ପ୍ରେମ ବିବାହ ପରେ ପ୍ରତାରଣା, ସ୍ବାମୀ ଗିରଫ

ଚଣ୍ଡିଖୋଲ,୩ା୧୨(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମହୀପୁର ଗ୍ରାମର ଜଣେ ଯୁବତୀ ପ୍ରେମବିବାହ ପରେ ପ୍ରତାରଣାର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗ ଗ୍ରାମର କାହ୍ନା ନାୟକ (୨୨)। ପୋଲିସ ସୂଚନା ଅନୁଯାୟୀ, କାହ୍ନା ତାମିଲନାଡୁରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମହୀପୁର ଗ୍ରାମର ଜଣେ ଯୁବତୀଙ୍କ ସହ ସୋସିଆଲ୍‌ ମିଡିଆ ମାଧ୍ୟମରେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଫଳରେ ଯୁବକ ଜଣକ ତାମିଲନାଡୁରୁ ପ୍ରେମିକାର ଗ୍ରାମକୁ ଆସି ସେଠାରେ ବିବାହ କରିଥିଲେ। ବିବାହର ମାତ୍ର ୨୨ ଦିନ ପରେ ଅର୍ଥାତ୍‌ ନଭେମ୍ବର ୨୦ ତାରିଖରେ କାହ୍ନା ସ୍ତ୍ରୀଙ୍କୁ ସାଙ୍ଗରେ ଧରି ମହୀପୁର ଗ୍ରାମରୁ ନିଜ ଗ୍ରାମ କୁଲାଙ୍ଗକୁ ବାହାରିଥିଲେ। ମାତ୍ର କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ପାଣି ଆଣିବା ବାହାନାରେ ସ୍ତ୍ରୀଙ୍କୁ ଛାଡ଼ିଦେଇ କାହ୍ନା ଫେରାର ହୋଇଯାଇଥିଲେ। ଏନେଇ କାହ୍ନାଙ୍କ ଶ୍ୱଶୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଗତ ୧ ତାରିଖରେ ଏସ୍‌ଆଇ ମନୋରଞ୍ଜନ ସେଠୀ ସଦଳବଳ କୁଲାଙ୍ଗ ଗ୍ରାମରେ ଚଢ଼ାଉ କରି କାହ୍ନାକୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri