ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ରସୁଲପୁର,୩ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବୀରଭାନୁପୁର ଗ୍ରାମର ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଚାଲିଛି। ବିଶେଷ କରି ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି।
୧୯୭୬ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଆଉ ମାତ୍ର ୨ ବର୍ଷ ପରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବ। ଏହାସତ୍ତ୍ୱେ ବି ଉକ୍ତ ବିଦ୍ୟାଳୟର ଭିତ୍ତିଭୂମିରେ ଉନ୍ନତି ଆସିନାହିଁ। ଏବେ ରାଜ୍ୟ ସରକାର ବିଭିନ୍ନ ସ୍କୁଲକୁ ରୂପାନ୍ତରଣ କରୁଥିବା ବେଳେ ଏହି ସ୍କୁଲ ସେହି ସୁଯୋଗରୁ ବଞ୍ଚତ୍ତ ହୋଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଥିବା ଉକ୍ତ ବିଦ୍ୟାଳୟରେ କରୋନା କଟକଣା ପରେ ୫ଟି ଶ୍ରେଣୀ ଖୋଲିଛି। ତଥାପି ପାଠପଢା ଠିକ୍‌ ଭାବେ ହୋଇପାରୁ ନାହିଁ। ୧୦ଟି ଶ୍ରେଣୀ ପାଇଁ ୫ଟି ପ୍ରକୋଷ୍ଠ ଥିବାରୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ନାନା ସମସ୍ୟା ସୃଷ୍ଟି ହୋଇଛି। ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୬୯ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେହିଭଳି ଷଷ୍ଠରୁ ୮ମ ଶ୍ରେଣୀରେ ୫୪ଜଣ, ନବମ ଓ ଦଶମ ଶ୍ରେଣୀରେ ୬୨ଜଣ ପିଲା ଅଛନ୍ତି। ପ୍ରାଥମିକ ଶ୍ରେଣୀ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଜଣେ ମାତ୍ର ଶିକ୍ଷକ ନିଯୁକ୍ତି ପାଇଛନ୍ତି। ହେଲେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ କୌଣସି ଶିକ୍ଷକ ନାହାନ୍ତି। ହାଇସ୍କୁଲରେ ଖେଳ ଶିକ୍ଷକ, ହିନ୍ଦୀ, ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। ସଂସ୍କୃତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଜଣେ ମହିଳା ସହକାରୀ ଶିକ୍ଷୟିତ୍ରୀଙ୍କ ଉପରେ ପ୍ରଧାନଶିକ୍ଷକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଭଳି ସ୍ଥିତିରେ ବଦଳି ପାଇଁ ଆବେଦନ କରିଥିବା ୨ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ରାମଚନ୍ଦ୍ର ଶତପଥୀ, କିଶୋର ଚନ୍ଦ୍ର ରଥଙ୍କୁ ଖଣ୍ଡାସ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଦିଆଯାଇଛି। ଏବେ ମୋଟ ୨ଜଣ ଶିକ୍ଷକରେ ବିଦ୍ୟାଳୟ ଚାଲୁଛି। ଏହାଛଡା ଜଣେ ଶିକ୍ଷୟିତ୍ରୀ ଅସୁସ୍ଥ ଥିବାରୁ ବିଦ୍ୟାଳୟକୁ ନିୟମିତ ଆସୁ ନାହାନ୍ତି।
ବିଦ୍ୟାଳୟ ପରିସରରେ ଦୁଇଟି ଆଜବେଷ୍ଟସ ଶ୍ରେଣୀ ଗୃହ ରହିଛି ା ଉକ୍ତ ଗୃହଗୁଡିକୁ ଭାଙ୍ଗିଦେବା ପାଇଁ ବହୁଦିନରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଭଙ୍ଗାଯାଉ ନାହିଁ। ସେହି ଶ୍ରେଣୀଗୃହରେ ଝୁଲି ରହିଥିବା ଭଙ୍ଗା ଆଜବେଷ୍ଟସ ଓ କାଠ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରଥ ଏ ସଂକ୍ରାନ୍ତରେ ରସୁଲପୁର ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିଆସୁଛନ୍ତି। ହେଲେ ତା’ର କୌଣସି ସୁଫଳ ମିଳି ପାରୁନାହିଁ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲା ପରିଷଦ ସଦସ୍ୟ ଚତୁର୍ଭୁଜ ଦ୍ୱିବେଦୀଙ୍କୁ ପଚାରିବାରୁ ସେ କୁହନ୍ତି, ସମଗ୍ର ରାଜ୍ୟରେ ପୁରୁଣା ବିଦ୍ୟାଳୟଗୁଡିକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରୟାସ କରାଯାଉଛି। ଏହି ବିଦ୍ୟାଳୟଟି ବହୁ ପୁରୁଣା ହୋଇଥିଲେ ବି ତା’ର ଉନ୍ନତି ପ୍ରତି କୌଣସି ଦୃଷ୍ଟି ଦିଆଯାଇନାହିଁ। ଏ ନେଇ ରସୁଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ କହିଛନ୍ତି, ଶିକ୍ଷକ ସମସ୍ୟା ସମାଧାନ ପାଇଁ ଚେଷ୍ଟା ଚାଲିଛି। ଏବେ ବଦଳି ପ୍ରକ୍ରିୟା ଜାରି ରହିଛି। ଏହାପରେ ଶିକ୍ଷକ ଆବଣ୍ଟନ ବ୍ୟବସ୍ଥାକୁ ସରଳୀକରଣ କରାଯିବ। ବିଦ୍ୟାଳୟରେ ଖାଲି ଥିବା ଶିକ୍ଷୟିତ୍ରୀ, ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯିବ। ଅନ୍ୟ ସବୁ ସମସ୍ୟା ପର୍ଯ୍ୟାୟ କ୍ରମେ ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri