କାଳେ ସଙ୍ଗଠିତ ହୋଇଯିବେ

ଯାଜପୁର ଅଫିସ, ୮।୧୨: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟତଃ ବାହାର ଜିଲା ଓ ରାଜ୍ୟର ଶ୍ରମିକଙ୍କୁ ଠିକାଦାରଙ୍କ ଅଧୀନରେ ନିଯୁକ୍ତି ଦିଆଯାଉଛି। ବାହାର ଅଞ୍ଚଳର ପ୍ରାୟ ୩୦୦ ଠିକା ସଂସ୍ଥା ଏଠାରେ ନିୟୋଜିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକେ କାଳେ ସଙ୍ଗଠିତ ହୋଇଯିବେ ଭାବି କାରଖାନା ମାଲିକମାନେ ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରୁଛନ୍ତି। କେଉଁ କାରଖାନାରେ କେତେ ସଂଖ୍ୟକ ଶ୍ରମିକ ନିଯୁକ୍ତି, କେତେ ଠିକାଦାରଙ୍କୁ ଲାଇସେନ୍ସ ଦିଆଯାଇ ଶ୍ରମିକ ନିୟୋଜନ କ୍ଷମତା ଦିଆଯାଇଛି ସେ ଦିଗରେ ଶ୍ରମ ବିଭାଗ ଦ୍ୱାରା କୌଣସି ସ୍ବଚ୍ଛତା ରକ୍ଷା କରାଯାଉଥିବା ଦେଖାଯାଉନାହିଁ। ଏହି କାରଣରୁ ଗତ ୫ ବର୍ଷ ମଧ୍ୟରେ ୧୬ ଶିଳ୍ପ କାରଖାନାରେ ୨୩,୯୩୦ ଜଣ ଠିକା ଶ୍ରମିକ ଜୀବିକା ହରାଇଛନ୍ତି।
ଯାଜପୁର ଜିଲା କେବଳ ଇସ୍ପାତ ଉତ୍ପାଦନରେ ସୀମିତ ରହିନାହିଁ। ଗତ ୫ ବର୍ଷ ମଧ୍ୟରେ ୩ ସିମେଣ୍ଟ କମ୍ପାନୀ ଉତ୍ପାଦନ ଆରମ୍ଭ କରିଛି। ଅନ୍ୟ ଏକ ସିମେଣ୍ଟ କାରଖାନା ନିର୍ମାଣାଧୀନ ରହିଛି। ଗତବର୍ଷ ଅତ୍ୟଧିକ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ଯୋଗୁ ଆଉ ଏକ ସିମେଣ୍ଟ କମ୍ପାନୀ ଭିତ୍ତିଭୂମି ସ୍ଥାପନ ନ କରି ଫେରି ଯାଇଥିଲା। ଏଥିଯୋଗୁ ପ୍ରାୟ ୨ ହଜାର ନିଯୁକ୍ତି ଆଶା ମଉଳି ଯାଇଥିଲା। ସମ୍ପ୍ରତି କେତେକ ଇସ୍ପାତ ଓ ସିମେଣ୍ଟ କାରଖାନାରେ ଅବ୍ୟବସ୍ଥା ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଶ୍ରମିକମାନେ ସଂଗଠିତ ହୋଇ ନ ପାରିବାରୁ ମାଲିକମାନଙ୍କର ସ୍ବେଚ୍ଛାଚାରିତ ବଢ଼ିଚାଲିଛି। ଷଡ଼ଯନ୍ତ୍ର କରାଯାଇ କୌଣସି ଟ୍ରେଡ୍‌ ୟୁନିୟନକୁ ମୁଣ୍ଡ ଟେକିବାକୁ ଦିଆଯାଉନାହିଁ। ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବିନା ନୋଟିସରେ ବାହାର କରି ଦେଉଛନ୍ତିି। ଏଠାରେ ଶ୍ରମ ଆଇନ ଯେତେ ଉଲ୍ଲଂଘନ ହେଲେ ମଧ୍ୟ ଶ୍ରମ ବିଭାଗ ଆଖିବୁଜି ଦେଉଛି। ଯେଉଁ କାର୍ଯ୍ୟରେ ଅର୍ଥ ନେଣଦେଣ ରହୁଛି ସେଥିପ୍ରତି ଶ୍ରମ ବିଭାଗ ଅଧିକାରୀମାନେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗରିବ ଲୋକଙ୍କ ବିଭିନ୍ନ ମାମଲା ପଡ଼ିରହୁଛି ବୋଲି ଶ୍ରମିକ ନେତା ମହିରାମ ପୂର୍ତ୍ତି କହିଛନ୍ତି। ଯାଜପୁର ଜିଲାରେ ସର୍ବନିମ୍ନ ମଜୁରି ଆଇନ, ଠିକା ଶ୍ରମିକ ଉଚ୍ଛେଦ ଆଇନ, ଶିଳ୍ପ ବିବାଦ ଆଇନ, ଇଣ୍ଡଷ୍ଟ୍ର୍ରିଆଲ ଏମ୍ପ୍ଲୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର ପ୍ରଭୃତି ଶ୍ରମିକ ଆଇନ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଫଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ତୁରନ୍ତ ନ୍ୟାୟ ପାଉ ନଥିବାରୁ ଶ୍ରମ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ଶ୍ରମିକ ନେତା ପୂର୍ତ୍ତି କହିଛନ୍ତି ଯେ, ସ୍ଥାୟୀ କାର୍ଯ୍ୟରେ ଠିକା ଶ୍ରମିକଙ୍କୁ ନିୟୋଜିତ କରାଯାଇ ଠିକା ଶ୍ରମିକ ଉଚ୍ଛେଦ ଆଇନକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଛି। ଏହାଦ୍ୱାରା ଶିଳ୍ପପତିମାନେ ଲାଭବାନ ହେଉଛନ୍ତି। ଏକକାଳୀନ ଆଠ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କଲେ ବି ଆଇନ ଅନୁଯାୟୀ ଓଭର ଟାଇମ୍‌ ଡ୍ୟୁଟିରେ ଅତିରିକ୍ତ ମଜୁରି ପ୍ରଦାନ ନ କରିବା, କୌଣସି ପ୍ରକାର ସୁରକ୍ଷା ସାମଗ୍ରୀ ନ ଯୋଗାଇବା ତଥା ସ୍ଥାୟୀ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଥାଇ ବି ଚାକିରିର ସ୍ଥାୟିତ୍ୱ ନ ରହିବା ଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଶ୍ରମିକ ଗଣେଶ ରାଉତ, ବିଜୟ ମହାନ୍ତି ପ୍ରମୁଖଙ୍କ କହିବାନୁଯାୟୀ, କାର୍ଯ୍ୟକ୍ଷେତ୍ରରେ ତୀବ୍ର ପ୍ରଦୂଷଣ ଯୋଗୁ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କୁ ଚରମ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡ଼ୁଛି। କିନ୍ତୁ ଏହାର ପ୍ରତିକାର କୌଣସି ସ୍ତରରେ ହେଉନାହିଁ ବୋଲି ସେମାନେ କହିଛନ୍ତି।
ଶ୍ରମିକ ନେତା ବାବୁଲି ପୂର୍ତ୍ତି କୁହନ୍ତି, ଜନ ପ୍ରତିନିଧି ଓ ରାଜନେତାଙ୍କ ପାଖ ଲୋକମାନେ ଅଧିକାଂଶ କାରଖାନାରେ ଶ୍ରମିକ ଯୋଗାଣକାରୀ ଠିକାଦାର ଭାବେ କାରଖାନା ମାଲିକଙ୍କ ଦ୍ୱାରା ଥଇଥାନ ହୋଇଥିବାରୁ କମ୍ପାନୀର ଅନ୍ୟାୟ ଅତ୍ୟାଚାର ବିରୋଧରେ ନେତାଏ ମୁହଁ ଖୋଲିବା ଦୁରୂହ ହୋଇପଡୁଛି। ଏଥିଯୋଗୁ ଶ୍ରମିକ ଶ୍ରେଣୀ ଲୋକ ହନ୍ତସନ୍ତ ହେଉଛନ୍ତି। ଏହାର ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଯୁଗ୍ମ ଶ୍ରମ ଆୟୁକ୍ତ ସୁନୀଲ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବିଭିନ୍ନ ଶ୍ରମିକ ଆଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି। ମାମଲାଗୁଡିକର ଶୁଣାଣି ମଧ୍ୟ କରାଯାଇ ଫୁଲ ଆଣ୍ଡ ଫାଇନାଲ କରାଯାଉଛି। ତେବେ ପ୍ରାୟ ୨ ବର୍ଷ ହେଲା ଜିଲା ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାରୁ ସାମାନ୍ୟ ସମସ୍ୟା ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ

ପାଟଣା,୨୮।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା ଶଙ୍କର ଶିବ ମନ୍ଦିରରେ ବୁଧବାର ରାତିରେ ଦେବଦମ୍ପତିଙ୍କ ଦେବୀ ପାର୍ବତୀ ଓ ଦେବଦେବ...

ଜିଲାରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ

ଭବାନୀପାଟଣା,୧୪।୧୦(ସ୍ବ.ପ୍ର.):କଳାହାଣ୍ଡି ଜିଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ଜଙ୍ଗଲ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ...

କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧ କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ...

ସହରରେ ପଶିଲା ହାତୀ

ପୁରୀ ଅଫିସ, ୧୦ା୧: ପୁରୀ ସହରରେ ହାତୀ ଆତଙ୍କ। ସୋମବାର ଭୋର ସମୟରେ ଚନ୍ଦନପୁର ଅଞ୍ଚଳର ପ୍ରତାପ ପୁରୁଷୋତ୍ତମପୁର ଜଙ୍ଗଲ ନିକଟରେ ଏକ ଦନ୍ତାହାତୀ ଦେଖିବାକୁ...

ଜଙ୍ଗଲ ସୁରକ୍ଷା ପାଇଁ ଖୋଳାଗଲା ଟ୍ରେଞ୍ଚ

ନବରଙ୍ଗପୁର,୧୭।୪(ବି.ପ୍ର.): ନବରଙ୍ଗପୁର ବ୍ଲକ ବଡ଼ମସିଗାଁ ପଞ୍ଚାୟତ ଅଧୀନ ଭାଟିଗାଁ ଗ୍ରାମ୍ୟ ଜଙ୍ଗଲ ଓ କାଜୁ ବଗିଚାର ସୁରକ୍ଷା ଦୃଷ୍ଟିକୁ ନେଇ ଟ୍ରେଞ୍ଚ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।...

ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ

ବୌଦ୍ଧ,୫।୧୦(ସ୍ବ.ପ୍ର.): ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ...

ଦିବ୍ୟାଙ୍ଗ ଶିକ୍ଷକ ପରିବାରକୁ ବାସନ୍ଦ

ଛତ୍ରପୁର,୨୦।୬(ଡି.ଏନ.ଏ): ଗଞ୍ଜାମ ବ୍ଲକରେ ପୁଣି ଏକ ବାସନ୍ଦ ଘଟଣା ସାମନାକୁ ଆସିଛି। ଗାଁରେ ସାମାଜିକ ବାସନ୍ଦ ହୋଇଥିବା ଜଣେ ଦିବ୍ୟାଙ୍ଗ ଶିକ୍ଷକ ନ୍ୟାୟ ପାଇଁ ରବିବାର ଗଞ୍ଜାମ...

କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ ବ୍ୟାପକ ଲାଞ୍ଚ କାରବାର, ଦୁର୍ନୀତି ଅଭିଯୋଗ: ଓକିଲ ସଂଘର ଧାରଣା

କଣ୍ଟାବାଞ୍ଜି,୬।୮(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ନେଇ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ...

Advertisement
Archives

Model This Week