ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରିଟ୍‌ଲାଇଟ୍‌ ବିଦ୍ୟୁତ୍‌ ତାର

ପାଣିକୋଇଲି,୨୩।୫(ବିକାଶ ମଲ୍ଲିକ):ପାଣିକୋଇଲି ୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ଜଳୁଛି। ଫଳରେ ଏହା ପାଣିକୋଇଲିର ଶୋଭା ବର୍ଦ୍ଧନ କରିବା ସହ ଲୋକଙ୍କ ରାତ୍ରିକାଳୀନ ଯାତାୟାତରେ ସହାୟକ ହେଉଛି। ରାଜ୍ୟ ବାହାରୁ ବା ବିଭିନ୍ନ ଜିଲାରୁ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ମଧ୍ୟ ଏକପ୍ରକାର ସୁରକ୍ଷା କବଚ ପାଲଟିଛି। ଆଲୋକୀକରଣ ଦ୍ୱାରା ବଜାର ବ୍ୟବସାୟୀ ମଧ୍ୟ ଉପକୃତ ହେଉଛନ୍ତି। ମାତ୍ର ଏହି ଆଲୋକୀକରଣ କରାଯିବାବେଳେ ପ୍ରତିଖୁଣ୍ଟ ନିକଟକୁ ଯାଇଥିବା ବିଦ୍ୟୁତ୍‌ ତାରଗୁଡ଼ିକ ଓଭରବ୍ରିଜ କଡରେ ପଡିରହିଛି। ଏହା ବିପଦସଙ୍କୁଳଭାବେ ପଡ଼ିଥିବାରୁ ଓଚିନ୍ଦା ରୋଡ୍‌ ନିକଟରେ ବହୁ ସମୟରେ ସ୍ପାର୍କିଂ ହୋଇ ନିଆଁ ବାହାରୁଛି। ଫଳରେ ଯାତାୟାତ ସମୟରେ ଯାତ୍ରୀମାନେ ନିଜକୁ ସୁରକ୍ଷା ମଣୁନାହାନ୍ତି। ଅନେକ ସମୟରେ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ୍‌ ସଂଯୋଗ କଟାଯାଉଛି। କିନ୍ତୁ ଏହାର ସ୍ଥାୟୀ ବ୍ୟବସ୍ଥା କରାଯାଉନାହିଁ। ତେଣୁ ଯାତ୍ରୀ ଓ ବ୍ୟବସାୟୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିଦ୍ୟୁତ୍‌ ତାରକୁ ସ୍ଥାୟୀଭାବେ ଲଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ନୁହେଁ, ବନ୍ୟା ପରେ ଚିନ୍ତା

ଯାଜପୁର,୧୫ା୬(ହର୍ଷବର୍ଦ୍ଧନ ବେହେରା): ବର୍ଷା ଦିନ ଆସିଲେ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ...

ବଡ଼ଚଣାବାସୀ ସ୍ବାଭିମାନୀର ପରିଚୟ ସୃଷ୍ଟି କଲେ: ଅମର ଶତପଥୀ

ଚଣ୍ଡିଖୋଲ,୧୫।୬(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବିଧାନସଭା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ ଭାରତୀୟ ଜନତାପାର୍ଟି(ଭାଜପା)...

ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା

ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା...

ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ

ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି।...

ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ

ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ...

ନିର୍ବାଚନ ପରେ ଖାଦ୍ୟ ସାମଗ୍ରୀ ଦର ବଢୁଛି

ଯାଜପୁର,୯ା୬(ହର୍ଷବର୍ଦ୍ଧନ ବେହେରା)ସାଧାରଣ ନିର୍ବାଚନ ପରେ ପରେ ଖାଉଟି ସାମଗ୍ରୀ ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଚାଉଳ ସମେତ ତେଲ, ଡାଲି, ଆଳୁ, ପିଆଜ, ଟମାଟୋ...

ବଡ଼ଚଣାରେ ଚର୍ଚ୍ଚା: ଅମରଙ୍କୁ ମିଳିପାରେ ମନ୍ତ୍ରୀପଦ

ବଡ଼ଚଣା, ୯ା୬(ଦିଲୀପ କୁମାର ମହାନ୍ତି)ଓଡ଼ିଶାରେ ଦଳର ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଜୁନ ୧୦ ତାରିଖରେ ରାଜ୍ୟରେ ଭାଜପା ସରକାର ଶପଥ...

ଯାଜପୁରରେ ପରିବାରବାଦ ରାଜନୀତି ବିଫଳ

ଯାଜପୁର,୮ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ପରିବାରବାଦ ରାଜନୀତିକୁ ଭୋଟର ଏଥର ନାପସନ୍ଦ କରିଛନ୍ତି। ଫଳରେ ଚଳିତ ସାଧାରଣ ନିର୍ବାଚନରେ କୋରେଇ ଆସନରୁ ବିଜେଡିର ସନ୍ଧ୍ୟାରାଣୀ ଦାସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri