ଜମି ବଢ଼ିନି, ବଢ଼ିଲେ ଚାଷୀ

ଯାଜପୁର ଅଫିସ,୩।୧୨:ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଅଗଷ୍ଟ ଶେଷବେଳକୁ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିଯୋଗୁ ପ୍ରାୟ ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। ପରବର୍ତ୍ତୀ ସମୟରେ ପାଗ ଅନୁକୂଳ ରହିଥିଲେ ହେଁ ଧାନ ଉପତ୍ାଦନ ହ୍ରାସ ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ତଥାପି ଫୁଡ୍‌ ଓଡ଼ିଶା ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅର୍ଥାତ ୨ ତାରିଖ ସୁଦ୍ଧା ୨୦୨୦-୨୧ ଖରିଫ ଚାଷ ଧାନ ବିକ୍ରି ପାଇଁ ଜିଲାର ୪୩,୮୧୧ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ୨୯,୭୬୩ ଜଣ ଚାଷୀ ନବୀକରଣ କରିଥିବାବେଳେ ୧୪,୦୪୮ ଜଣ ଚାଷୀ ନୂଆ ରହିଛନ୍ତି। ତେବେ ଜମି ବଢିନି, କିନ୍ତୁ ଏତେ ସଂଖ୍ୟାରେ ଚାଷୀଙ୍କ ବୃଦ୍ଧି ହୋଇଥିବାରୁ ସରକାରୀ ଅର୍ଥ ଆତ୍ମସାତ୍‌ ପାଇଁ ଥୋପ ପକାଯାଉଛି ବୋଲି ଅଭିଯୋଗ ହୋଇଛି।
ଜିଲାରେ ୧,୪୫,୪୫୦ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଖରିଫ ଋତୁରେ ୬୬,୬୧୩ ହେକ୍ଟର ଓ ରବି ଋତୁରେ ୩୮,୭୦୦ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। ବାସ୍ତବପକ୍ଷେ ଏହାର ଅର୍ଦ୍ଧାଧିକ ଜମିରେ ମଧ୍ୟ ପାଣି ମାଡୁ ନ ଥିବା ଅଭିଯୋଗ ହୋଇଆସୁଛି। ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳି ପାରୁ ନ ଥିବା ଚାଷୀ ଆଉ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ ହେଉ ନ ଥିବାରୁ ଚାଷୀ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ୨୦୧୯-୨୦ ଖରିଫ ଧାନ ସଂଗ୍ରହରେ ପୂର୍ବ ବର୍ଷ ଅପେକ୍ଷା ୮,୩୧୫ ଜଣ ଚାଷୀ ହ୍ରାସ ପାଇଥିଲେ। କିନ୍ତୁ ଚଳିତ ବର୍ଷ ଚାଷୀ ସଂଖ୍ୟା ବୃଦ୍ଧି କଥାକୁ ଚାଷୀ ମହଲରେ ସହଜରେ ଗ୍ରହଣ ହୋଇ ପାରୁନାହିଁ। ଅନ୍ୟପକ୍ଷେ କମ୍‌ ଜମି ଥିବା କିମ୍ବା ଜମି ନ ଥାଇ ମଧ୍ୟ ସେମାନଙ୍କ ନାମରେ ଅଧିକ ଜମି ଦେଖାଇ ଚାଷୀ ଭାବେ ପଞ୍ଜୀକରଣ କରାଯାଉଛି। ପରେ ସେହିମାନଙ୍କ ନାମରେ କୃଷିକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାରେ ଆବଣ୍ଟିତ ଅନୁଦାନକୁ ଚଳୁ କରାଯାଉଛି। ଗତ ବର୍ଷ ମାର୍କଣ୍ଡପୁର ପାକ୍ସରେ ଏଭଳି ଏକ ଘଟଣା ପର୍ଦ୍ଦାଫାଶ ହୋଇଥିଲା। ଏକ କଲେଜରେ ରାତ୍ର ଜଗୁଆଳିଙ୍କ ୪ ଜଣ ପରିବାର ସଦସ୍ୟଙ୍କ ନାମରେ ୯୦ ଏକରରୁ ଊର୍ଦ୍ଧ୍ୱ ଜମି ଦର୍ଶାଇ ଧାନ କିଣାରେ ପ୍ରାୟ ୧୯ ଲକ୍ଷ ଟଙ୍କା ହଡପ ହୋଇଥିଲା। ଏନେଇ ସ୍ଥାନୀୟ କେତେକ ଚାଷୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସମ୍ପୃକ୍ତ ପାକ୍ସର ସମ୍ପାଦକ ଓ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେହିପରି ଧର୍ମଶାଳା ବ୍ଲକର ମହିସରା ଓ ରଖିଦେଇପୁର ପାକ୍ସ, କୋରେଇ ବ୍ଲକର ବନ୍ଦାଳୋ, ରସୁଲପୁରରର ବ୍ରହ୍ମବରଦା ପାକ୍ସରେ ବିଭିନ୍ନ ଦୁର୍ନୀତିର ତଦନ୍ତ କରିବାକୁ ପୂର୍ବରୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଏସବୁ ଦୁର୍ନୀତିର ତଦନ୍ତ କେବଳ ନିର୍ଦ୍ଦେଶରେ ସୀମିତ ରହିଛି। ରାଜ୍ୟ ସରକାର ଦୁର୍ନୀତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୫-ଟି ଆଇନ ଆଣିଛନ୍ତି। କିନ୍ତୁ ଏହି ଆଇନକୁ ଅଣଦେଖା କରି ଚାଷୀ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି କରାଯାଇଛି।
୨୦୧୯-୨୦ ବର୍ଷରେ ଚାଷୀ ପଞ୍ଜୀକରଣରେ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ରାଜ୍ୟ ସମବାୟ ସମିତି ନିବନ୍ଧକ(ଆରସିଏସ୍‌) ଉଦ୍‌ବେଗ ପ୍ରକାଶ କରି ସମ୍ପୃକ୍ତ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିଥିଲେ। ଉପଯୁକ୍ତ ଭାବେ ଚାଷୀ ପଞ୍ଜୀକରଣ ପର୍ଯ୍ୟବେକ୍ଷଣ ହୋଇନାହିଁ, ତେଣୁ ଯେପରି ସମସ୍ତ କୃଷି ଋଣ ନେଇଥିବା ଚାଷୀ ଧାନ ସଂଗ୍ରହରେ ପଞ୍ଜୀକୃତ ହେବେ ସେଥିପ୍ରତି ସୁପରଭାଇଜିଂ ଅଫିସର, ପାକ୍ସ ସମ୍ପାଦକ ପ୍ରମୁଖ ଉତ୍ତରଦାୟୀ ହେବେ ବୋଲି ଆର୍‌ସିଏସ୍‌ ଚେତାବନୀ ଦେଇଥିଲେ। ଏହି ଚେତାବନୀକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଯେନତେନ ପ୍ରକାରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ପ୍ରଭାତକର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜମି ପରିମାଣ ସହିତ ଚାଷୀଙ୍କ ସଂଖ୍ୟାରେ କୌଣସି ସମ୍ପର୍କ ନାହିଁ। ଚଳିତ ବର୍ଷ ଜଣେ ଚାଷୀଙ୍କ ଜମିରେ ୨ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବେ। ଚାଷୀ ସଂଖ୍ୟା ହ୍ରାସ ଓ ବୃଦ୍ଧି ପ୍ରାୟ ହୋଇଥାଏ। ତେବେ ଚାଷୀ ପଞ୍ଜୀକରଣରେ ଅନିୟମିତତା ଅଭିଯୋଗକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri