ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା କାଳିଆପାଣି ପଞ୍ଚାୟତରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ କାଳିଆପାଣି ପଞ୍ଚାୟତର ଚିରୁଗୁଣିଆଁ ହଟିଂର ମୁଖ୍ୟ ରାସ୍ତାଠାରୁ ବସ୍ତିକୁ ଏକ କଂକ୍ରିଟ ରାସ୍ତା ସଦ୍ୟ ନିର୍ମାଣ ହୋଇଛି। ଯାହାକି, ସମ୍ପୂର୍ଣ୍ଣ ଭାବେ ନିମ୍ନମାନର ନିର୍ମାଣ କରାଯାଇଛି। ସ୍ବଳ୍ପ ପରିମାଣର ସିମେଣ୍ଟ ଭାଗମାପରେ ରାସ୍ତା ହୋଇଥିବାରୁ ତାହା ଧୂଳି ହୋଇ ଉଡ଼ିଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କଂକ୍ରିଟ ଉପରେ ପାଣି ପକାଇବାକୁ ନେଇ ଅବହେଳା କରାଯାଇଥିବରୁ ତା’ର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ବି କାର୍ଯ୍ୟର ନାମ ଫଳକ ଏପର୍ଯ୍ୟନ୍ତ ଲେଖା ହୋଇନାହିଁ। ୨୦ ଏମ୍‌ଏମ୍‌ ସାଇଜରେ କଂକ୍ରିଟ ପାଇଁ ଏଷ୍ଟିମେଟ ହୋଇଥିବାବେଳେ ୪୦ ଏମ୍‌ଏମ୍‌ ସାଇଜ ମେଟାଲରେ କଂକ୍ରିଟ କରାଯାଇଛି। ସାଧାରଣତଃ ୪ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ, ୬ ଇଞ୍ଚ ଚିପ୍ସ ମାପରେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ସୁକିନ୍ଦା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏହି କାର୍ଯ୍ୟାଦେଶ ରହିଥିବାବେଳେ କାଳିଆପାଣି ସରପଞ୍ଚ ଓ ପିଇଓ କାର୍ଯ୍ୟସ୍ଥଳରେ ଠିଆହୋଇ କାମ କରାଉଥିବା ଜଣାପଡ଼ିଛି। ସରକାରୀ ନିର୍ଦ୍ଧାରିତ ମାପ ଅନୁଯାୟୀ ରାସ୍ତା ନିର୍ମାଣ ନ କରି ରାସ୍ତାର ଉଭୟ ପାର୍ଶ୍ୱରେ କଂକ୍ରିଟ ୱାଲ କରି ମଝିରେ ବାଲି ୬ ଇଞ୍ଚ ଭର୍ତ୍ତି କରି ରାସ୍ତା ନିର୍ମାଣ କରାଯାଇଛି। ୪୦ ସାଇଜ୍‌ ମେଟାଲରେ ମେଟାଲିଂ କରି ଉପରେ ୧ରୁ ୩ ଇଞ୍ଚ ଚିପ୍ସରେ କଂକ୍ରିଟ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏହି ଅନିୟମିତତାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri