୧୦୦୦ କାର୍ଡଧାରୀ ରାଶନ ସାମଗ୍ରୀରୁ ବଞ୍ଚିତ

ରସୁଲପୁର,୬ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକରେ ୧୦୦୦ରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀଙ୍କ ନାମ ଏକାଧିକ କାର୍ଡରେ ରହିଥିବାରୁ ସେମାନଙ୍କ କାର୍ଡ ବାତିଲ କରି ଦିଆଯାଇଛି। ଏହି ବର୍ଗରେ ଆସୁଥିବା କାର୍ଡଧାରୀଙ୍କ ରାଶନ ସାମଗ୍ରୀ ରିଟେଲରଙ୍କ କୋଟାରୁ କାଟି ଦିଆଯାଇଛି। ଏହାକୁ ନେଇ କାର୍ଡଧାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଏପଟେ ରାଶନକାର୍ଡରେ ଥିବା ତ୍ରୁଟିବିଚ୍ୟୁତିର ସଂଶୋଧନ ହୋଇପାରୁ ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପୋର୍ଟାଲ ବନ୍ଦ ଥିବାରୁ ହିତାଧିକାରୀଙ୍କ ସମସ୍ୟା ସମାଧାନରେ ଅସୁବିଧା ସୃଷ୍ଟି ହୋଇଛି। ଶତାଧିକ ହିତାଧିକାରୀ ବ୍ଲକ ଯୋଗାଣ ବିଭାଗ ଅଫିସକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଅପରପକ୍ଷରେ ରାଶନ କାର୍ଡ ଆଧାରରେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି। ଏହି ହିସାବରେ ଏବେ ରାଶନକାର୍ଡରୁ ବାଦ୍‌ ପଡ଼ିଥିବା ହିତାଧିକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣରୁ ବଞ୍ଚିତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଖାଦ୍ୟ ସୁରକ୍ଷା ପୋର୍ଟାଲ ତୁରନ୍ତ ଖୋଲି ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
୨୦୧୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କରାଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ରାଜ୍ୟ ସରକାର ୧ ଅକ୍ଟୋବର ୨୦୧୮ରୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରି ସାମଗ୍ରୀ ଯୋଗାଉଛନ୍ତି। ଏହି ଯୋଜନାରେ ସାମିଲ ହିତାଧିକାରୀଙ୍କୁ ପର୍ଯ୍ୟାୟ ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ କରାଯାଉଛି। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଜୀକୃତ ହିତାଧିକାରୀଙ୍କ ନାମ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡରେ ରହିଥିବାରୁ କାର୍ଡ ସ୍ବତଃ କଟି ଯାଉଛି। ଅଗଷ୍ଟରୁ ଖାଦ୍ୟ ସୁରକ୍ଷା ପୋର୍ଟାଲ ବନ୍ଦ ଥିବାରୁ ଯୋଜନା ଲକ୍ଷ୍ୟଚ୍ୟୁତ ହୋଇପଡ଼ିଛି।
ଏହି କ୍ରମରେ ଦେଖିବାକୁ ଗଲେ ରସୁଲପୁର ବ୍ଲକର ୨୮ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୬,୧୨୩ ପରିବାରର ୧ଲକ୍ଷ ୪୦ ହଜାର ୪୭୫ ଜଣଙ୍କୁ ସାମଗ୍ରୀ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକର ୨,୨୭୧ ପରିବାରର ୮୦୪୩ଜଣଙ୍କୁ ସାମଗ୍ରୀ ମିଳୁଥିଲା। ସେଥିମଧ୍ୟରୁ ୧୦୦୦ରୁ ଊର୍ଦ୍ଧ୍ୱ କାର୍ଡ ଓ ୫୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାରର ମୁଖ୍ୟଙ୍କ ସମେତ ଅବିବାହିତ ପୁଅ ଓ ଝିଅଙ୍କ ନାମ ରହିଥିଲା। ସେମାନେ ବିବାହିତ ହୋଇଯିବା ପରେ ନିଜ ପରିବାରକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା ଜରିଆରେ ନୂଆ କାର୍ଡ ହାତେଇଛନ୍ତି। ଏହି ମିଶ୍ରଣ ବେଳେ କାର୍ଡରେ ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନରେ ରହୁଛି। ଫଳରେ ହିତାଧିକାରୀ ଯୋଜନାରୁ ବାଦ୍‌ ପଡୁଛନ୍ତି। ଏ ନେଇ ବ୍ଲକ ଯୋଗାଣ ଅଧିକାରୀ ଟୁନାରାଣୀ ସାହୁ କହିଛନ୍ତି, ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାମ ଥିବାରୁ ସେମାନଙ୍କ କାର୍ଡ ସ୍ବତଃ କଟିଯାଇଛି ଓ ରାଶନ ମଧ୍ୟ ବନ୍ଦ ହୋଇଯାଉଛି। ଏଥିରେ ସେମାନଙ୍କ କୌଣସି ଭୂମିକା ନାହିଁ। ପୋର୍ଟାଲ୍‌ ଖୋଲିଲେ କାର୍ଡରେ ଥିବା ତ୍ରୁଟି ସଂଶୋଧନ କରାଯିବା। ଏହାପରେ ସେମାନେ ପୂର୍ବପରି ରାଶନ ସାମଗ୍ରୀ ପାଇପାରିବେ ବୋଲି ସାହୁ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri