କଂଗ୍ରେସ ନେତାଙ୍କ ଭରସା ପାଉନି

ଚଣ୍ଡିଖୋଲ,୩୦ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ଏକ ପ୍ରମୁଖ ନିବାଚନମଣ୍ଡଳୀ ଭାବେ ବଡ଼ଚଣା ବିଧାନସଭା କ୍ଷେତ୍ର ପରିଗଣିତ। ଯାଜପୁର ଜିଲାର ପ୍ରବେଶ ଦ୍ୱାର ଭାବରେ ସଦାସର୍ବଦା ଏହା ଚର୍ଚ୍ଚାରେ ଥାଏ। ତେବେ ୨୦୨୪ ନିର୍ବାଚନରେ କାହାକୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ତାକୁ ନେଇ ଅଙ୍କକଶା ଆରମ୍ଭ ହୋଇଛି। ବହୁ ଆଶାୟୀ ପ୍ରାର୍ଥୀ ଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶୁଭେନ୍ଦୁ ମହାନ୍ତି ଓ ଗତଥର ଏଠାରୁ ପ୍ରାର୍ଥୀ ହୋଇଥିବା ଅଜୟ କୁମାର ସାମଲଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡ଼ିନାହିଁ। ୨୦୦୯ ବିଧାନ ସଭା ନିର୍ବାଚନ ପରେ ପ୍ରତ୍ୟେକ ଥର ଏଠାରୁ ପ୍ରାର୍ଥୀ ବଦଳ ପ୍ରକ୍ରିୟା ଚାଲିଛି। ଏପରିକି ଟିକେଟ ପାଇବା ପରେ ଟିକେଟ ଫେରସ୍ତ କରିଛନ୍ତି ପ୍ରାର୍ଥୀ। ୧୯୭୭ରୁ ୨୦୦୯ ପର୍ଯ୍ୟନ୍ତ ସୀତାକାନ୍ତ ମହାପାତ୍ର ଏଠାରୁ କଂଗ୍ରେସରୁ ନିର୍ବାଚନ ଲଢି ୩ ଥର ବିଜୟୀ ହୋଇଥିଲେ। ସେ ୧୯୮୦, ୧୯୮୫ ଓ ୨୦୦୪ରେ ବିଜୟୀ ହୋଇ ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ। ଏହାପରେ ୨୦୦୯ରେ ତାଙ୍କ ଉପରେ ଦଳ ଭରସା କରି ତାଙ୍କୁ ଟିକେଟ ଦେଇଥିଲା। ସେତେବେଳର କଂଗ୍ରେସ ଯୁବନେତା ଜନ୍ମେଜୟ ଲେଙ୍କାଙ୍କୁ କଂଗ୍ରେସ ପକ୍ଷରୁ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ ପ୍ରଦାନ କରାଯାଇଥିଲା।
ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ମନା କରି ଟିକେଟ ଫେରାଇ ଦେଇ ବଡ଼ଚଣାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ସ୍ବାଧୀନ ଭାବରେ ଲଢି ସେ ୨୫,୪୦୯ ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୪ରେ ସୀତାକାନ୍ତ ମହାପାତ୍ରଙ୍କୁ ଦଳ ଟିକେଟ ନ ଦେଇ ଜନ୍ମଜେୟ ଲେଙ୍କାଙ୍କୁ ଟିକେଟ ଦେଇଥିଲା। ହେଲେ ଜନ୍ମେଜୟ ନିର୍ବାଚନ ଲଢି ହାରି ଯାଇଥିଲେ। ୨୦୧୪ରେ ସୀତାକାନ୍ତ ମହାପାତ୍ରଙ୍କ ପୁତ୍ର କ୍ୟାପଟେନ ରାଜନାରାୟଣ ମହାପାତ୍ର ସ୍ବାଧୀନ ଭାବରେ ଲଢି ୫୦୪୮ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜନ୍ମେଜୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଶେଷ ମୁହୂର୍ତ୍ତରେ ପୁନର୍ବାର ସୀତାକାନ୍ତ ମହାପାତ୍ରଙ୍କୁ ଦଳ ଟିକେଟ ଦେବାରୁ ସେ ଟିକେଟ ଫେରସ୍ତ କରି ଦେଇଥିଲେ। ଦଳ ପକ୍ଷରୁ ଅନ୍ୟ ଉପାୟ ନ ପାଇ ଶେଷରେ ଅଜୟ କୁମାର ସାମଲଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏପରିକି ସମୟ କମଥିବାରୁ ସେତେବେଳେ ଶୁଭେନ୍ଦୁ ମହାନ୍ତି ମଧ୍ୟ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ। ୨୦୧୯ ନିର୍ବାଚନ ସରିବା ପରେ ରାଜନାରାୟଣ ମହାପାତ୍ର ଧୀରେଧୀରେ କଂଗ୍ରେସର ନେତୃତ୍ୱ ନେଇ ସଂଗଠନ ବୃଦ୍ଧି କରି ଚାଲିଥିଲେ। ହେଲେ ୨୦୨୪ ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
୬ ତାରିଖରେ ସେ ଦଳରୁ ଇସ୍ତଫା କରିବା ପରେ ଏବେ କାହା ଉପରେ ଦଳ ଭରସା କରିବ ତାକୁ ନେଇ ଦଳୀୟ କର୍ମୀ ଅପେକ୍ଷା କରିଛନ୍ତି। ଗତ ୪ଟି ନିର୍ବାଚନକୁ ଅନୁଧ୍ୟାନ କଲେ କଂଗ୍ରେସ ନେତାମାନେ ଦଳ ଉପରେ ଭରସା କରି ପାରୁନାହାନ୍ତି। ଯେଉଁଥି ପାଇଁ ଟିକେଟ ଫେରସ୍ତ ଓ ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବା ନେତାମାନଙ୍କର ଅଭ୍ୟାସ ହୋଇ ଯାଇଛି। ଫଳରେ ଧୀରେଧୀରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?