ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ରସୁଲପୁର,୩ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବୀରଭାନୁପୁର ଗ୍ରାମର ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଚାଲିଛି। ବିଶେଷ କରି ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।
୧୯୭୬ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଆଉ ମାତ୍ର ୨ ବର୍ଷ ପରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବ। ଏହାସତ୍ତ୍ୱେ ବି ଉକ୍ତ ବିଦ୍ୟାଳୟର ଭିତ୍ତିଭୂମିରେ ଉନ୍ନତି ଆସିନାହିଁ। ଏବେ ରାଜ୍ୟ ସରକାର ବିଭିନ୍ନ ସ୍କୁଲକୁ ରୂପାନ୍ତରଣ କରୁଥିବା ବେଳେ ଏହି ସ୍କୁଲ ସେହି ସୁଯୋଗରୁ ବଞ୍ଚତ୍ତ ହୋଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଥିବା ଉକ୍ତ ବିଦ୍ୟାଳୟରେ କରୋନା କଟକଣା ପରେ ୫ଟି ଶ୍ରେଣୀ ଖୋଲିଛି। ତଥାପି ପାଠପଢା ଠିକ୍‌ ଭାବେ ହୋଇପାରୁ ନାହିଁ। ୧୦ଟି ଶ୍ରେଣୀ ପାଇଁ ୫ଟି ପ୍ରକୋଷ୍ଠ ଥିବାରୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ନାନା ସମସ୍ୟା ସୃଷ୍ଟି ହୋଇଛି। ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୬୯ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେହିଭଳି ଷଷ୍ଠରୁ ୮ମ ଶ୍ରେଣୀରେ ୫୪ଜଣ, ନବମ ଓ ଦଶମ ଶ୍ରେଣୀରେ ୬୨ଜଣ ପିଲା ଅଛନ୍ତି। ପ୍ରାଥମିକ ଶ୍ରେଣୀ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଜଣେ ମାତ୍ର ଶିକ୍ଷକ ନିଯୁକ୍ତି ପାଇଛନ୍ତି। ହେଲେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ କୌଣସି ଶିକ୍ଷକ ନାହାନ୍ତି। ହାଇସ୍କୁଲରେ ଖେଳ ଶିକ୍ଷକ, ହିନ୍ଦୀ, ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। ସଂସ୍କୃତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଜଣେ ମହିଳା ସହକାରୀ ଶିକ୍ଷୟିତ୍ରୀଙ୍କ ଉପରେ ପ୍ରଧାନଶିକ୍ଷକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଭଳି ସ୍ଥିତିରେ ବଦଳି ପାଇଁ ଆବେଦନ କରିଥିବା ୨ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ରାମଚନ୍ଦ୍ର ଶତପଥୀ, କିଶୋର ଚନ୍ଦ୍ର ରଥଙ୍କୁ ଖଣ୍ଡାସ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଦିଆଯାଇଛି। ଏବେ ମୋଟ ୨ଜଣ ଶିକ୍ଷକରେ ବିଦ୍ୟାଳୟ ଚାଲୁଛି। ଏହାଛଡା ଜଣେ ଶିକ୍ଷୟିତ୍ରୀ ଅସୁସ୍ଥ ଥିବାରୁ ବିଦ୍ୟାଳୟକୁ ନିୟମିତ ଆସୁ ନାହାନ୍ତି।
ବିଦ୍ୟାଳୟ ପରିସରରେ ଦୁଇଟି ଆଜବେଷ୍ଟସ ଶ୍ରେଣୀ ଗୃହ ରହିଛି ା ଉକ୍ତ ଗୃହଗୁଡିକୁ ଭାଙ୍ଗିଦେବା ପାଇଁ ବହୁଦିନରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଭଙ୍ଗାଯାଉ ନାହିଁ। ସେହି ଶ୍ରେଣୀଗୃହରେ ଝୁଲି ରହିଥିବା ଭଙ୍ଗା ଆଜବେଷ୍ଟସ ଓ କାଠ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରଥ ଏ ସଂକ୍ରାନ୍ତରେ ରସୁଲପୁର ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିଆସୁଛନ୍ତି। ହେଲେ ତା’ର କୌଣସି ସୁଫଳ ମିଳି ପାରୁନାହିଁ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲା ପରିଷଦ ସଦସ୍ୟ ଚତୁର୍ଭୁଜ ଦ୍ୱିବେଦୀଙ୍କୁ ପଚାରିବାରୁ ସେ କୁହନ୍ତି, ସମଗ୍ର ରାଜ୍ୟରେ ପୁରୁଣା ବିଦ୍ୟାଳୟଗୁଡିକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରୟାସ କରାଯାଉଛି। ଏହି ବିଦ୍ୟାଳୟଟି ବହୁ ପୁରୁଣା ହୋଇଥିଲେ ବି ତା’ର ଉନ୍ନତି ପ୍ରତି କୌଣସି ଦୃଷ୍ଟି ଦିଆଯାଇନାହିଁ। ଏ ନେଇ ରସୁଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ କହିଛନ୍ତି, ଶିକ୍ଷକ ସମସ୍ୟା ସମାଧାନ ପାଇଁ ଚେଷ୍ଟା ଚାଲିଛି। ଏବେ ବଦଳି ପ୍ରକ୍ରିୟା ଜାରି ରହିଛି। ଏହାପରେ ଶିକ୍ଷକ ଆବଣ୍ଟନ ବ୍ୟବସ୍ଥାକୁ ସରଳୀକରଣ କରାଯିବ। ବିଦ୍ୟାଳୟରେ ଖାଲି ଥିବା ଶିକ୍ଷୟିତ୍ରୀ, ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯିବ। ଅନ୍ୟ ସବୁ ସମସ୍ୟା ପର୍ଯ୍ୟାୟ କ୍ରମେ ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?