ଯାଜପୁର

ପାଠାଗାର ସଂସ୍କୃତି ବୁଡ଼ିବାକୁ ବସିଛି

ଯାଜପୁର ଅଫିସ,୨୯ା୫: ସଂରକ୍ଷଣ ଓ ପରିଚାଳନା ଅଭାବରୁ ସମଗ୍ର ଯାଜପୁର ଜିଲାର ପ୍ରାୟ ୨ ହଜାର ପାଠାଗାର ଲୋପ ପାଇବାକୁ ବସିଲାଣି। ପ୍ରାକ୍‌ ସ୍ବାଧୀନତା କାଳରେ ବିନୋବାଜୀଙ୍କ ଆହ୍ବାନରେ ଅଧିକାଂଶ ଗ୍ରାମରେ ପାଠାଗାର ଖୋଲାଯାଇଥିଲା। ସେତେବେଳେ ସେଗୁଡ଼ିକ ଚାଳି ଘରେ...

୫ ବର୍ଷ ହେଲା ସରୁନି ପୂର୍ତ୍ତ ରାସ୍ତା ନିର୍ମାଣ

ଯାଜପୁର ଅଫିସ,୨୮ା୫: ପଡୋଶୀ କେନ୍ଦୁଝର ଓ କଟକ ଜିଲାର ପୂର୍ତ୍ତ (ଆର୍‌ଆଣ୍ଡବି)ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। କଟକ ଜିଲା ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡଚଣା ଓ ବରୀ...

ନାନା ସମସ୍ୟାରେ ବରୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ଯାଜପୁର ସଦର,୨୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଅଁା ପଞ୍ଚାୟତର ବରୁଅଁା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ସମସ୍ୟା ଲାଗିରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ନ ଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ...

ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏ ଦିଗରେ କୃଷି, ଉଦ୍ୟାନ କୃଷି,...

ପାଣି ଭିତରେ ମେଟ୍ରୋ ଟ୍ରେନ୍‌ର ମଜା ନେଲେ ସାଇକୃଷ୍ଣ

ଯାଜପୁର ଅଫିସ,୨୬ା୫: ପାଣି ଆଉ ମାଟି ତଳେ ଚାଲୁଛି ମେଟ୍ରୋ ଟ୍ରେନ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ହେଲେ ଏହାର ମଜା ଉଠାଇଛନ୍ତି ଯାଜପୁର ଜିଲା ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର ସାଇକୃଷ୍ଣ ମଲ୍ଲିକ। କୋଲକାତା...

କାର୍ଯ୍ୟକ୍ଷମ ହେଉନି ବ୍ରହ୍ମବରଦା ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର

ବ୍ରହ୍ମବରଦା,୨୫ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ତଥା କୁଆଖିଆ ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ ବ୍ରହ୍ମବରଦାଠାରେ ନବନିର୍ମିତ ବିଦ୍ୟୁତ୍‌ ଷ୍ଟକ୍‌ଚର ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ଅଞ୍ଚଳର ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ରହ୍ମବରଦା ଅଞ୍ଚଳର ଲୋକସଂଖ୍ୟାକୁ ଦୃଷ୍ଟିରେ...

ଆବାସ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର

ଧର୍ମଶାଳା,୨୪ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏଠାରେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡୁଥିବାବେଳେ ଅଯୋଗ୍ୟଙ୍କୁ ଦିଆଯାଉଛି ଗୃହ। ପିସି ଦେଉ ନ ଥିବା ଓ ଶାସକ ଦଳର ସମର୍ଥକ ହୋଇ...

ଡରାଇ ଧମକାଇ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏବେ ବି ସରକାରଙ୍କ ବହୁ ମୂଲ୍ୟବାନ କଳାପଥର ତଥା ଗ୍ରାନାଇଟ ପଥର ମହଜୁଦ ରହିଛି। ଲିଜ୍‌ଧାରୀମାନେ ୫ ବର୍ଷର ଅନୁମତି ପରିମାଣକୁ ୯ ମାସରେ ଉତ୍ତୋଳନ କରି କୋଟିପତି ସାଜୁଛନ୍ତି।...

ବେଆଇନ ପଥର ଖାଦାନରେ ଶ୍ରମିକ ମୃତ

ଯାଜପୁର ଅଫିସ/ଚଢେଇଧରା/ ଜେନାପୁର (ଡି.ଏନ.ଏ.),୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ କଳାପଥର ଖାଦାନ ପାଇଁ କେବଳ ରାଜସ୍ବ ଲୁଟ ହେଉନାହିଁ, ବରଂ ଶ୍ରମିକମାନଙ୍କ ଜୀବନ ମଧ୍ୟ ଯାଉଛି। ଏଭଳି ସମ୍ବେଦନଶୀଳ ଘଟଣାଗୁଡିକୁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୂପ...

ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.), ୨୪।୫ : ଗଣତନ୍ତ୍ରରେ ଯେପରି ବିରୋଧୀ ନ ଥିଲେ ଶାସନ ବ୍ୟବସ୍ଥା ଭୁଶୁଡି ପଡେ, ସେହିପରି ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ ସାଜିଥାଆନ୍ତି ା ବିଶେଷକରି କହିବାକୁ ଗଲେ ସରକାର ଓ ଲୋକଙ୍କ...

ଯାଜପୁର ରୋଡ୍‌-ଧାମରା ରେଳପଥକୁ ମଞ୍ଜୁରୀ ଦାବି

ପାଣିକୋଇଲି,୨୩ା୫(ଡି.ଏନ.ଏ.): ରେଲଓ୍ବେ ପକ୍ଷରୁ ଓଡ଼ିଶାରେ ବରଗଡ଼ରୋଡ-ନୂଆପଡ଼ା ଭାୟା-ପଦ୍ମପୁର ଓ ଅନୁଗୋଳ-ତାଳଚେର ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସ୍ବାଗତ କରାଯାଇଛି। ମାତ୍ର ୯୫.୯୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁରରୋଡ-ଧାମରା ଭାୟା ଯାଜପୁର...

ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତା ଜାମ

କାଳିଆପାଣି,୨୩ା୫(ଡି.ଏନ.ଏ.): ଯାଜପୁର ଜିଲାର କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ସ୍ଥାନୀୟ ପୋଲିସର ଅପାରଗତା ଓ ଟ୍ରକ୍‌ ମାଲିକଙ୍କ ବେପରୁଆ ଗାଡି ପାର୍କିଂ ନେଇ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri