ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ ନିର୍ମାଣ ହୋଇଥିବା ବିଜୁ ସେତୁ କାର୍ଯ୍ୟ ସରି ପାରୁନାହିଁ। ଏଠାରେ ସେତୁ ନିର୍ମାଣ ହୋଇଥିଲେ ମଧ୍ୟ ଆପ୍ରୋଚ୍‌ ରାସ୍ତା ନିର୍ମାଣ ହୋଇପାରୁନାହିଁ। ୨୦୨୪ ଜାନୁଆରୀରେ ସେତୁ କାର୍ଯ୍ୟ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଅବଧି ଶେଷ ହେବାକୁ ୩ମାସ ପୁରିବାକୁ ବସିଲାଣି। ହେଲେ ଆପ୍ରୋଚ ରାସ୍ତା ନିର୍ମାଣ ହୋଇପାରୁ ନ ଥିବାରୁ ସେତୁ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ସଂଯୋଗୀକରଣ ରାସ୍ତା ପାଇଁ ଘରୋଇ ଜମି ବାଧକ ସାଜିଛି ବୋଲି କୁହାଯାଉଛି। ସରକାରୀ ମୂଲ୍ୟ ଅନୁଯାୟୀ ଜମି ମାଲିକମାନଙ୍କୁ ଅର୍ଥ ପ୍ରଦନା କରାଯିବାକୁ ବିଧି ରହିଥିବାବେଳେ ମାଲିକମାନେ ଅଧିକ ଅର୍ଥ ଦାବି କରୁଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
ସୂଚନା ମୁତାବକ, ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସେତୁ ପାଇଁ ବିଭାଗ ପକ୍ଷରୁ ୩.୭୭କୋଟି ବ୍ୟୟବରାଦ କରାଯାଇଛି। ଉକ୍ତ ଅର୍ଥରେ ୫୪.୪୩ ମିଟର ଲମ୍ବ ଓ ୮.୪ମିଟର ପ୍ରସ୍ଥର ସେତୁ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ଆପ୍ରୋଚ ରାସ୍ତା ନିର୍ମାଣ, ଜମି ମାଲିକମାନଙ୍କୁ କ୍ଷତିପୂଣରଣ ଆଦି ଅର୍ଥ ସାମିଲ ରହିଛି। ନିର୍ମାଣ କାର୍ଯ୍ୟ ୧ବର୍ଷ ଅବଧି ଅର୍ଥା ୦୬ା୦୧ା୨୦୨୩ରୁ ଆରମ୍ଭ ହୋଇ ୦୫ା୦୧ା୨୦୨୪ରେ ଶେଷ ହେବାକୁ ବିଭାଗ ସହ ଠିକାସଂସ୍ଥାର ଚୁକ୍ତି ହୋଇଥିଲା। ଆଉ ମାତ୍ର ୨ମାମ ପରେ ବଷାଋତୁ ଆରମ୍ଭ ହୋଇଯିବ। ନଦୀରେ ବର୍ଷା ଜଳ ପ୍ରବାହିତ ହେଲେ ଯାତାୟାତ ବାଧାପ୍ରାପ୍ତ ହେବ। ଗାଁ ଲୋକେ ବାହାରକୁ ଯାଆସ କରିବାରେ ଅସୁବିଧାର ସମ୍ମୁଖିନ ହେବେ ବୋଲି କୁହାଯାଉଛି। ତେଣୁ ଆପ୍ରୋଚ ରାସ୍ତା ତୁରନ୍ତ ଶେଷକରି ନୂତନ ସେତୁକୁ ସର୍ବସାଧାରଣଙ୍କ ଗମନାଗମନ ଉପଯୋଗୀ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଭୀମସେନ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଏ ଦିଗରେ ବିଭାଗ ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ କରାଯାଇ ବାକି ରହିଥିବା କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri