୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ନିର୍ଦ୍ଧାରିତ ସମୟରେ ଶେଷ ହୋଇ ପାରିନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଠିକାସଂସ୍ଥା ଏସ୍‌ଏମ୍‌ କନ୍‌ସଲ୍‌ଟାଣ୍ଟସ୍‌ ପ୍ରାଇଭେଟ ଲିଃ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାବେଳେ ଓଲଟା ପୂର୍ବତଟ ରେଳବିଭାଗ ପକ୍ଷରୁ ଘଣ୍ଟ ଘୋଡ଼ାଯାଇଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ଯାଜପୁର ରୋଡ ଷ୍ଟେଶନ ନିକଟରେ ଫ୍ଲାଇ ଓଭରର ବ୍ରିଜ୍‌ ଓ ଗଳି ପୋଲ ନିର୍ମାଣ ଏଯାଏ ଆରମ୍ଭ ହୋଇ ପାରିନାହିଁ। ଫଳରେ ଏହି ଦୀର୍ଘଦିନର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଶୀତଳଭଣ୍ଡାରରେ ରଖି ଅଞ୍ଚଳବାସୀଙ୍କ ଭାବାବେଗ ସହ ବିଭାଗୀୟ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ମତ ପ୍ରକାଶ ପାଇଛି।
ସୂଚନା ଅଧିକାର(ଆରଟିଆଇ) ଆଇନ, ୨୦୦୫ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ୯୬ କି.ମି. ବିଶିଷ୍ଟ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିପିଆର ପ୍ରସ୍ତୁତ ପାଇଁ ୨୭ା୧୦ା୨୦୨୩ରେ ଏସ୍‌ଏମ୍‌ କନ୍‌ସଲ୍‌ଟାଣ୍ଟସ୍‌କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟାଦେଶରେ ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେଶନ, ସିଗ୍ନାଲିଂ ଓ୍ବାର୍କ, ଇଲେକ୍ଟ୍ରିକାଲ ଓ ଅପରେଟିଂ ଓ୍ବାର୍କ, ସିଭିଲ ଇଞ୍ଜିନିୟରିଂ ଇତ୍ୟାଦି ସର୍ଭେ କାର୍ଯ୍ୟ ରହିଥିଲା। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଚୂଡ଼ାନ୍ତ ଲୋକେଶନ ସର୍ଭେ, ଡିପିଆର ଆଦି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଆଜକୁ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରିପୋର୍ଟ ଦାଖଲ ହୋଇ ନ ଥିବା ଆରଟିଆଇ ତଥ୍ୟରେ ଜଣାପଡ଼ିଛି। ଏଭଳି ଅବହେଳାକୁ ନେଇ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ମାଟି ପରୀକ୍ଷା, ଡିଜାଇନ, ଗ୍ରାଡିଏଣ୍ଟ, କର୍ଭ, ଫୋର୍ମେଶନ, ଓ୍ବାଟରଓ୍ବେ କାଲକୁଲେଶନ, ବ୍ରିଜେସ, ଷ୍ଟେଶନ ଇତ୍ୟାଦି ସର୍ଭେ କାର୍ଯ୍ୟ ଚାଲିଛି ବୋଲି ଉତ୍ତର ରଖାଯାଇଛି। ଏଥିପାଇଁ ବିଭିନ୍ନ ସମୟରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଡିପିଆର ଦାଖଲ ପ୍ରାୟ ୩୦ା୩ା୨୦୨୪ ସୁଦ୍ଧା ସମ୍ପନ୍ନ ହେବ ବୋଲି ବିଭାଗ ପକ୍ଷରୁ ଆରଟିଆଇ ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନଠାରୁ ଛୋଟରାୟପୁର(ଜଙ୍କଶନ), ରାମପୁର-ଶଗଡ଼ି, ବାହାବଲପୁର, ଯାଜପୁର, ଜଳେଶ୍ୱରପୁର, ଶ୍ରୀପୁରା, ମଙ୍ଗଳପୁର, ଆରଡି, ଚାନ୍ଦବାଲି, ଭିତରକନିକା ଓ ଧାମରା ଷ୍ଟେଶନ ହେବ ବୋଲି ପ୍ରସ୍ତାବ ରହିଛି। ଏହି ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳବାଇ ବର୍ଷକୁ ୩୧.୧୫ ପ୍ରତିଶତ ଅଧିକ ଲାଭବାନ ହେବ ବୋଲି ପୂର୍ବରୁ ଜଣାପଡିଛି। ଦୀର୍ଘ ବର୍ଷ ହେଲା ଏକାଧିକ ପ୍ରକଳ୍ପ ସର୍ଭେରେ ସୀମିତ ରହିଛି। ନିର୍ବାଚନ ସମୟ ଆସିଲେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଥିବାବେଳେ ପରବର୍ତ୍ତୀ ସମୟରେ ପୁଣି ଧିମେଇ ଯାଉଥିବା ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଯାଜପୁର ରୋଡ ଷ୍ଟେଶନ ନିକଟରେ ହାଇଲେବୁଲ ବ୍ରିଜ୍‌ ଏବଂ ଗଳି ପୋଲ ନିର୍ମାଣ ପ୍ରକ୍ରିୟା ଆଗକୁ ବଢି ପାରୁନାହିଁ। ଫଳରେ ଯାଜପୁର ରୋଡ ରେଲଓ୍ବେ ଲାଇନର ଗୋଟିଏ ପାର୍ଶ୍ୱ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଯାଜପୁରରୋଡ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସମୟରେ ଦାବି ଓ ଆନ୍ଦୋଳନ ହେଉଥିଲେ ବି କିଛି ସଫଳତା ମିଳି ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri