‘କୋରେଇର ସ୍ବାଭିମାନ ପାଇଁ ଲଢ଼େଇ ହେବ’

ଯାଜପୁର,୩୧ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ୨୦୨୪ ସାଧାରଣ ନିର୍ବାଚନ କ୍ରମଶଃ ରୋଚକ ମୋଡ଼ ନେଉଛି। ଅଭିନେତାରୁ ନେତା ସାଜିଥିବା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ଶନିବାର ବିଜେଡିରୁ ଇସ୍ତଫା ଦେବା ପରେ ଜିଲା ରାଜନୀତି ଏକପ୍ରକାର ସରଗରମ ହୋଇପଡ଼ିଛି। ମା’ ମାଟି କୋରେଇର ସ୍ବାଭିମାନ ପାଇଁ ଲଢ଼ିବେ ବୋଲି କହି ଆକାଶ ଶାସକ ଦଳର ନେତା ଓ କର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ତେବେ ରବିବାର ଭାଜପାରେ ଯୋଗଦେଇ ଆକାଶ କୋରେଇରେ ଏକ ନୂତନ ରାଜନୈତିକ ସମୀକରଣ ସୃଷ୍ଟି କରିବେ ବୋଲି ସୂଚନା ମିଳିଛି। ଦୀର୍ଘ ୨୦ ବର୍ଷ ପରେ ଶାସକ ବିଜେଡି ପୁଣି ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପକ୍ଷେ ବିଜେଡି ଜିଲା ଯୁବ ସଭାପତି ପ୍ରତାପ ମହାନ୍ତି କହିଛନ୍ତି, ଆକାଶଙ୍କ ଏଭଳି ପଦକ୍ଷେପ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କୋରେଇବାସୀ ସଂଗଠିତ ହୋଇ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ପ୍ରତି ଭଲ ପାଇବାରେ କୌଣସି ଫରକ ପଡ଼ିବ ନାହିଁ।

କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଜଣେ ନେତା ଦ୍ୱିତୀୟ ଥର ବିଧାୟକ ହୋଇ ପାରିନାହାନ୍ତି। ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନମଣ୍ଡଳୀକୁ ପରୀକ୍ଷାନିରୀକ୍ଷାର ପ୍ରୟୋଗଶାଳା ଭାବେ ଧରି ନେଇଛନ୍ତି। ଏଥିରେ ବ୍ୟାସନଗର ପୌର ପରିଷଦ ସହ କୋରେଇ ବ୍ଲକ ଓ ରସୁଲପୁର ବ୍ଲକର ୯ ପଞ୍ଚାୟତବାସୀଙ୍କ ସମେତ ନେତା ଓ କର୍ମୀମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଜଣେ ନୂଆ ମୁହଁ ବିଧାୟକ ହେଉଥିବାରୁ ବିଭିନ୍ନ କ୍ଷେତ୍ରରେ ବିକାଶ ଅଧାପନ୍ତରିଆ ହୋଇ ପଡ଼ି ରହୁଛି। ଅଞ୍ଚଳବାସୀଙ୍କ ବିଭିନ୍ନ ଦାବି ପ୍ରତିଶ୍ରୁତିରେ ଅଟକିଛି। ଫଳରେ କୋରେଇବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ସମ୍ପୃକ୍ତ ରାଜନୈତିକ ଦଳର କେତେଜଣ ବଡମୁଣ୍ଡିଆଙ୍କୁ ଏଥିପାଇଁ ଦାୟୀ କରାଯାଉଛି। ଆକାଶ ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ମିଶିବା ଏକପ୍ରକାର ଥୟ ବୋଲି ସବୁଠି ଆଲୋଚନା ହେଉଛି। ଏହାପରେ କୋରେଇରେ ଯେଉଁ ହାଲୁକା ରାଜନୀତି କରାଯାଉଥିଲା ସେଥିରୁ ରାଜନୈତିକ ଦଳଗୁଡିକ ବିରତି ନେବେ ବୋଲି କୁହାଯାଉଛି। ଆକାଶଙ୍କ ସମେତ ବିଜେଡି ବିଧାୟକ ଅଶୋକ ବଳ, କଂଗ୍ରେସରୁ ବନ୍ଦିତା ପରିଡା, ହରେକୃଷ୍ଣ ସାହୁ ଓ ବିଦ୍ୟାଧର ମହାନ୍ତି, ଭାଜପାର ଯୁବନେତା ଆଲେକଜାଣ୍ଡାର ଦାସ ଓ ବିଶ୍ୱଜିତ ନାୟକ, ବିଜେଡି ମହିଳା ଜିଲା ସଭାନେତ୍ରୀ ସବିତା ରାଉତ, ପୂର୍ବତନ ପୌରପାଳ ରସାନନ୍ଦ ମହାନ୍ତି, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ବିଜେଡିର ପ୍ରୀତିରଞ୍ଜନ ସାହୁ ପ୍ରମୁଖ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଶୁଣାଯାଉଛି। ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ଦୀର୍ଘଦିନ ଧରି କୋରେଇ ଅବହେଳିତ ହୋଇ ପଡ଼ିରହିଛି। ଫଳରେ ଏହି ଆସନ ଏବେ ଚର୍ଚ୍ଚା ପରିସରକୁ ଆସିଛି। ବିଜେଡି ଛାଡିଥିବା ଆକାଶଙ୍କୁ ଗତ ନିର୍ବାଚନରେ ଟିକେଟ ନ ମିଳିବାରୁ ସେ ପୁଣି କୋରେଇବାସୀଙ୍କ ଅତି ନିକଟତର ହେବାକୁ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ଦଳ ତାଙ୍କୁ ହତାଦର କରିବା ବିଜେଡି ପାଇ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।

କୋରେଇ ନିର୍ବାଚନମଣ୍ଡଳୀରେ ପ୍ରସ୍ତାବିତ ନୂତନ ଆଧୁନିକ ବସ୍‌ଷ୍ଟାଣ୍ଡ, ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବ୍ୟାସନଗରକୁ ସବ୍‌ଡିଭିଜନ ମାନ୍ୟତା, ପାଟରଙ୍ଗା ଓ ତଳଗଡ଼ ପଞ୍ଚାୟତରେ କଲ୍ୟାଣମଣ୍ଡପ, ଶ୍ରମିକ ଆଶ୍ରୟସ୍ଥଳୀ, ଯାଜପୁର ରୋଡ୍‌ ରେଳଷ୍ଟଶନ ନିକଟରେ ରେଲୱେ ଫ୍ଲାଏଓଭର ବ୍ରିଜ୍‌ ଓ ଗଳିପୋଲ, କୋରେଇ ଭବନ, ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତୀକରଣ, ଛୋଟରାୟପୁର ମିନି ଷ୍ଟାଡିୟମ ଇତ୍ୟାଦି ପ୍ରତିଶ୍ରୁତିରେ ଅଟକିଛି। କେବଳ ଠିକାଦାରି ରାଜନୀତି ବଢ଼ିଥିବାରୁ ଲୋକେ ଏଠାରେ ପରିବର୍ତ୍ତନ ଚାହୁଁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଛୁରାମାଡ଼ ପରେ…

ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନ୍ମଥ ମିଶ୍ର): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର…

ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନଙ୍କୁ ବାନ୍ଧିଲା ଭିଜିଲାନ୍ସ: ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର/ସମ୍ବଲପୁର,୨୪।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ) ବା ସେଚାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ.…

ଶ୍ରଦ୍ଧା ଭୟଙ୍କର ଅବତାର ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ବକ୍ସ ଅଫିସରେ ଫିଲ୍ମ ‘ସ୍ତ୍ରୀ’ ଜରିଆରେ ହୃଦୟ ଜିତିଥିବା ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଜବରଦସ୍ତ ଭାବେ ଏଣ୍ଟ୍ରି କରିଛନ୍ତି। ମ୍ୟାଡକ୍‌ ଫିଲ୍ମସର ବହୁ ପ୍ରତୀକ୍ଷିତ…

ଗୁରୁବାର ନବୀନ କରିବେ ବଡ଼ ଘୋଷଣା! ସୁଜାତା କାର୍ତ୍ତିକେୟନକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର,୨୬।୬: ଗୁରୁବାର ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ। ବୁଧବାର ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ବଢ଼ିଲା ଚର୍ଚ୍ଚା। ଶଙ୍ଖ ଭବନରେ ଏନେଇ ନବୀନ ବଡ଼…

କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…

ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri