ସିସିବିରେ ବଢ଼ୁଛି ଆର୍ଥିକ ଅନିୟମିତତା

ଯାଜପୁର ଅଫିସ,୩।୧୨:ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଅନୁବନ୍ଧିତ ୧୭ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) ବା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ରହିଛି। ସେଥିମଧ୍ୟରୁ ୮ ସିସିବିରେ ୨୦୧୮ ପରଠାରୁ ଅଦ୍ୟାବଧି ୧୫ କୋଟି ୪୩ ଲକ୍ଷ ୨୫ ହଜାର ୪୫୪ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ଏଥିରୁ ୨ଟି ବ୍ୟାଙ୍କର ଆର୍ଥିକ ଅନିୟମିତତା ଉପରେ ଭିଜିଲାନ୍ସ ତଦନ୍ତ ଚାଲିଥିବା ଗତ ୨୯ ତାରିଖରେ ଶେଷ ହୋଇଥିବା ବିଧାନସଭା ଶୀତ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। ଅନ୍ୟପକ୍ଷରେ ୨୦୧୮ ସୁଦ୍ଧା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲା ସିସିବିଗୁଡିକରେ ପ୍ରାୟ ୩୭୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିଲା ବୋଲି ତତ୍କାଳୀନ ସମବାୟ ମନ୍ତ୍ରୀ ବିଧାନସଭାରେ ସ୍ବୀକାର କରିଥିଲେ।
ସରକାରଙ୍କ ପକ୍ଷରୁ ଅଭିଯୋଗ କିମ୍ବା ମାମଲା ହସ୍ତାନ୍ତର ହେବା ପରେ ଭିଜିଲାନ୍ସ ବିଭାଗ ପୂରା ଦମରେ ମାମଲା ରୁଜୁ କରୁଛି। ହେଲେ ତଦନ୍ତ ଓ ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ବର୍ଷ ବର୍ଷ ଧରି ଶତାଧିକ ମାମଲା ପଡ଼ିରହୁଛି। ଜୀବନର ସବୁ ସମୟ ଭୋଗ କରି ସାରିବା ପରେ ଦୁର୍ନୀତିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଫଏସଲା ହେଉଛି। ସେତେବେଳକୁ କେତେଜଣଙ୍କ ଚାକିରି କାଳ ଶେଷ ହୋଇଯାଇଥିବାବେଳେ ଆଉ କେତେଜଣଙ୍କ ପରଲୋକ ଘଟିଯାଉଛି। ଯାଜପୁର ଜିଲା ସମବାୟ ସଂସ୍ଥାଗୁଡ଼ିକରେ କେତେଜଣ ଅଧିକାରୀଙ୍କ ବିରୋଧରେ ଅନିୟମିତତା ମାମଲା ବିଚାରାଧୀନ ରହିଛି। ବିଭାଗୀୟ ତଦନ୍ତ ଗଡ଼ିଚାଲିଥିବାରୁ ସମବାୟ ବିଭାଗରେ ଦୁର୍ନୀତି ବରଗଛର ଓହଳ ପରି ଲମ୍ବିଚାଲିଛି। ଫଳରେ ଅଭିଯୁକ୍ତମାନେ ପୁଣି ସରକାରୀ ଚାକିରିରେ ରହି ଅନାୟାସରେ ଦୁର୍ନୀତି କରିଚାଲିଥିବା ଅଭିଯୋଗ ହେଉଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ କୃଷକଙ୍କ ନାମରେ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ ଲୁଟ୍‌ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ୨୦୧୯ ଜୁନରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ୧ା୪ା୨୦୧୬ରୁ ୩୧ା୩ା୨୦୧୭ ମଧ୍ୟରେ ଚାଷୀଙ୍କ ବୀମା, ବିହନ, ଋଣ ଆଦି ଅନୁଦାନ ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଭିଜିଲାନ୍ସ ପକ୍ଷରୁ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା। ଏହାବାଦ୍‌ ୨୦୧୯ ନଭେମ୍ବରର ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ସୂଚନା ମିଳିଥିଲା ଯେ, ରାଜ୍ୟ ସମବାୟ ବ୍ୟାଙ୍କର ୩୨ଜଣ ଅଧିକାରୀଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ କେବଳ କଟକ ବ୍ରାଞ୍ଚରେ ୧୨ ମାମଲା ପଡ଼ିରହିଛି। ଏହାବାଦ୍‌ ଓଡ଼ିଶା କଞ୍ଜ୍ୟୁମର କୋଅପରେଟିଭ ଫାଉଣ୍ଡେଶନ, ମାର୍କଫେଡ୍‌, ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେଶନରେ ଏକାଧିକ ମାମଲା ଗଡୁଛି। ଯାଜପୁର ଜିଲାର ୧୩ ଜଣ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ନଁାରେ ମାମଲା ରହିଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ମଧ୍ୟ ଏକାଧିକ ଅଧିକାରୀଙ୍କ ନାମରେ ଆପରାଧିକ ମାମଲା ଚାଲିଛି ା
ବିଧାନସଭା ଶୀତ ଅଧିବେଶନର ଏକ ପ୍ରଶ୍ନର ଉତ୍ତରରେ ୨୦୧୮ ପରଠାରୁ ୮ ସିସିବିରେ ୨ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ଜଣାପଡିଛି। କଟକ ସିସିବିରେ ୧ କୋଟି ୯ ଲକ୍ଷ ୫୦ ହଜାର ୨୯୦ ଟଙ୍କା, ବଲାଙ୍ଗୀର ସିସିବିରେ ୩ କୋଟି ୭ ଲକ୍ଷ ୮୫ ହଜାର ୫୨୪ ଟଙ୍କା, ବାଲେଶ୍ୱର ସିସିବିରେ ୩ ଲକ୍ଷ ୩୪ ହଜାର ଟଙ୍କା, ବାଙ୍କୀ ସିସିବିରେ ୧୧ ଲକ୍ଷ ୨୯ ହଜାର ୪୬୪ ଟଙ୍କା, ମୟୂରଭଞ୍ଜ ସିସିବିରେ ୭୬ ଲକ୍ଷ ୪୫ ହଜାର ଟଙ୍କା, ୟୁନାଇଟେଡ୍‌ ପୁରୀ-ନିମାପଡ଼ାରେ ୧୫ ଲକ୍ଷ ୨୮ ହଜାର ଟଙ୍କା, ସମ୍ବଲପୁର ସିସିବିରେ ୬ ଲକ୍ଷ ୮୨ ହଜାର ଟଙ୍କା ଏବଂ ସୁନ୍ଦରଗଡ ସିସିବିରେ ସର୍ବାଧିକ ୧୦ କୋଟି ୧୨ ଲକ୍ଷ ୭୧ ହଜାର ୧୭୫ ଟଙ୍କା ଆର୍ଥିକ ଅନିୟମିତତା ହୋଇଛି। ସେଥିମଧ୍ୟରୁ ବଲାଙ୍ଗୀର ଓ ସୁନ୍ଦରଗଡ ସିସିବିରେ ଦୁର୍ନୀତି ମାମଲା ଉପରେ ଭିଜିଲାନ୍ସ ତଦନ୍ତ ଚାଲିଛି। ଏହିସବୁ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଆପରାଧିକ ମାମଲା, ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଗିରଫ ଇତ୍ୟାଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଧାନସଭା ଉତ୍ତରରେ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri