ଯାଜପୁର

ପୁଅର ଚାକିରି ପାଇଁ ଅର୍ଥ ହରାଇ ମହିଳାଙ୍କ ଆତ୍ମହତ୍ୟା

ବିଞ୍ଝାରପୁର,୧୨ା୧୨(ଡି.ଏନ.ଏ.): ପୁଅର ଚାକିରି କରାଇ ଦେବା ପାଇଁ ଜଣେ ଯୁବକଙ୍କୁ ଟଙ୍କା ଦେଇଥିଲେ ମା’। ହେଲେ ପୁଅର ଚାକିରି ହେଲାନି, ଟଙ୍କା ବି ଫେରି ପାଇଲେନି। ତେଣୁ ମାନସିକ ଚାପରେ ରହି ମା’ ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।…

କ୍ରଶର ଭଙ୍ଗାରେ ଟାଳଟୁଳ ନୀତି

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପ୍ରାୟ ୪୦୦ ଷ୍ଟୋନ୍‌ କ୍ରଶର ଚାଲିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ମେଗା କ୍ରଶର ଚାଲିଥିବାବେଳେ ଅନ୍ୟସବୁ ଛୋଟବଡ଼ କ୍ରଶର ରହିଛି। ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ର ଗଳାବାଟ ଦେଇ ଅଧିକାଂଶ ମେଗା କ୍ରଶର…

ଡିଇଓ ପଦବୀର ସ୍ଥାୟିତ୍ୱକୁ ନେଇ ପଦକ୍ଷେପ

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ପଦବୀର ସ୍ଥାୟିତ୍ୱ ନେଇ ବିଭାଗୀୟ ପଦକ୍ଷେପ ଆରମ୍ଭ ହୋଇଛି। ଏହି ମର୍ମରେ ସମବାୟ ମନ୍ତ୍ରୀଙ୍କୁ ଜିଲାର ବିଞ୍ଝାରପୁର ବ୍ଲକ ଡିଇଓମାନଙ୍କ ଦରଖାସ୍ତ…

ଖଣି ଅଞ୍ଚଳରେ ନିଶାଦ୍ରବ୍ୟ କାରବାର

କାଳିଆପାଣି,୯ା୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ବିଭିନ୍ନ ନିଶା ସାମଗ୍ରୀ କାରବାର ବୃଦ୍ଧି ପାଇବାରେ ଲାଗିଛି ା ଏଥିରେ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ ହେଉଥିବା ବେଳେ ଅଧିକାଂଶ ନାବାଳକ କବଳିତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଖଣି…

ଆୟୁର୍ବେଦିକ ଚିକିତ୍ସକଙ୍କ ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୯ା୧୨: ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ ଯାଜପୁରରୋଡ ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଡୁବୁରୀସ୍ଥିତ ମେଡିକା ଚିକିତ୍ସାଳୟଠାରେ…

କାଳେ ସଙ୍ଗଠିତ ହୋଇଯିବେ

ଯାଜପୁର ଅଫିସ, ୮।୧୨: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟତଃ ବାହାର ଜିଲା ଓ ରାଜ୍ୟର ଶ୍ରମିକଙ୍କୁ ଠିକାଦାରଙ୍କ ଅଧୀନରେ ନିଯୁକ୍ତି ଦିଆଯାଉଛି। ବାହାର ଅଞ୍ଚଳର ପ୍ରାୟ ୩୦୦ ଠିକା ସଂସ୍ଥା ଏଠାରେ ନିୟୋଜିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ କାଳେ ସଙ୍ଗଠିତ ହୋଇଯିବେ…

ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ ପରିଷଦ(ସିସିଆଇଏମ୍‌) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ…

ଘରଭଙ୍ଗା ସାହାଯ୍ୟ ମିଳିଲାନି

ଯାଜପୁର ଅଫିସ,୭।୧୨: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ମାସ ଅତିକ୍ରାନ୍ତ ହୋଇଛି। ଏଥିରେ ଯାଜପୁର ଜିଲାର ୨ ପକ୍କା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ୧୭୦୮ ପକ୍କା ଘର ଅଧିକ ମାତ୍ରାରେ, ୩୧୯ ପକ୍କା ଘର ଆଂଶିକ, ୨୧୧୧୬…

ସର୍ଭେରେ ଅଟକିଛି ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୭।୧୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଚଳିତବର୍ଷର ପ୍ରଥମାର୍ଦ୍ଧରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବ୍ୟାସ ସରୋବର ଜଙ୍ଗଲ ଜମିରେ ଛନ୍ଦି ହୋଇଥିବାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ୯ ବର୍ଷ…

ଆସନ୍ତା ଜୁଲାଇରେ କ୍ଷତିପୂରଣ ମିଳିବା ସମ୍ଭାବନା

ରସୁଲପୁର,୪ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଗତ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଧାନଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଳିବ ସହାୟତା। ଏନେଇ ବ୍ଲକ ଅଞ୍ଚଳରେ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ବୀମାରାଶି ୨୦୨୧ ଜୁଲାଇରେ ମିଳିବା…

ଜମି ବଢ଼ିନି, ବଢ଼ିଲେ ଚାଷୀ

ଯାଜପୁର ଅଫିସ,୩।୧୨:ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଅଗଷ୍ଟ ଶେଷବେଳକୁ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିଯୋଗୁ ପ୍ରାୟ ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। ପରବର୍ତ୍ତୀ ସମୟରେ ପାଗ ଅନୁକୂଳ ରହିଥିଲେ ହେଁ ଧାନ ଉପତ୍ାଦନ ହ୍ରାସ…

ସିସିବିରେ ବଢ଼ୁଛି ଆର୍ଥିକ ଅନିୟମିତତା

ଯାଜପୁର ଅଫିସ,୩।୧୨:ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଅନୁବନ୍ଧିତ ୧୭ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) ବା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ରହିଛି। ସେଥିମଧ୍ୟରୁ ୮ ସିସିବିରେ ୨୦୧୮ ପରଠାରୁ ଅଦ୍ୟାବଧି ୧୫ କୋଟି ୪୩ ଲକ୍ଷ ୨୫ ହଜାର ୪୫୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri