ସର୍ଭେରେ ଅଟକିଛି ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୭।୧୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଚଳିତବର୍ଷର ପ୍ରଥମାର୍ଦ୍ଧରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବ୍ୟାସ ସରୋବର ଜଙ୍ଗଲ ଜମିରେ ଛନ୍ଦି ହୋଇଥିବାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ୯ ବର୍ଷ ଲାଗିଥିଲା। ଏହି ପ୍ରକଳ୍ପରେ ଅର୍ବାନ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର୍‌ ସ୍ମଲ ଆଣ୍ଡ ମିଡିୟମ୍‌ ଟାଉନ୍‌ (ୟୁଆଇଡିଏସ୍‌ଏମ୍‌ଟି) ଯୋଜନାରେ ୧୪ କୋଟି ୫୧ ଲକ୍ଷ ୩୨ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପ୍ରକଳ୍ପକୁ ଲାଗି ଗତ ଜାନୁୟାରୀରେ ପ୍ରସ୍ତାବିତ କଳିଙ୍ଗନଗର ଉନ୍ନୟନ ପରିଷଦ (କେଏନ୍‌ଡିଏ)ର ୧୪ ରାଜସ୍ବ ଗ୍ରାମ ପାଇଁ ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏଥିପାଇଁ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପକ୍ଷରୁ ୪୫ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପ ମଞ୍ଜୁର ହେବାର ୧ ବର୍ଷ ପୂରିବାକୁ ଯାଉଥିଲେ ହେଁ ସର୍ଭେରେ ଅଟକିଛି। ଏପରିକି ବ୍ୟାସ ସରୋବର ଜମିରେ ଏହାର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବ ରହିଥିବାରୁ ପୁଣି ଜଙ୍ଗଲ ଜମି ବାଧା ସୃଷ୍ଟି କରିବା ପ୍ରାୟ ନିଶ୍ଚିତ ବୋଲି ସହରବାସୀ ଆଶଙ୍କା କରିଛନ୍ତି। ତେଣୁ ୧୦ ବର୍ଷ ଅପେକ୍ଷା କରିବା ପରେ ଏହି ପ୍ରକଳ୍ପରୁ ପ୍ରସ୍ତାବିତ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
୨୦୧୧ରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟ୍‌ମେଣ୍ଟ ପ୍ଲାନ ମଞ୍ଜୁର ହୋଇଥିଲା। କିନ୍ତୁ ଜଙ୍ଗଲ ଜମି ଅଧିଗ୍ରହଣ ଯୋଗୁ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହୋଇଥିଲା। ଏହି ସମସ୍ୟାର ସମାଧାନ ହେବା ପରେ ପୁନଃ ବଜେଟ ତିଆରି କରାଯାଇଥିଲା। ବ୍ୟାସ ସରୋବର ନିକଟରେ ଏହାର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସମ୍ପୂର୍ଣ୍ଣ କରାଯାଇ ଗତ ଜାନୁୟାରୀରେ ପ୍ରାରମ୍ଭିକ ଭାବେ ଜଳଯୋଗାଣ ହୋଇଥିଲା। ଅନ୍ୟପକ୍ଷରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ପାଦ ଥାପୁଛନ୍ତି। ପର୍ଯ୍ୟାୟକ୍ରମେ ଇସ୍ପାତ କାରଖାନାଗୁଡ଼ିକ ବନ୍ଦ ହେଉଥିବାବେଳେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ବଢୁଛି। ଏହାକୁ ଦୃଷ୍ଟିରେ ରଖି କେଏନ୍‌ଡିଏର ଭୌଗୋଳିକ ସୀମା ଓ ଲୋକସଂଖ୍ୟା ହୁହୁ ହୋଇ ବଢୁଛି। କେଏନ୍‌ଡିଏର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର କମ୍ପ୍ରେହେନଶିଭ ଡେଭଲପ୍‌ମେଣ୍ଟ ପ୍ଲାନ୍‌ (ସିଡିପି) ପ୍ରସ୍ତୁତ କରିଛନ୍ତି। ୪୫୮.୭୮ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଏଥିରେ ୧୬୧ଟି ଗ୍ରାମକୁ ସାମିଲ କରାଯାଇଛି। ପ୍ରଥମ ୫ ବର୍ଷରେ ୧୨୩୫ କୋଟି ଟଙ୍କା ଓ ୨୦୩୦ ସୁଦ୍ଧା ୬୬,୧୩୯କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା ରହିଛି। ଏହି ଯୋଜନାରେ ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ ଅନ୍ୟତମ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ୟାସନଗର ସହରର ଅପହଞ୍ଚ ଇଲାକା ସମେତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ନୂଆଗଡ଼, ଜଇଁତଳା, ଚାନ୍ଦମା ଓ କୁଆଁରଦା, ଜହ୍ନା ନିକଟ ଜହ୍ନା ସାନପାଟୁଳି, ବଡ଼ ପାଟୁଳି, ଚିଲିପଦା ଏବଂ ମିଲିଟାରୀ ଛକ ନିକଟ ଦାନଗଦି, ତ୍ରିଜଙ୍ଗା, ନୂଆଁଗା, ତେଲିବାହାଲି, ମଙ୍ଗଳପୁର ଇତ୍ୟାଦି ଗ୍ରାମର ବାସିନ୍ଦା ଉପକୃତ ହେବେ ବୋଲି ଆକଳନ କରାଯାଇଛି। ତେବେ ଖରସ୍ରୋତା ନଦୀରେ ପ୍ରଥମ ମେଗା ପ୍ରକଳ୍ପର ପମ୍ପ୍‌ ହାଉସ୍‌ ହୋଇଥିବା ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ହେବ। ସେହିପରି ମୁଣ୍ଡୋମାଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରେ ମଧ୍ୟ ଏଥିପାଇଁ ଦ୍ୱିତୀୟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୩ ଏକର ଜମି ଦେବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ୱାଟକୋ ଜରିଆରେ ଗତ ୨ ମାସ ହେଲା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏଥର ଜଙ୍ଗଲ ଜମି ସମସ୍ୟାର ସମାଧାନ ଶୀଘ୍ର ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ଗ୍ଲୋବାଲ ଟେଣ୍ଡର ହେବାକୁ ଥିବାରୁ ଜଙ୍ଗଲ ଜମି ସମସ୍ୟାର ସମାଧାନ ଦାୟିତ୍ୱ ସମ୍ପୃକ୍ତ ସଂସ୍ଥାର ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?