ଜମି ବଢ଼ିନି, ବଢ଼ିଲେ ଚାଷୀ

ଯାଜପୁର ଅଫିସ,୩।୧୨:ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଅଗଷ୍ଟ ଶେଷବେଳକୁ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିଯୋଗୁ ପ୍ରାୟ ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। ପରବର୍ତ୍ତୀ ସମୟରେ ପାଗ ଅନୁକୂଳ ରହିଥିଲେ ହେଁ ଧାନ ଉପତ୍ାଦନ ହ୍ରାସ ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ତଥାପି ଫୁଡ୍‌ ଓଡ଼ିଶା ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅର୍ଥାତ ୨ ତାରିଖ ସୁଦ୍ଧା ୨୦୨୦-୨୧ ଖରିଫ ଚାଷ ଧାନ ବିକ୍ରି ପାଇଁ ଜିଲାର ୪୩,୮୧୧ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ୨୯,୭୬୩ ଜଣ ଚାଷୀ ନବୀକରଣ କରିଥିବାବେଳେ ୧୪,୦୪୮ ଜଣ ଚାଷୀ ନୂଆ ରହିଛନ୍ତି। ତେବେ ଜମି ବଢିନି, କିନ୍ତୁ ଏତେ ସଂଖ୍ୟାରେ ଚାଷୀଙ୍କ ବୃଦ୍ଧି ହୋଇଥିବାରୁ ସରକାରୀ ଅର୍ଥ ଆତ୍ମସାତ୍‌ ପାଇଁ ଥୋପ ପକାଯାଉଛି ବୋଲି ଅଭିଯୋଗ ହୋଇଛି।
ଜିଲାରେ ୧,୪୫,୪୫୦ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଖରିଫ ଋତୁରେ ୬୬,୬୧୩ ହେକ୍ଟର ଓ ରବି ଋତୁରେ ୩୮,୭୦୦ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। ବାସ୍ତବପକ୍ଷେ ଏହାର ଅର୍ଦ୍ଧାଧିକ ଜମିରେ ମଧ୍ୟ ପାଣି ମାଡୁ ନ ଥିବା ଅଭିଯୋଗ ହୋଇଆସୁଛି। ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳି ପାରୁ ନ ଥିବା ଚାଷୀ ଆଉ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ ହେଉ ନ ଥିବାରୁ ଚାଷୀ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ୨୦୧୯-୨୦ ଖରିଫ ଧାନ ସଂଗ୍ରହରେ ପୂର୍ବ ବର୍ଷ ଅପେକ୍ଷା ୮,୩୧୫ ଜଣ ଚାଷୀ ହ୍ରାସ ପାଇଥିଲେ। କିନ୍ତୁ ଚଳିତ ବର୍ଷ ଚାଷୀ ସଂଖ୍ୟା ବୃଦ୍ଧି କଥାକୁ ଚାଷୀ ମହଲରେ ସହଜରେ ଗ୍ରହଣ ହୋଇ ପାରୁନାହିଁ। ଅନ୍ୟପକ୍ଷେ କମ୍‌ ଜମି ଥିବା କିମ୍ବା ଜମି ନ ଥାଇ ମଧ୍ୟ ସେମାନଙ୍କ ନାମରେ ଅଧିକ ଜମି ଦେଖାଇ ଚାଷୀ ଭାବେ ପଞ୍ଜୀକରଣ କରାଯାଉଛି। ପରେ ସେହିମାନଙ୍କ ନାମରେ କୃଷିକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାରେ ଆବଣ୍ଟିତ ଅନୁଦାନକୁ ଚଳୁ କରାଯାଉଛି। ଗତ ବର୍ଷ ମାର୍କଣ୍ଡପୁର ପାକ୍ସରେ ଏଭଳି ଏକ ଘଟଣା ପର୍ଦ୍ଦାଫାଶ ହୋଇଥିଲା। ଏକ କଲେଜରେ ରାତ୍ର ଜଗୁଆଳିଙ୍କ ୪ ଜଣ ପରିବାର ସଦସ୍ୟଙ୍କ ନାମରେ ୯୦ ଏକରରୁ ଊର୍ଦ୍ଧ୍ୱ ଜମି ଦର୍ଶାଇ ଧାନ କିଣାରେ ପ୍ରାୟ ୧୯ ଲକ୍ଷ ଟଙ୍କା ହଡପ ହୋଇଥିଲା। ଏନେଇ ସ୍ଥାନୀୟ କେତେକ ଚାଷୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସମ୍ପୃକ୍ତ ପାକ୍ସର ସମ୍ପାଦକ ଓ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେହିପରି ଧର୍ମଶାଳା ବ୍ଲକର ମହିସରା ଓ ରଖିଦେଇପୁର ପାକ୍ସ, କୋରେଇ ବ୍ଲକର ବନ୍ଦାଳୋ, ରସୁଲପୁରରର ବ୍ରହ୍ମବରଦା ପାକ୍ସରେ ବିଭିନ୍ନ ଦୁର୍ନୀତିର ତଦନ୍ତ କରିବାକୁ ପୂର୍ବରୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଏସବୁ ଦୁର୍ନୀତିର ତଦନ୍ତ କେବଳ ନିର୍ଦ୍ଦେଶରେ ସୀମିତ ରହିଛି। ରାଜ୍ୟ ସରକାର ଦୁର୍ନୀତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୫-ଟି ଆଇନ ଆଣିଛନ୍ତି। କିନ୍ତୁ ଏହି ଆଇନକୁ ଅଣଦେଖା କରି ଚାଷୀ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି କରାଯାଇଛି।
୨୦୧୯-୨୦ ବର୍ଷରେ ଚାଷୀ ପଞ୍ଜୀକରଣରେ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ରାଜ୍ୟ ସମବାୟ ସମିତି ନିବନ୍ଧକ(ଆରସିଏସ୍‌) ଉଦ୍‌ବେଗ ପ୍ରକାଶ କରି ସମ୍ପୃକ୍ତ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିଥିଲେ। ଉପଯୁକ୍ତ ଭାବେ ଚାଷୀ ପଞ୍ଜୀକରଣ ପର୍ଯ୍ୟବେକ୍ଷଣ ହୋଇନାହିଁ, ତେଣୁ ଯେପରି ସମସ୍ତ କୃଷି ଋଣ ନେଇଥିବା ଚାଷୀ ଧାନ ସଂଗ୍ରହରେ ପଞ୍ଜୀକୃତ ହେବେ ସେଥିପ୍ରତି ସୁପରଭାଇଜିଂ ଅଫିସର, ପାକ୍ସ ସମ୍ପାଦକ ପ୍ରମୁଖ ଉତ୍ତରଦାୟୀ ହେବେ ବୋଲି ଆର୍‌ସିଏସ୍‌ ଚେତାବନୀ ଦେଇଥିଲେ। ଏହି ଚେତାବନୀକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଯେନତେନ ପ୍ରକାରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ପ୍ରଭାତକର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜମି ପରିମାଣ ସହିତ ଚାଷୀଙ୍କ ସଂଖ୍ୟାରେ କୌଣସି ସମ୍ପର୍କ ନାହିଁ। ଚଳିତ ବର୍ଷ ଜଣେ ଚାଷୀଙ୍କ ଜମିରେ ୨ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବେ। ଚାଷୀ ସଂଖ୍ୟା ହ୍ରାସ ଓ ବୃଦ୍ଧି ପ୍ରାୟ ହୋଇଥାଏ। ତେବେ ଚାଷୀ ପଞ୍ଜୀକରଣରେ ଅନିୟମିତତା ଅଭିଯୋଗକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?