ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର

ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି ପୂର୍ବ ନିର୍ବାଚନଗୁଡିକରେ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁଠି ପୋଷ୍ଟର ଓ ବ୍ୟାନରର ଯେଉଁ ପ୍ରତିଯୋଗିତା ବିଭିନ୍ନ ଦଳ ମଧ୍ୟରେ ଦେଖିବାକୁ ମିଳେ, ତାହା ସେଭଳି ଦିଶୁନାହିଁ। ମାଇକ୍‌ ପ୍ରଚାର ଓ ପ୍ରସାର ମଧ୍ୟ ସେପରି ଆଖି ଦୃଶିଆ ହୋଇନାହିଁ। ବିଭିନ୍ନ ଦଳର କର୍ମୀ ଓ ଭୋଟରଙ୍କ ମଧ୍ୟରେ ନୀରବତା ଯୋଗୁ ଏହି ଭୋଟ ନିର୍ଣ୍ଣାୟକ ହେବ ବୋଲି ଜଣାପଡୁଛି।
ବିଧାନସଭା କ୍ଷେତ୍ରରେ ରହିଛନ୍ତି ୧ ଲକ୍ଷ ୯୩ ହଜାର ୨୩୫ ଭୋଟର। ସେଥିମଧ୍ୟରୁ ମହିଳା ଭୋଟର ୯୪ ହଜାର ୪୩୮ ଥିବାବେଳେ ପୁରୁଷ ଭୋଟର ୯୮ ହଜାର ୭୯୨। ତୃତୀୟ ଲିଙ୍ଗୀ ଭୋଟର ୫ ଜଣ ରହିଛନ୍ତି। ନୂତନଭାବେ ୪ ହଜାର ୨୦୬ ଭୋଟର ସାମିଲ ହୋଇଛନ୍ତି। ଏହି ବିଧାନସଭା କ୍ଷେତ୍ରରୁ ବିଜୁ ଜନତା ଦଳ ନୂତନ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ଭାରତୀୟ ଜନତା ପାର୍ଟି ଗତ ଥରର ପ୍ରାର୍ଥୀ ଅମର ନାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ସେହିଭଳି କଂଗ୍ରେସ ଅଜୟ କୁମାର ସାମଲଙ୍କୁ ରିପିଟ କରିଛି। ଏଠାରୁ ୬ ଥର ନିର୍ବାଚିତ ହୋଇଥିବା ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ଏଥର ଟିକେଟ ଦେଇନାହିଁ। ଦୀର୍ଘ ବର୍ଷ ଧରି ବାରମ୍ବାର ନିର୍ବାଚିତ ହୋଇ ଆସୁଥିବା ଅମର ଟିକେଟରୁ ବାଦ ପଡ଼ିବା ପରେ ସେ ସମ୍ପୂର୍ଣ୍ଣ ନୀରବ ହୋଇ ଯାଇଛନ୍ତି। ସେଥିପାଇଁ କେତେଜଣ କର୍ମୀଙ୍କ ମଧ୍ୟରେ ଉତ୍ସାହ କମ ଦେଖାଯାଉଛି।
୨୦୧୯ରେ ଏଠାରୁ ଅମର ପ୍ରସାଦ ଶତପଥୀ ୬୪ ହଜାର ୮୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅମର ନାୟକ ୬୨ ହଜାର ୫୯୯ ଭୋଟ ପାଇଥିଲେ। ସେ ମାତ୍ର ୧୪ଶହ ୮୫ ଖଣ୍ଡ ଭୋଟରେ ହାରି ଯାଇଥିଲେ। ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର ସାମଲ ୯ ହଜାର ୩୨୨ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ। ସେହିଭଳି ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪ ଜଣ ସ୍ବାଧୀନ ପ୍ରାର୍ଥୀ ୫ ଶହ ଭୋଟ ଅତିକ୍ରମ କରି ନ ଥିଲେ। ଚଳିତ ଥର ବିଜେଡି ଓ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ୱିତା ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ କାର୍ତ୍ତିକ ପଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦୁଇଟି ସଭା କରିଥିବାବେଳେ ଭାଜପା ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଦୁଇଟି ସଭା କରି ଫେରି ଯାଇଛନ୍ତି। ଶେଷ ଦିନରେ ରୋଡ ଶୋ’ ମାଧ୍ୟମରେ ଭାଜପା ତା’ର ପ୍ରଚାର କରିଛି। ଏଠାରେ ଜୁନ ୧ରେ ଭୋଟ ହେବାକୁ ଥିବା ବେଳେ ଦଳୀୟ କର୍ମୀ ଓ ଭୋଟରଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri