ପଦ୍ମ ଧରିପାରନ୍ତି ଆକାଶ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବରୀ ଓ ବଡ଼ଚଣା ଆସନ ନିମନ୍ତେ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାକୁ ମିଳିବ ଟିକେଟ ଏବଂ କିଏ ବାଦ୍‌ ପଡ଼ିବେ ସେନେଇ ନେତା ଓ ସେମାନଙ୍କ ସମର୍ଥକମାନେ ଚିନ୍ତାରେ ରହିଛନ୍ତି। ତେବେ ଯାଜପୁର ବିଧାନସଭା ଆସନରେ ଚର୍ଚ୍ଚାରେ ନ ଥିବା ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଏହାକୁ ଅନେକେ ଡମି ପ୍ରାର୍ଥୀ (ଯାହାଙ୍କୁ ପରବର୍ତ୍ତୀ ସମୟରେ ଇସ୍ତଫା ଦେବାକୁ କୁହାଯାଇ ଜଣେ ଟାଣୁଆ ନେତାଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇପାରେ) ବୋଲି ଆଲୋଚନା କରୁଛନ୍ତି। ସେଭଳି ଡମି ପ୍ରାର୍ଥୀଙ୍କୁ କୋରେଇ ଆସନ ପାଇଁ ମଧ୍ୟ ବିଜେଡି ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ କୋରେଇରେ ଟିକେଟ ଦୌଡ଼ରେ ଥିବା ବିଧାୟକ ଅଶୋକ ବଳ ଏବଂ ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ବଳି ପଡ଼ିପାରନ୍ତି। ଏଥିଯୋଗୁ ଆକାଶ ବିଜେଡି ଛାଡ଼ି ପଦ୍ମ ଧରିପାରନ୍ତି ଏବଂ ଭାଜପା ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ହେଲେ ଏଥର କୋରେଇରେ ଜୋର୍‌ଦାର ଲଢ଼େଇ ହେବା ସମ୍ଭାବନା ରହିଛି।
ଆକାଶଙ୍କ ସ୍ଥାନରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉଥିବା ଚର୍ଚ୍ଚା ଶୁଣି ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆକାଶଙ୍କୁ ସ୍ବାଧୀନ ଭାବେ ଲଢ଼ିବା କିମ୍ବା ଭାଜପାରେ ମିଶି ଟିକେଟ ଆଣିବାକୁ ସେମାନେ ଚାପ ସୃଷ୍ଟି କରୁଥିବା ଆଲୋଚନା ହେଉଛି। ଏଭଳି ସ୍ଥିତିରେ କୋରେଇ ରାଜନୀତି ରୋଚକ ମୋଡ଼ ନେଉଛି। କିନ୍ତୁ ବିଧାୟକ ବଳ ପ୍ରାୟ ନିରବ ରହିଥିବା ମନେହେଉଛି। ଏଥିରୁ କୋରେଇ ବିଜେଡିରେ ବିଦ୍ରୋହ କିମ୍ବା ଦଳ ଭାଗ ଭାଗ ହେବା ସମ୍ଭାବନା ରହିଛି।
୨୦୧୪ ସାଧାରଣ ନିର୍ବାଚନରେ ଅଭିନେତାରୁ ବିଜେଡି ନେତା ସାଜି ଆକାଶ ପ୍ରଥମ ଥର କୋରେଇ ଆସନରୁ ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ଆକାଶଙ୍କୁ ଟିକେଟ ମିଳି ନ ଥିଲା। ତେଣୁ ତାଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇ ସନ୍ତୁଷ୍ଟ କରାଯାଇଥିଲା। ସେତେବେଳେ ପୂର୍ବତନ ଭାଜପା ନେତା ଅଶୋକ ବଳ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ। ତେବେ କୋରେଇକୁ ବିଜେଡି ପରୀକ୍ଷାର ପ୍ରୟୋଗଶାଳା ଭାବେ ଗ୍ରହଣ କରି ଗତ ଦୁଇ ଦଶନ୍ଧି ଧରି ପ୍ରାର୍ଥୀ ବଦଳ କରିଆସୁଛି। ତେଣୁ କୋରେଇ ପାଇଁ ପୁଣି ଏକ ନୂଆ ଚେହେରା ବିଜେଡି ଦେଇପାରେ ବୋଲି କୁହାଯାଉଛି। ଏଭଳିସ୍ଥଳେ ଆଶାୟୀ ପ୍ରାର୍ଥୀ ଭାବେ ଆକାଶ ଭାଜପାକୁ ଯିବାକୁ ମନସ୍ଥ କରିଥିବା ଆଲୋଚନା ହେଉଛି। ହେଲେ ଭାଜପା ଯୁବନେତା ଆଲେକଜାଣ୍ଡାର ଦାସ ଏବଂ ଗତଥର ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ୍‌ ନାୟକ ଉଭୟ ଗାଁକୁ ଗାଁ ବୁଲି ପ୍ରଚାର ଜୋରସୋରରେ ଚଳାଇଛନ୍ତି। ତେଣୁ କାହାକୁ ଟିକେଟ ଦିଆଯିବ ତାହା ଭାଜପା ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ଏବଂ ଭାଜପାର ଏଭଳି ସ୍ଥିତିର ଫାଇଦା ନେବାକୁ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା ପ୍ରସ୍ତୁତ ରହିଥିବା ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri