ଯାଜପୁର

ରାଜ୍ୟରେ ୧୦୩୩ ପ୍ରଫେସର ପଦବୀ ଖାଲି

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୦ା୧୨: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସ୍ଥାୟୀ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ ହେଉଛି। କିନ୍ତୁ ବିଡମ୍ବନା, ରାଜ୍ୟର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟରେ…

ସୈନିକ ସ୍କୁଲ ପ୍ରତିଷ୍ଠା, ବିଏସ୍‌ଏନ୍‌ଏଲ୍‌ ଭିତ୍ତିଭୂମି ସୁଦୃଢ଼ ଦାବି

ରସୁଲପୁର,୧୦ା୧୨(ଡି.ଏନ.ଏ.):ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସଂସଦର ଶୀତକାଳୀନ ଅଧିବେଶନରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଦୁର୍ବଳ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି। ନିଗମ ଉନ୍ନତ ସେବା ଯୋଗାଇବା ପାଇଁ ଭିତ୍ତିଭୂମିରେ ସୁଧାର ଆଣିବାକୁ ସେ ଦାବି କରିଛନ୍ତି। ଦୁର୍ବଳ ସେବା…

ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା

ବିଞ୍ଝାରପୁର,୯।୧୨(ଡି.ଏନ.ଏ.): ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ନିଯୁକ୍ତି ଦାବିରେ ବୁଧବାର ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଦିଆଯାଇଛି। ମଞ୍ଚ ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଜରି,…

୧୦୦୦ କାର୍ଡଧାରୀ ରାଶନ ସାମଗ୍ରୀରୁ ବଞ୍ଚିତ

ରସୁଲପୁର,୬ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକରେ ୧୦୦୦ରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀଙ୍କ ନାମ ଏକାଧିକ କାର୍ଡରେ ରହିଥିବାରୁ ସେମାନଙ୍କ କାର୍ଡ ବାତିଲ କରି ଦିଆଯାଇଛି। ଏହି ବର୍ଗରେ ଆସୁଥିବା କାର୍ଡଧାରୀଙ୍କ ରାଶନ ସାମଗ୍ରୀ ରିଟେଲରଙ୍କ କୋଟାରୁ କାଟି ଦିଆଯାଇଛି।…

ଅମଳ କମିବ, ଆୟ ପ୍ରଭାବିତ ହେବ

ରସୁଲପୁର,୬ା୧୨(ଡି.ଏନ.ଏ.): ବାତ୍ୟା ଜଓ୍ବାଦ ବିପଦ ଟଳିଥିବାରୁ ରସୁଲପୁର ବ୍ଲକ ଅଞ୍ଚଳରେ ପବନ ବେଗ କମ ପରିଲକ୍ଷିତ ହୋଇଛି। ଫଳରେ ମଞ୍ଚା ଜାତୀୟ ଫସଲ ବିଶେଷକରି ପାନବରଜ ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ହେଲେ ପରିବା ଫସଲ କିଆରିରେ ବର୍ଷା ଜଳ…

ଅଧାରେ ଅଟକିଛି ୨୨ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୪।୧୨: କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନରେ ବିଳମ୍ବ କାରଣରୁ ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣରେ ଅଗ୍ରଗତି ଆଶାନୁରୂପ ହୋଇପାରୁନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଓ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସୁବିଧାରେ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କମ୍ପିଟେଣ୍ଟ ଅଥରିଟି…

ଦୂରନ୍ତୋ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ଧର୍ମଶାଳା/ଚଣ୍ଡିଖୋଲ, ୩ା୧୨(ଡି.ଏନ.ଏ.): ଯଶୋବନ୍ତପୁର-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସର ଏକ ବଗି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ହରିଦାସପୁର ରେଳଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ। ତେବେ ରେଳଧାରଣା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବହେଳା ପାଇଁ…

ପ୍ରେମ ବିବାହ ପରେ ପ୍ରତାରଣା, ସ୍ବାମୀ ଗିରଫ

ଚଣ୍ଡିଖୋଲ,୩ା୧୨(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମହୀପୁର ଗ୍ରାମର ଜଣେ ଯୁବତୀ ପ୍ରେମବିବାହ ପରେ ପ୍ରତାରଣାର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ଗଞ୍ଜାମ…

ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ରସୁଲପୁର,୩ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବୀରଭାନୁପୁର ଗ୍ରାମର ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଚାଲିଛି। ବିଶେଷ କରି ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା…

ଋଣଭାରରୁ ବର୍ତ୍ତିବା ପାଇଁ ମାଗିଲେ ଇଚ୍ଛା ମୃତ୍ୟୁ

ବିଞ୍ଝାରପୁର,୩ା୧୨(ଡି.ଏନ.ଏ.): ଦାରିଦ୍ର୍ୟର ତାଡ଼ନା ସାଙ୍ଗକୁ ଅସହ୍ୟ ଋଣଭାର ସହି ନ ପାରି ଜଣେ ଯୁବକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ବିଭୂତିଭୂଷଣ…

ଅବ୍ୟବସ୍ଥାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର

ଚଣ୍ଡିଖୋଲ,୨।୧୨(ଡି.ଏନ.ଏ.): ଶୀତ ଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଗତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇ ନ ଥିଲା। ଚଳିତ ବର୍ଷ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଲୋକାରଣ୍ୟ ହେବା ଆଶା ରଖାଯାଇଛି। ତେବେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ…

ଚାଷୀଙ୍କୁ ଘାରିଲାଣି ବାତ୍ୟା ଭୟ

ରସୁଲପୁର,୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପରିବା ଚାଷୀଙ୍କୁ ଘାରିଲାଣି ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ଭୟ। ଲଘୁଚାପ ପ୍ରଭାବରେ ହେବାକୁ ଥିବା ବାତ୍ୟା ଯୋଗୁ ଶୀତଦିନିଆ ପରିବା ଚାଷ ବିଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବର୍ଷାକୁ ମୁକାବିଲା ପାଇଁ ଚାଷୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri