ସୈନିକ ସ୍କୁଲ ପ୍ରତିଷ୍ଠା, ବିଏସ୍‌ଏନ୍‌ଏଲ୍‌ ଭିତ୍ତିଭୂମି ସୁଦୃଢ଼ ଦାବି

ରସୁଲପୁର,୧୦ା୧୨(ଡି.ଏନ.ଏ.):ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସଂସଦର ଶୀତକାଳୀନ ଅଧିବେଶନରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଦୁର୍ବଳ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି। ନିଗମ ଉନ୍ନତ ସେବା ଯୋଗାଇବା ପାଇଁ ଭିତ୍ତିଭୂମିରେ ସୁଧାର ଆଣିବାକୁ ସେ ଦାବି କରିଛନ୍ତି। ଦୁର୍ବଳ ସେବା ଦୂର ପାଇଁ ଘରକୁ ଘର ଫାଇବର ସଂଯୋଗ (ଏଫ୍‌ଟିଟିଏଚ)କୁ ଗୁରୁତ୍ୱ ଦେବା ସହ ଆବଶ୍ୟକ ସ୍ଥଳେ ଅଧିକ ଟାୱାର ସ୍ଥାପନ ପାଇଁ ନିବେଦନ କରିଛନ୍ତି। ନିଗମର ଦୁର୍ବଳ ଭିତ୍ତିଭୂମି ଯୋଗୁ ଜିଲାରେ ସରକାରୀ ଓ ବେସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଗ୍ରାହକ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଡାକ ସେବାରେ ବ୍ୟାଘାତ ଘଟୁଛି। ବିଶେଷକରି କରୋନା କାଳରେ ବିଦ୍ୟାର୍ଥୀଙ୍କ ପାଠପଢ଼ାରେ ସର୍ବାଧିକ ବାଧା ସୃଷ୍ଟି ହେଉଛି। ତେଣୁ ଏଦିଗରେ ଗୁରୁତ୍ୱ ଦିଆଯାଇ ବିଏସ୍‌ଏନଏଲ୍‌ ସେବାକୁ ବ୍ୟବସ୍ଥିତ କରିବାକୁ ସେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଏମ୍‌ପିଙ୍କ ଦାବି ମୁତାବକ ଯାଜପୁର ଜିଲା ଖଣିଜ ସମ୍ପଦରେ ଭରପୂର ରହିଛି। ଜିଲାର ଶିକ୍ଷା, କଳା, ସଂସ୍କୃତିରେ ରାଜ୍ୟର ଏକ ଅଗ୍ରଣୀ ଜିଲା ଭାବରେ ଖ୍ୟାତି ରହିଛି। ମାତ୍ର ଟେଲି ସଂଯୋଗର ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବହୁ ଉନ୍ନୟମୂଳ କାର୍ଯ୍ୟରେ ବାଧା ଉପୁଜୁଛି। ଲଗାତାର ଦୁର୍ବଳ ସେବା ପ୍ରଦାନ କରାଯାଉଥିବାରୁ ଏମ୍‌ପି ସେଠୀ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହା ସତ୍ତ୍ୱେ ବି ସେବାରେ ସୁଧାର ଆସିପାରୁ ନାହିଁ ବୋଲି ସେ ଦର୍ଶାଇଛନ୍ତି।
ସେହିପରି ଏମ୍‌ପି ସେଠୀ ଜିଲାରେ ସୈନିକ ସ୍କୁଲ ସ୍ଥାପନ ପାଇଁ ସଂସଦରେ ସ୍ବର ଉଠାଇଛନ୍ତି। ଜିଲାରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ହେଲେ ଗୋଟିଏ ହେଲେ ସୈନିକ ସ୍କୁଲ ସ୍ଥାପନ ହୋଇନାହିଁ। ଏହାଦ୍ୱାରା ସେନାକର୍ମଚାରୀ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏହି ବର୍ଗର ପିଲାଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ଶିକ୍ଷା ପ୍ରଦାନ ଲାଗି ଜିଲାରେ ଏକ ସୈନିକ ସ୍କୁଲ ତୁରନ୍ତ ପ୍ରତିଷ୍ଠା ପାଇଁ ସେ ଲୋକସଭା ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏମ୍‌ପି ସେଠୀଙ୍କ ଦାବି ମୁତାବକ ଦେଶ ସୁରକ୍ଷା ଦିଗରେ କାର୍ଯ୍ୟରତ ସୈନିକ ଓ ସୈନ କ୍ଷେତ୍ରରେ ଜିଲାର ଗୌରବମୟ ପରମ୍ପରା ଯୋଡ଼ି ହୋଇ ରହିଛି। ଦେଶ ମାତୃକା ପାଇଁ ଜିଲାରୁ ବହୁ ବୀର ସୈନିକ ଶହୀଦ ହୋଇଛନ୍ତି। ସେ ଶହୀଦ ଶଶାଙ୍କ ଶେଖର ସାମଲଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ସେ ଲଦାଖରେ କର୍ତ୍ତବ୍ୟରତ ଥିବା ବେଳେ ଦେଶମାତୃକା ପାଇଁ ଲଢ଼େଇ କରି ଶହୀଦ ହୋଇଛନ୍ତି। ତେବେ ସୈନିକ ବିଦ୍ୟାଳୟ ନ ଥିବାରୁ ସେନାକର୍ମଚାରୀଙ୍କ ପିଲା ଘରୋଇ ବିଦ୍ୟାଳୟରେ ପଢିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ...

ଝାରସୁଗୁଡ଼ା ଜିଲାପାଳଙ୍କ ନାମରେ ନକଲି ହ୍ବାଟ୍ସଆପ୍‌ ଆକାଉଣ୍ଟ

ଝାରସୁଗୁଡା ଅଫିସ,୨୯।୭: ଝାରସୁଗୁଡା ଜିଲାପାଳଙ୍କ ନାମରେ ଏକ ନକଲି ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲାଯାଇଛି। ଏନେଇ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ଟୁଇଟ କରି ଏହି...

ମାତିଛନ୍ତି ଝାଡ଼ଖଣ୍ଡ ଲୁଟେରା

ଅନୁଗୋଳ ଅଫିସ,୩।୪: ଅନୁଗୋଳରେ ମାତିଛନ୍ତି ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌। ସାମାନ୍ୟ ଅନ୍ୟମନସ୍କ ହେଲେ ଆଖି ପିଛୁଳାକେ ସେମାନେ ମୋବାଇଲ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି।...

ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ

ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ...

ପରିବେଶ ରକ୍ଷା ଲାଗି ସଚେତନତା ଉପରେ ଗୁରୁତ୍ୱ : ନୀଳଗିରି ଏନଏସିକୁ ମଡ଼େଲ୍‌ ଭାବେ ଗ୍ରହଣ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବର୍ଜ୍ୟବସ୍ତୁ ପରିଚାଳନା କମିଟିର ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଶୁକ୍ର୍ରବାର ଅନୁଷ୍ଠିତ ହୋଇଯାଇଛି ା...

ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ ଅଫିସ,୧୯।୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ।...

୨ ଗୁଣା ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅଶାନ୍ତ

ଭୋଗରାଇ,୧୩।୨: ଫି’ ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଶନିବାର...

ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍‌ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ...

Advertisement
Archives

Model This Week