ପୋଖରୀରୁ ପାଣି ପିଇବାରୁ ଗାଈଙ୍କୁ ଗୁଳି

ରଘୁନାଥପୁର,୨୩।୫, (ରାଜେନ୍ଦ୍ର ନାରାୟଣ ସିଂହ): ବର୍ବରତା ସୀମା ଟପିଲା। ଗୋରୁ ପୋଖରୀରୁ ପାଣି ପିଇବାରୁ ସେମାନଙ୍କ ଉପରେ ଗୁଳି ମାଡ଼ ହୋଇଛି। ଫଳରେ ୩ ଗୋରୁ ଓ ଏକ ବାଛୁରୀ ଆହତ ହୋଇଛନ୍ତି। ଏଭଳି ଘଟଣା ରଘୁନାଥପୁର ଥାନା ପୂରଣଓଡପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଗ୍ରାମର ବ୍ରଜରାଜ ବେହେରାଙ୍କ ସ୍ତ୍ରୀ ଚାରୂଲତା ଉକ୍ତ ଗ୍ରାମର ଗୌତମ ପାଲିତଙ୍କ ନାମରେ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଥାନାରେ ମାମଲା (ନଂ. ୧୨୧/୨୪) ରୁଜୁ କରାଯାଇ ଆନିମଲ ଆକ୍ଟ ଅନୁସାରେ ଗୌତମଙ୍କ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷେ ପୋଲିସର ସହଯୋଗ ମନବୃତ୍ତି ଓ କୋହଳ ଦଫା ଯୋଗୁ ଗୌତମଙ୍କୁ ଜାମିନ ମିଳିଥିବା ଅଭିଯୋଗ ହେଉଛି। ଚାରୂଲତାଙ୍କ ଅଭିଯୋଗ ଅନୁଯାୟୀ, ସକାଳ ୭ଟା ସମୟରେ ସେ ପଡ଼ିଆରେ ଗୋରୁ ବାଛୁରୀଙ୍କୁ ଚରିବା ପାଇଁ ଛାଡ଼ି ଦେଇଥିଲେ। ଗୋରୁ ବାଛୁରୀ ଏହି ସମୟରେ ଗୌତମଙ୍କ ପୋଖରୀକୁ ପାଣି ପିଇବା ପାଇଁ ଚାଲିଯିବାରୁ ସେ ଉତ୍ତ୍ୟକ୍ତ ହୋଇ ଏହି ନିରୀହ ପ୍ରାଣୀଙ୍କ ଉପରକୁ ଏଆର୍‌ ଗନରୁ ୮ଟି ଗୁଳି ଫୁଟାଇଥିଲେ। ଚାରୂଲତା ସମସ୍ତ ଗୋରୁଙ୍କୁ ପ୍ରାଣୀ ଡାକ୍ତରଖାନା ନେଇ ଚିକିତ୍ସା କରାଇଛନ୍ତି। ଏଥିସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ନୁହେଁ, ବନ୍ୟା ପରେ ଚିନ୍ତା

ଯାଜପୁର,୧୫ା୬(ହର୍ଷବର୍ଦ୍ଧନ ବେହେରା): ବର୍ଷା ଦିନ ଆସିଲେ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ...

ବଡ଼ଚଣାବାସୀ ସ୍ବାଭିମାନୀର ପରିଚୟ ସୃଷ୍ଟି କଲେ: ଅମର ଶତପଥୀ

ଚଣ୍ଡିଖୋଲ,୧୫।୬(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବିଧାନସଭା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ ଭାରତୀୟ ଜନତାପାର୍ଟି(ଭାଜପା)...

ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା

ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା...

ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ

ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି।...

ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ

ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ...

ନିର୍ବାଚନ ପରେ ଖାଦ୍ୟ ସାମଗ୍ରୀ ଦର ବଢୁଛି

ଯାଜପୁର,୯ା୬(ହର୍ଷବର୍ଦ୍ଧନ ବେହେରା)ସାଧାରଣ ନିର୍ବାଚନ ପରେ ପରେ ଖାଉଟି ସାମଗ୍ରୀ ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଚାଉଳ ସମେତ ତେଲ, ଡାଲି, ଆଳୁ, ପିଆଜ, ଟମାଟୋ...

ବଡ଼ଚଣାରେ ଚର୍ଚ୍ଚା: ଅମରଙ୍କୁ ମିଳିପାରେ ମନ୍ତ୍ରୀପଦ

ବଡ଼ଚଣା, ୯ା୬(ଦିଲୀପ କୁମାର ମହାନ୍ତି)ଓଡ଼ିଶାରେ ଦଳର ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଜୁନ ୧୦ ତାରିଖରେ ରାଜ୍ୟରେ ଭାଜପା ସରକାର ଶପଥ...

ଯାଜପୁରରେ ପରିବାରବାଦ ରାଜନୀତି ବିଫଳ

ଯାଜପୁର,୮ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ପରିବାରବାଦ ରାଜନୀତିକୁ ଭୋଟର ଏଥର ନାପସନ୍ଦ କରିଛନ୍ତି। ଫଳରେ ଚଳିତ ସାଧାରଣ ନିର୍ବାଚନରେ କୋରେଇ ଆସନରୁ ବିଜେଡିର ସନ୍ଧ୍ୟାରାଣୀ ଦାସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri