ଓଡ଼ିଶା ପାଇଁ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା

ଭୁବନେଶ୍ୱର,୩୦ା୩: ଓଡ଼ିଶା ପାଇଁ ବାକି ଥିବା ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ଭାଜପା)। କଟକ ପାଇଁ ଭର୍ତ୍ତୃହରି ମହତାବଙ୍କୁ ଦଳ ପ୍ରାର୍ଥୀ କରିଛି। ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଉପରେ ଦଳ ଭରସା କରିଛି। ସେହିଭଳି କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଆଜିର ୩କୁ ମିଶାଇ ସମସ୍ତ ୨୧ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା।

ପୂର୍ବରୁ ଘୋଷଣା ହୋଇଥିବା ତାଲିକାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର,କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ବରଗଡ଼ରୁ ପ୍ରଦୀପ ପୁରୋହିତ, କେନ୍ଦୁଝରରୁ ଅନନ୍ତ ନାୟକ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜରୁ ନବ ଚରଣ ମାଝି, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝି, କୋରାପୁଟରୁ କାଳିରାମ ମାଝୀ ପ୍ରାର୍ଥୀ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାମୀ ନେତାଙ୍କୁ ଆଜି ବି ଝୁରେ ସାନଖେମୁଣ୍ଡି: ସେ ଥିଲେ କୃଷକ ଆନ୍ଦୋଳନର କର୍ଣ୍ଣଧାର

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ...

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ...

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

ଜାତୀୟ ପ୍ରେସ୍‌ ଦିବସ: ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ...

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର...

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ...

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୧: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri