ସର୍ଭେରେ ଅଟକିଛି ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୭।୧୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଚଳିତବର୍ଷର ପ୍ରଥମାର୍ଦ୍ଧରେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବ୍ୟାସ ସରୋବର ଜଙ୍ଗଲ ଜମିରେ ଛନ୍ଦି ହୋଇଥିବାରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ୯ ବର୍ଷ ଲାଗିଥିଲା। ଏହି ପ୍ରକଳ୍ପରେ ଅର୍ବାନ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର୍‌ ସ୍ମଲ ଆଣ୍ଡ ମିଡିୟମ୍‌ ଟାଉନ୍‌ (ୟୁଆଇଡିଏସ୍‌ଏମ୍‌ଟି) ଯୋଜନାରେ ୧୪ କୋଟି ୫୧ ଲକ୍ଷ ୩୨ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପ୍ରକଳ୍ପକୁ ଲାଗି ଗତ ଜାନୁୟାରୀରେ ପ୍ରସ୍ତାବିତ କଳିଙ୍ଗନଗର ଉନ୍ନୟନ ପରିଷଦ (କେଏନ୍‌ଡିଏ)ର ୧୪ ରାଜସ୍ବ ଗ୍ରାମ ପାଇଁ ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏଥିପାଇଁ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପକ୍ଷରୁ ୪୫ କୋଟି ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପ ମଞ୍ଜୁର ହେବାର ୧ ବର୍ଷ ପୂରିବାକୁ ଯାଉଥିଲେ ହେଁ ସର୍ଭେରେ ଅଟକିଛି। ଏପରିକି ବ୍ୟାସ ସରୋବର ଜମିରେ ଏହାର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବ ରହିଥିବାରୁ ପୁଣି ଜଙ୍ଗଲ ଜମି ବାଧା ସୃଷ୍ଟି କରିବା ପ୍ରାୟ ନିଶ୍ଚିତ ବୋଲି ସହରବାସୀ ଆଶଙ୍କା କରିଛନ୍ତି। ତେଣୁ ୧୦ ବର୍ଷ ଅପେକ୍ଷା କରିବା ପରେ ଏହି ପ୍ରକଳ୍ପରୁ ପ୍ରସ୍ତାବିତ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
୨୦୧୧ରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟ୍‌ମେଣ୍ଟ ପ୍ଲାନ ମଞ୍ଜୁର ହୋଇଥିଲା। କିନ୍ତୁ ଜଙ୍ଗଲ ଜମି ଅଧିଗ୍ରହଣ ଯୋଗୁ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହୋଇଥିଲା। ଏହି ସମସ୍ୟାର ସମାଧାନ ହେବା ପରେ ପୁନଃ ବଜେଟ ତିଆରି କରାଯାଇଥିଲା। ବ୍ୟାସ ସରୋବର ନିକଟରେ ଏହାର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସମ୍ପୂର୍ଣ୍ଣ କରାଯାଇ ଗତ ଜାନୁୟାରୀରେ ପ୍ରାରମ୍ଭିକ ଭାବେ ଜଳଯୋଗାଣ ହୋଇଥିଲା। ଅନ୍ୟପକ୍ଷରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ପାଦ ଥାପୁଛନ୍ତି। ପର୍ଯ୍ୟାୟକ୍ରମେ ଇସ୍ପାତ କାରଖାନାଗୁଡ଼ିକ ବନ୍ଦ ହେଉଥିବାବେଳେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ବଢୁଛି। ଏହାକୁ ଦୃଷ୍ଟିରେ ରଖି କେଏନ୍‌ଡିଏର ଭୌଗୋଳିକ ସୀମା ଓ ଲୋକସଂଖ୍ୟା ହୁହୁ ହୋଇ ବଢୁଛି। କେଏନ୍‌ଡିଏର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର କମ୍ପ୍ରେହେନଶିଭ ଡେଭଲପ୍‌ମେଣ୍ଟ ପ୍ଲାନ୍‌ (ସିଡିପି) ପ୍ରସ୍ତୁତ କରିଛନ୍ତି। ୪୫୮.୭୮ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଏଥିରେ ୧୬୧ଟି ଗ୍ରାମକୁ ସାମିଲ କରାଯାଇଛି। ପ୍ରଥମ ୫ ବର୍ଷରେ ୧୨୩୫ କୋଟି ଟଙ୍କା ଓ ୨୦୩୦ ସୁଦ୍ଧା ୬୬,୧୩୯କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା ରହିଛି। ଏହି ଯୋଜନାରେ ଦ୍ୱିତୀୟ ମେଗା ଜଳଯୋଗାଣ ପ୍ରକଳ୍ପ ଅନ୍ୟତମ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ୟାସନଗର ସହରର ଅପହଞ୍ଚ ଇଲାକା ସମେତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ନୂଆଗଡ଼, ଜଇଁତଳା, ଚାନ୍ଦମା ଓ କୁଆଁରଦା, ଜହ୍ନା ନିକଟ ଜହ୍ନା ସାନପାଟୁଳି, ବଡ଼ ପାଟୁଳି, ଚିଲିପଦା ଏବଂ ମିଲିଟାରୀ ଛକ ନିକଟ ଦାନଗଦି, ତ୍ରିଜଙ୍ଗା, ନୂଆଁଗା, ତେଲିବାହାଲି, ମଙ୍ଗଳପୁର ଇତ୍ୟାଦି ଗ୍ରାମର ବାସିନ୍ଦା ଉପକୃତ ହେବେ ବୋଲି ଆକଳନ କରାଯାଇଛି। ତେବେ ଖରସ୍ରୋତା ନଦୀରେ ପ୍ରଥମ ମେଗା ପ୍ରକଳ୍ପର ପମ୍ପ୍‌ ହାଉସ୍‌ ହୋଇଥିବା ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ହେବ। ସେହିପରି ମୁଣ୍ଡୋମାଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରେ ମଧ୍ୟ ଏଥିପାଇଁ ଦ୍ୱିତୀୟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୩ ଏକର ଜମି ଦେବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ୱାଟକୋ ଜରିଆରେ ଗତ ୨ ମାସ ହେଲା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏଥର ଜଙ୍ଗଲ ଜମି ସମସ୍ୟାର ସମାଧାନ ଶୀଘ୍ର ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ଗ୍ଲୋବାଲ ଟେଣ୍ଡର ହେବାକୁ ଥିବାରୁ ଜଙ୍ଗଲ ଜମି ସମସ୍ୟାର ସମାଧାନ ଦାୟିତ୍ୱ ସମ୍ପୃକ୍ତ ସଂସ୍ଥାର ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର...

ବଟି ପାଇଁ କ୍ରଶର ମ୍ୟାନେଜରଙ୍କୁ ଗୁଳି

କୋରାପୁଟ,୭ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ସିଲପଣ୍ଡି ଗ୍ରାମସ୍ଥିତ ଏସ୍‌ଇପିଏଲ କ୍ରଶର ୟୁନିଟରେ ଟଙ୍କା ଆଦାୟ କରିବାକୁ ଯାଇ ବୁଧବାର ରାତିରେ ସେଠାକାର ମ୍ୟାନେଜରଙ୍କୁ ଗୁଳି...

ମାଲିକଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ

ସମ୍ବଲପୁର,୩ା୬(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନର ଏକ ଦୋକାନରୁ ଶୁକ୍ରବାର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କ ହାତଗୋଡ ବାନ୍ଧି ଡକାୟତି କରିଛନ୍ତି।...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ୍‌,୩୦।୪: ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ଅଧିକାଂଶ ସହାୟତା କେବଳ ଗରିବ ଲୋକମାନେ ପାଉଥିବା ବେଳେ ମଧ୍ୟବିତ୍ତ ଏଥିରୁ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର

ସାରସକଣା,୨୭।୨: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପାଙ୍କ ଏତଲାକୁ...

କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି।...

ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ...

ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା...

Advertisement
Archives

Model This Week