ପ୍ରେମ ବିବାହ ପରେ ପ୍ରତାରଣା, ସ୍ବାମୀ ଗିରଫ

ଚଣ୍ଡିଖୋଲ,୩ା୧୨(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମହୀପୁର ଗ୍ରାମର ଜଣେ ଯୁବତୀ ପ୍ରେମବିବାହ ପରେ ପ୍ରତାରଣାର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗ ଗ୍ରାମର କାହ୍ନା ନାୟକ (୨୨)। ପୋଲିସ ସୂଚନା ଅନୁଯାୟୀ, କାହ୍ନା ତାମିଲନାଡୁରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମହୀପୁର ଗ୍ରାମର ଜଣେ ଯୁବତୀଙ୍କ ସହ ସୋସିଆଲ୍‌ ମିଡିଆ ମାଧ୍ୟମରେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଫଳରେ ଯୁବକ ଜଣକ ତାମିଲନାଡୁରୁ ପ୍ରେମିକାର ଗ୍ରାମକୁ ଆସି ସେଠାରେ ବିବାହ କରିଥିଲେ। ବିବାହର ମାତ୍ର ୨୨ ଦିନ ପରେ ଅର୍ଥାତ୍‌ ନଭେମ୍ବର ୨୦ ତାରିଖରେ କାହ୍ନା ସ୍ତ୍ରୀଙ୍କୁ ସାଙ୍ଗରେ ଧରି ମହୀପୁର ଗ୍ରାମରୁ ନିଜ ଗ୍ରାମ କୁଲାଙ୍ଗକୁ ବାହାରିଥିଲେ। ମାତ୍ର କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ପାଣି ଆଣିବା ବାହାନାରେ ସ୍ତ୍ରୀଙ୍କୁ ଛାଡ଼ିଦେଇ କାହ୍ନା ଫେରାର ହୋଇଯାଇଥିଲେ। ଏନେଇ କାହ୍ନାଙ୍କ ଶ୍ୱଶୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଗତ ୧ ତାରିଖରେ ଏସ୍‌ଆଇ ମନୋରଞ୍ଜନ ସେଠୀ ସଦଳବଳ କୁଲାଙ୍ଗ ଗ୍ରାମରେ ଚଢ଼ାଉ କରି କାହ୍ନାକୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବଇରାସରାଣୀ କ୍ରିକେଟ: ବେହେରାପାଲି ଚାମ୍ପିୟନ

ତରଭା,୧୭ା୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ନିକଟସ୍ଥ ବଇରାସର ପୂର୍ତ୍ତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିବା ମା ବଇରାସରାଣୀ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଗତ...

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ୯୩ କେଜି ଗଞ୍ଜେଇ ଜବତ

ଲୋଇସିଂହା,୧୯।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡରେ ଏକ ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ସ୍କୁଟିରେ ଥିବା ନିକଟସ୍ଥ...

କଟକ ସହରରେ ଆଜି ପୁଣି ୪ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି

କଟକ ଅଫିସ,୧୫ା୭: ବୁଧବାର କଟକ ସହରରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି ପାଇଥିବା...

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା...

ବିଳମ୍ବରେ ସ୍କୁଲ ଖୋଲିବାକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୩।୯:ନୟାଗଡ଼ ଏନଏସି ହାଇସ୍କୁଲ ପୂର୍ବାହ୍ନ ୧୦ଟାରେ ବି ଖୋଲୁନାହିଁ। ଶିକ୍ଷୟତ୍ରୀଶିକ୍ଷକଙ୍କ ସଠିକ ସମୟରେ ସ୍କୁଲକୁ ଆସୁନାହାନ୍ତି। ମଙ୍ଗଳବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।...

କରୋନା ଯୋଦ୍ଧାଙ୍କୁ ଫୁଲଚନ୍ଦନ ଦେଇ ସମ୍ବର୍ଦ୍ଧନା

ରାଇରଙ୍ଗପୁର,୩୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଅଞ୍ଚଳର କରୋନା ଯୋଦ୍ଧାମାନଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶନିବାର...

ଚାକିରି ଲାଗି ପ୍ରାର୍ଥୀଙ୍କୁ ମଗାଯାଉଛି ଟଙ୍କା: ଟୋଲ୍‌ ଫ୍ରି ନମ୍ବର ଜାରି କଲା ଓପିଏସ୍‌ସି

କଟକ ଅଫିସ,୬ା୯- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ କରାଯାଉଥିବା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦେବାକୁ କେତେଜଣ ଅସାଧୁ ବ୍ୟକ୍ତି ପ୍ରତିଶ୍ରୁତି ଦେଇ...

ମହମରେ ୧ ଇଞ୍ଚର ଜଗନ୍ନାଥ

କଟକ ଅଫିସ,୨୦ା୧: ଅଦରକାରୀ ସାମଗ୍ରୀରେ ଭିନ୍ନ କଳାକୃତି ଅଙ୍କନ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି କଟକ ରାଜାବଗିଚା ସର୍ବୋଦୟପୁର ଅଞ୍ଚଳର ଜଣେ ଯୁବକ।...

Advertisement
Archives

Model This Week