ରାସ୍ତା କାମର ୨ ଦିନ ପରେ ଉଠିଗଲା ପିଚୁ

ପାଣିକୋଇଲି,୨୩ା୫(ବିକାଶ ମଲ୍ଲିକ): ଜାତୀୟ ରାଜପଥ ୧୬ଠାରୁ ହାଟସାହି ଭାୟା ସୋତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାର ଅବଧି ଶେଷ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ମଧ୍ୟରେ ଦୁଇ ଦିନ ତଳେ ରାସ୍ତାରେ ପକାଯାଇଥିବା ପିଚୁ ଉଠିଯାଉଛି। ଫଳରେ ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ନେଇ ଗ୍ରାମବାସୀ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏହି ରାସ୍ତା ଜାତୀୟ ରାଜପଥ ୧୬ଠାରୁ ବାହାରି ଅଳତିରି, ଚାନ୍ଦପୁର, ଦାମୋଦରପୁର, ବାଟୁଳ, ସୋତି ମଧ୍ୟ ଦେଇ ହାଟସାହି ନିକଟରେ ଟିକର-ଶଙ୍ଖଚିଲା ରାସ୍ତା ସହିତ ମିଶିଛି। ବିଭାଗ ଦ୍ୱାରା ପ୍ରଦତ୍ତ ସୂଚନାନୁସାରେ ଉକ୍ତ ରାସ୍ତାର ଦୈର୍ଘ୍ୟ ୬ କିମି ୨୭୦ ମିଟର ହୋଇଥିବାବେଳେ ୧୯ ଘୋଷରା ପୋଲ କରାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ବ୍ୟୟ ଅଟକଳ ୪ କୋଟି ୭୦ ଲକ୍ଷ ୭୭ହଜାର ଟଙ୍କା ରହିଛି ଓ ରକ୍ଷଣାବେକ୍ଷଣ ଲାଗି ୪୦ ଲକ୍ଷ ୬୮ ହଜାର ଟଙ୍କା ରହିଛି। ଉକ୍ତ ରାସ୍ତା କାର୍ଯ୍ୟ ୨୦୨୨ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇ -୨୦୨୩ ଜୁନ ୧୧ରେ ସାରିବା ଲାଗି ବିଭାଗ ତରଫରୁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସଂପୃକ୍ତ ଠିକା ସଂସ୍ଥା ଅବଧି ଶେଷ ହୋଯାଇଥିଲେ କାମ ସାରି ପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଅସନ୍ତୋଷ ଜାହିର କରାଯାଇଛି। ରାସ୍ତାଟିର ନିର୍ମାଣ କାଯର୍ର୍‌ୟ ସୋତି ପର୍ଯ୍ୟନ୍ତ ଶେଷ ହୋଇଛି। ଦୁଇ ଦିନ ତଳେ ସୋତିରୁ ହାଟସାହି ମଧ୍ୟରେ ନୂତନ ଭାବେ ପିଚୁ ପଡ଼ିଥିଲା। ମାତ୍ର ପିଚୁର ଅବସ୍ଥା ଦେଖି ଗ୍ରାମବାସୀଙ୍କ ସନ୍ଦେହହେବାରୁ ସେମାନେ ହାତରେ ଖୋଳି ଦେବାରୁ ପିଚୁ ଗୁଡ଼ିକ ଆପେଆପେ ବାହାରି ଯାଇଥିଲା। ଯେପରିକି ସେଗୁଡ଼ିକ ରାସ୍ତା ଉପରେ ଥୁଆ ହୋଇଛି। ଗ୍ରାମବାସୀ ଉକ୍ତ କାର୍ଯ୍ୟକୁ ବନ୍ଦ କରି ସଂପୃକ୍ତ ଠିକାଦାରଙ୍କୁ ଯୋଗଯୋଗ କରିଥିଲେ। ମାତ୍ର ଠିକାଦାର ସେମାନଙ୍କୁ ଧମକାଇଥିଲେ। ଫଳରେ ସୋତି ଗ୍ରାମର ନାରାୟଣ କରଣ, ପ୍ରଫୁଲ୍ଲ କୁମାର ନାୟକ, ବିଷ୍ଣୁଚରଣ ବାରିକ, କୁଳମଣି ସାହୁ, ଅନାମ ମହାପାତ୍ର, ପ୍ରଦୀପ ଖଣ୍ଡାଇ, କୀର୍ତ୍ତନ ମହାପାତ୍ର, ରବୀନ୍ଦ୍ର ସେଠୀ, ଅନନ୍ତ କୁମାର ମହାପାତ୍ର, ସନ୍ତୋଷ ବାରିକ, ପ୍ରଫୁଲ୍ଲ ମାଝି, ସୁଶାନ୍ତ ସେନାପତି, ସତ୍ୟବ୍ରତ ମହାପାତ୍ର, ଶିବ ପ୍ରସାଦ ବାରିକ, ଅଖିଳ ସ୍ବାଇଁ, ଚକ୍ରଧର ସ୍ବାଇଁ ଓ ଅଭୟ କୁମାର ସ୍ବାଇଁ ପ୍ରମୁଖ ଉତ୍ତ୍ୟକ୍ତ ହୋଇ ରାସ୍ତା କାର୍ଯ୍ୟ ବନ୍ଦ ରଖିବା ସହିତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦିନରେ ବିସ୍ଥାପିତ ଗାଡ଼ି ମାଲିକ

ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା):  କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳରେ ରାଜ୍ୟ ବାହାର ପରିବହନ ଠିକାସଂସ୍ଥାକୁ ଅଧିକ ପ୍ରାଧାନ୍ୟ ମିଳିଥିବାରୁ ସ୍ଥାନୀୟ ତଥା ଶିଳ୍ପ ବିସ୍ଥାପିତ...

ବଜେଟରେ ସ୍ଥାନ ପାଇଲା ନାହିଁ ଯାଜପୁର ରୋଡ୍‌-ଧାମରା ରେଳ ପ୍ରକଳ୍ପ

ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ରୋଡ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଟାଉନ ଓ ଆରଡି ୯୬ କି.ମି. ବିଶିଷ୍ଟ ପ୍ରସ୍ତାବିତ ନୂତନ ରେଳପଥ...

କାଉଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୭ ଆହତ

ଯାଜପୁର,୨୨।୭: ଯାଜପୁରରେ ସୋମବାର ଏକ ସଡ଼କ ଦୁର୍ଘଟଣା ହୋଇଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୭ କାଉଡିଆ ଆହତ ହୋଇଛନ୍ତି। ସେମାନଙ୍କୁ...

ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ: ଏମିତି କହିଲେ ପୂର୍ବତନ ବିଧାୟକ…

ଯାଜପୁର,୨୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ ଚାଲୁଥିବା ବେଆଇନ କାର୍ଯ୍ୟ ଉପରେ ପ୍ରଶାସନ ଚଢାଉ ଜାରି ରଖିଛି । ଖଣି...

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ଯାଜପୁର,୧୯ା୭: ଯାଜପୁର ଜିଲା ବିଞ୍ଝାରପୁର ଥାନା ବରହମପୁର ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କ ସମେତ ତାଙ୍କର ୩...

ବାଲିରେ ହେଉଛି ନଦୀବନ୍ଧ ଉନ୍ନତୀକରଣ

ବ୍ରହ୍ମବରଦା,୧୯ା୭(ଯଯାତି କେଶରୀ ବେହେରା): ଜାରକା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ବନ୍ଧଡ଼ିହ ପ୍ରାଥମିକ ବିଦ୍ୟାଳୟ ନିକଟ ନଦୀବନ୍ଧକୁ ସୁଦୃଢୀକରଣ କରାଯାଉଛି। ଯେପରିକି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ...

ଧର୍ମଶାଳାରେ ଖଣି ବିଭାଗର ବଡ଼ ରେଡ୍

ଭୁବନେଶ୍ୱର,୧୮ା୭: ଓଡ଼ିଶା ଖଣି ବିଭାଗ ଶୁକ୍ରବାର ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଥିବା ଖଣି ଏବଂ ପଥର ଖଣି ଉପରେ ବ୍ୟାପକ ଚଢାଉ କରିଛି। ଲୁଣିବାର,...

ତୈଳଭଣ୍ଡାର ପ୍ରକଳ୍ପ ଆଶା ଉଜ୍ଜୀବିତ

ଯାଜପୁର,୧୮ା୭ (ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ତଳେ ଦେଶର ଚତୁର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri