପି ବ୍ୟବହାର ନିୟମ ପ୍ରହସନ

ରସୁଲପୁର,୧୪ା୩(ରଞ୍ଜିତ ରାଉତ):କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଚ୍‌ଏସ୍‌ଆର୍‌ପି(ହାଇ ସିକ୍ୟୁରିଟ୍‌ ରେଜିଷ୍ଟ୍ରେଶନ ପ୍ଲେଟ୍ସ) ବ୍ୟବହାର କରିବାକୁ ନିୟମ ହୋଇଛି। ଚଳିତବର୍ଷ ୧୭ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ପୁରୁଣା ଓ ନୂଆ ଗାଡ଼ିରେ ଏହି ପ୍ଲେଟ୍ସ ଲାଗିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା।…

ବାସଚ୍ୟୁତଙ୍କ ଅସମାହିତ ସମସ୍ୟା

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୧୩।୩ : କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାକାର ବାସଚ୍ୟୁତଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଏନେଇ ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏହି କ୍ରମରେ ଭୀମ…

ମେଣ୍ଟକୁ ନେଇ ଆଶା ଆଶଙ୍କାରେ ପ୍ରାର୍ଥୀ

ଯାଜପୁର,୧୨ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟରେ କ୍ଷମତାସୀନ ବିଜେଡି ଓ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ଏଥର ବୁଝାମଣା ଭିତ୍ତିରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ରାଜ୍ୟସାରା ହୁଲ୍‌ସ୍ଥୂଲ ପଡିଛି। ହେଲେ ଯାଜପୁର ଜିଲାରେ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି।…

ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଲାଇନର ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଏଠାରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) ଏବଂ ଗଳିପୋଲ(ଅଣ୍ଡରପାସ) ନିର୍ମାଣ ଆରମ୍ଭ ହୋଇଛି। ଏଥିସହିତ ରେଳଲାଇନ ଦୋହରୀକରଣ କରାଯାଉଛି।…

ଚିଙ୍ଗୁଡ଼ିଆ ନାଳରେ ବୁଲୁଛି କୁମ୍ଭୀର

ବରୀ,୧୦।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧୀନ ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ କୁମ୍ଭୀର ଦେଖିବାକୁ ମିଳିଛି। ନାଳରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ସରପଞ୍ଚ ପ୍ରଭାତୀ ପଲେଇଙ୍କୁ ସୂଚନା ଦେଇଛନ୍ତି। ସରପଞ୍ଚ ବନ…

ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା

ଯାଜପୁର,୯ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସଦର ଥାନା ଜମଧର ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ସ୍ବର୍ଗତ ପବନ ମଳିକଙ୍କ ପୁଅ କାଳନ୍ଦୀ ( ୬୨)। ତାଙ୍କ ଘର ସପ୍ନେଶ୍ୱରପୁର।…

ରାତି ଉଜାଗର ରହିବେ ପଞ୍ଚ ଦେବତା

ଚଣ୍ଡିଖୋଲ,୮ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହା ଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ପ୍ରସିଦ୍ଧ ଶୈବ ପୀଠ ହେଇଥିଲେ ମଧ୍ୟ ପୁତ୍ର ମହାବିନାୟକଙ୍କ ନାମରେ ନାମିତ ମନ୍ଦିରରେ ପଞ୍ଚ ଦେବତା…

ସେତେବେଳେ କୋରେଇ, ଏବେ ଧର୍ମଶାଳା

ରସୁଲପୁର,୭ା୩(ରଞ୍ଜିତ ରାଉତ):ସାଧାରଣ ନିର୍ବାଚନ ପାଖେଇ ଆସିଲେ ବିଜେଡିର ନେତା ଓ କର୍ମୀଙ୍କ ମିଶାଣ ଫେଡ଼ାଣକୁ ନେଇ ଦଳ ବେଶୀ ଚର୍ଚ୍ଚାରେ ରହିଥାଏ। ଯାଜପୁର ଜିଲାରେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ଛାମୁଆ ନେତାଙ୍କୁ ଫେରାଇ ଆଣିବା ପାଇଁ ଦଳ ସମାନ ରଣନୀତି…

ଅଭିଜ୍ଞତାରୁ ସଫଳ ଉଦ୍ୟୋଗୀ

ଯାଜପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ନିଜ ଉଦ୍ୟମ ଓ ଅଭିଜ୍ଞତାରୁ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଏପରିକି ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଏବଂ ଇଗ୍ନୁରୁ…

କଂଗ୍ରେସ ଛାଡ଼ିଲେ ରାଜନାରାୟଣ

ଚଣ୍ଡିଖୋଲ,୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସମ୍ପାଦକ କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ର ବୁଧବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ…

ଅବହେଳିତ କୁଆଖିଆ ବଜାର

ରସୁଲପୁର,୬।୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁଆଖିଆ ବଜାର ଅବହେଳିତ ଅବସ୍ଥାରେ ରହିଛି। ଫଳରେ ଏଠାରେ ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚତ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ବିଜୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri