ଋଣଭାରରୁ ବର୍ତ୍ତିବା ପାଇଁ ମାଗିଲେ ଇଚ୍ଛା ମୃତ୍ୟୁ

ବିଞ୍ଝାରପୁର,୩ା୧୨(ଡି.ଏନ.ଏ.): ଦାରିଦ୍ର୍ୟର ତାଡ଼ନା ସାଙ୍ଗକୁ ଅସହ୍ୟ ଋଣଭାର ସହି ନ ପାରି ଜଣେ ଯୁବକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ବିଭୂତିଭୂଷଣ ଦାସଙ୍କ ପୁଅ ରାକେଶ ଦାସ(୩୬)।

ରାକେଶ ଗରିବ ପରିବାରରେ ଜନ୍ମ ହୋଇଥିବା ବେଳେ ବହୁ କଷ୍ଟରେ ବି.କମ୍‌ ପାସ୍‌ କରିଛନ୍ତି। ଭାବିଥିଲେ ଉଚ୍ଚ ଶିକ୍ଷା ଲାଭକରି ପରିବାର ପାଇଁ କିଛି କରିବେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯୋଗୁ ଗ୍ରାମ ନିକଟରେ କ୍ରିକେଟ ଖେଳୁଥିବା ବେଳେ ଆଖିରେ ଉଇକେଟ ବାଜିଥିଲା। ଚିକିତ୍ସା ଅଭାବ ଯୋଗୁ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ପରିବାରର ଦୁଃଖ ଦେଖି ରାକେଶ ପାଠପଢ଼ା ଛାଡିବାକୁ ବାଧ୍ୟ ହୋଇଥିଲେ। ଗାଁରେ କୁକୁଡା ଚାଷକରି ଦିପଇସା ରୋଜଗାର କରିବାକୁ ଯାଇ ୨୦୧୬ରେ ବିଭିନ୍ନ ସଂସ୍ଥାରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ ଆଣି କୁକୁଡ଼ା ଫାର୍ମ କରିଥିଲେ। ଏହାପରେ ଗ୍ରାମର ଜଣେ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଫାର୍ମ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ବିଞ୍ଝାରପୁର ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ତହସିଦାରଙ୍କ ନିର୍ଦ୍ଦେଶ ନ ମାନି ରାକେଶ ଫାର୍ମ କାମ କରିଚାଲିଥିଲେ। ଏହାପରେ ପୂର୍ବତନ ଉପଜିଲାପାଳ କୁକୁଡା ଫାର୍ମର ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। ସେତେବେଳକୁ ରାକେଶ ବହୁ ଟଙ୍କା କରଜକରି ଖର୍ଚ୍ଚ କରିସାରିଥିଲେ। କୁକୁଡା ଫାର୍ମ ନିର୍ମାଣ ତ ହେଲାନି କିନ୍ତୁ, କରଜ କରିଥିବା ଟଙ୍କାର ସୁଧ ବଢିଚାଲିଛି। ଏବେ ରାକେଶଙ୍କ ମୁଣ୍ଡରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ ରହିଛି। କରଜ ଦେଇଥିବା ବ୍ୟକ୍ତି ତାଙ୍କୁ ବ୍ୟସ୍ତ କରୁଛନ୍ତି। କରଜ ଶୁଝିବେ କେମିତି ସେ ନେଇ ଚିନ୍ତାରେ ରାକେଶ। ଅନ୍ୟପଟେ ମାଟିଘର ଭାଙ୍ଗି ଗଲାଣି, ମୁଣ୍ଡ ଗୁଞ୍ଜିବେ କେଉଁଠି। କରଜ ସମସ୍ୟା ସାଙ୍ଗକୁ ବୃଦ୍ଧ ବାପାଙ୍କ ଉପରେ ବୋଝ ହୋଇ ରହିବାକୁ ସେ ଆଉ ଚାହୁନାହାନ୍ତି। ତେଣୁ ରାକେଶ ଜୀବନ ହାରିଦେବାକୁ ମନସ୍ଥ କରିଥିବା ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri