ସିସିବିରେ ବଢ଼ୁଛି ଆର୍ଥିକ ଅନିୟମିତତା

ଯାଜପୁର ଅଫିସ,୩।୧୨:ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଅନୁବନ୍ଧିତ ୧୭ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) ବା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ରହିଛି। ସେଥିମଧ୍ୟରୁ ୮ ସିସିବିରେ ୨୦୧୮ ପରଠାରୁ ଅଦ୍ୟାବଧି ୧୫ କୋଟି ୪୩ ଲକ୍ଷ ୨୫ ହଜାର ୪୫୪ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ଏଥିରୁ ୨ଟି ବ୍ୟାଙ୍କର ଆର୍ଥିକ ଅନିୟମିତତା ଉପରେ ଭିଜିଲାନ୍ସ ତଦନ୍ତ ଚାଲିଥିବା ଗତ ୨୯ ତାରିଖରେ ଶେଷ ହୋଇଥିବା ବିଧାନସଭା ଶୀତ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। ଅନ୍ୟପକ୍ଷରେ ୨୦୧୮ ସୁଦ୍ଧା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲା ସିସିବିଗୁଡିକରେ ପ୍ରାୟ ୩୭୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିଲା ବୋଲି ତତ୍କାଳୀନ ସମବାୟ ମନ୍ତ୍ରୀ ବିଧାନସଭାରେ ସ୍ବୀକାର କରିଥିଲେ।
ସରକାରଙ୍କ ପକ୍ଷରୁ ଅଭିଯୋଗ କିମ୍ବା ମାମଲା ହସ୍ତାନ୍ତର ହେବା ପରେ ଭିଜିଲାନ୍ସ ବିଭାଗ ପୂରା ଦମରେ ମାମଲା ରୁଜୁ କରୁଛି। ହେଲେ ତଦନ୍ତ ଓ ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁ ବର୍ଷ ବର୍ଷ ଧରି ଶତାଧିକ ମାମଲା ପଡ଼ିରହୁଛି। ଜୀବନର ସବୁ ସମୟ ଭୋଗ କରି ସାରିବା ପରେ ଦୁର୍ନୀତିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଫଏସଲା ହେଉଛି। ସେତେବେଳକୁ କେତେଜଣଙ୍କ ଚାକିରି କାଳ ଶେଷ ହୋଇଯାଇଥିବାବେଳେ ଆଉ କେତେଜଣଙ୍କ ପରଲୋକ ଘଟିଯାଉଛି। ଯାଜପୁର ଜିଲା ସମବାୟ ସଂସ୍ଥାଗୁଡ଼ିକରେ କେତେଜଣ ଅଧିକାରୀଙ୍କ ବିରୋଧରେ ଅନିୟମିତତା ମାମଲା ବିଚାରାଧୀନ ରହିଛି। ବିଭାଗୀୟ ତଦନ୍ତ ଗଡ଼ିଚାଲିଥିବାରୁ ସମବାୟ ବିଭାଗରେ ଦୁର୍ନୀତି ବରଗଛର ଓହଳ ପରି ଲମ୍ବିଚାଲିଛି। ଫଳରେ ଅଭିଯୁକ୍ତମାନେ ପୁଣି ସରକାରୀ ଚାକିରିରେ ରହି ଅନାୟାସରେ ଦୁର୍ନୀତି କରିଚାଲିଥିବା ଅଭିଯୋଗ ହେଉଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ କୃଷକଙ୍କ ନାମରେ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ ଲୁଟ୍‌ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ୨୦୧୯ ଜୁନରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ୧ା୪ା୨୦୧୬ରୁ ୩୧ା୩ା୨୦୧୭ ମଧ୍ୟରେ ଚାଷୀଙ୍କ ବୀମା, ବିହନ, ଋଣ ଆଦି ଅନୁଦାନ ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଭିଜିଲାନ୍ସ ପକ୍ଷରୁ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା। ଏହାବାଦ୍‌ ୨୦୧୯ ନଭେମ୍ବରର ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ସୂଚନା ମିଳିଥିଲା ଯେ, ରାଜ୍ୟ ସମବାୟ ବ୍ୟାଙ୍କର ୩୨ଜଣ ଅଧିକାରୀଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ କେବଳ କଟକ ବ୍ରାଞ୍ଚରେ ୧୨ ମାମଲା ପଡ଼ିରହିଛି। ଏହାବାଦ୍‌ ଓଡ଼ିଶା କଞ୍ଜ୍ୟୁମର କୋଅପରେଟିଭ ଫାଉଣ୍ଡେଶନ, ମାର୍କଫେଡ୍‌, ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେଶନରେ ଏକାଧିକ ମାମଲା ଗଡୁଛି। ଯାଜପୁର ଜିଲାର ୧୩ ଜଣ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ନଁାରେ ମାମଲା ରହିଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ମଧ୍ୟ ଏକାଧିକ ଅଧିକାରୀଙ୍କ ନାମରେ ଆପରାଧିକ ମାମଲା ଚାଲିଛି ା
ବିଧାନସଭା ଶୀତ ଅଧିବେଶନର ଏକ ପ୍ରଶ୍ନର ଉତ୍ତରରେ ୨୦୧୮ ପରଠାରୁ ୮ ସିସିବିରେ ୨ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ଜଣାପଡିଛି। କଟକ ସିସିବିରେ ୧ କୋଟି ୯ ଲକ୍ଷ ୫୦ ହଜାର ୨୯୦ ଟଙ୍କା, ବଲାଙ୍ଗୀର ସିସିବିରେ ୩ କୋଟି ୭ ଲକ୍ଷ ୮୫ ହଜାର ୫୨୪ ଟଙ୍କା, ବାଲେଶ୍ୱର ସିସିବିରେ ୩ ଲକ୍ଷ ୩୪ ହଜାର ଟଙ୍କା, ବାଙ୍କୀ ସିସିବିରେ ୧୧ ଲକ୍ଷ ୨୯ ହଜାର ୪୬୪ ଟଙ୍କା, ମୟୂରଭଞ୍ଜ ସିସିବିରେ ୭୬ ଲକ୍ଷ ୪୫ ହଜାର ଟଙ୍କା, ୟୁନାଇଟେଡ୍‌ ପୁରୀ-ନିମାପଡ଼ାରେ ୧୫ ଲକ୍ଷ ୨୮ ହଜାର ଟଙ୍କା, ସମ୍ବଲପୁର ସିସିବିରେ ୬ ଲକ୍ଷ ୮୨ ହଜାର ଟଙ୍କା ଏବଂ ସୁନ୍ଦରଗଡ ସିସିବିରେ ସର୍ବାଧିକ ୧୦ କୋଟି ୧୨ ଲକ୍ଷ ୭୧ ହଜାର ୧୭୫ ଟଙ୍କା ଆର୍ଥିକ ଅନିୟମିତତା ହୋଇଛି। ସେଥିମଧ୍ୟରୁ ବଲାଙ୍ଗୀର ଓ ସୁନ୍ଦରଗଡ ସିସିବିରେ ଦୁର୍ନୀତି ମାମଲା ଉପରେ ଭିଜିଲାନ୍ସ ତଦନ୍ତ ଚାଲିଛି। ଏହିସବୁ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଆପରାଧିକ ମାମଲା, ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଗିରଫ ଇତ୍ୟାଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଧାନସଭା ଉତ୍ତରରେ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?