ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା କାଳିଆପାଣି ପଞ୍ଚାୟତରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ କାଳିଆପାଣି ପଞ୍ଚାୟତର ଚିରୁଗୁଣିଆଁ ହଟିଂର ମୁଖ୍ୟ ରାସ୍ତାଠାରୁ ବସ୍ତିକୁ ଏକ କଂକ୍ରିଟ ରାସ୍ତା ସଦ୍ୟ ନିର୍ମାଣ ହୋଇଛି। ଯାହାକି, ସମ୍ପୂର୍ଣ୍ଣ ଭାବେ ନିମ୍ନମାନର ନିର୍ମାଣ କରାଯାଇଛି। ସ୍ବଳ୍ପ ପରିମାଣର ସିମେଣ୍ଟ ଭାଗମାପରେ ରାସ୍ତା ହୋଇଥିବାରୁ ତାହା ଧୂଳି ହୋଇ ଉଡ଼ିଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କଂକ୍ରିଟ ଉପରେ ପାଣି ପକାଇବାକୁ ନେଇ ଅବହେଳା କରାଯାଇଥିବରୁ ତା’ର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ବି କାର୍ଯ୍ୟର ନାମ ଫଳକ ଏପର୍ଯ୍ୟନ୍ତ ଲେଖା ହୋଇନାହିଁ। ୨୦ ଏମ୍‌ଏମ୍‌ ସାଇଜରେ କଂକ୍ରିଟ ପାଇଁ ଏଷ୍ଟିମେଟ ହୋଇଥିବାବେଳେ ୪୦ ଏମ୍‌ଏମ୍‌ ସାଇଜ ମେଟାଲରେ କଂକ୍ରିଟ କରାଯାଇଛି। ସାଧାରଣତଃ ୪ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ, ୬ ଇଞ୍ଚ ଚିପ୍ସ ମାପରେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ସୁକିନ୍ଦା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏହି କାର୍ଯ୍ୟାଦେଶ ରହିଥିବାବେଳେ କାଳିଆପାଣି ସରପଞ୍ଚ ଓ ପିଇଓ କାର୍ଯ୍ୟସ୍ଥଳରେ ଠିଆହୋଇ କାମ କରାଉଥିବା ଜଣାପଡ଼ିଛି। ସରକାରୀ ନିର୍ଦ୍ଧାରିତ ମାପ ଅନୁଯାୟୀ ରାସ୍ତା ନିର୍ମାଣ ନ କରି ରାସ୍ତାର ଉଭୟ ପାର୍ଶ୍ୱରେ କଂକ୍ରିଟ ୱାଲ କରି ମଝିରେ ବାଲି ୬ ଇଞ୍ଚ ଭର୍ତ୍ତି କରି ରାସ୍ତା ନିର୍ମାଣ କରାଯାଇଛି। ୪୦ ସାଇଜ୍‌ ମେଟାଲରେ ମେଟାଲିଂ କରି ଉପରେ ୧ରୁ ୩ ଇଞ୍ଚ ଚିପ୍ସରେ କଂକ୍ରିଟ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଏହି ଅନିୟମିତତାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri