ଯାଜପୁର

୬ ରାଇସ୍‌ ମିଲ୍‌କୁ ବନ୍ଦ ଚେତାବନୀ

ଯାଜପୁର ଅଫିସ,୧୫ା୩:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟର ୬ ରାଇସ୍‌ ମିଲ୍‌ ଓ ଗୋଟିଏ ତେଲ ମିଲ୍‌୍‌କୁ ବନ୍ଦ କରି ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ମର୍ମରେ ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର…

ବିଜେଡି ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼

ବରୀ,୧୪ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାଥଶର୍ମାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଏନେଇ ଜ୍ୟୋତ୍ସ୍ନାରାଣୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ…

ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ନାହିଁ

ଯାଜପୁର ଅଫିସ,୧୪ା୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହର। ଏଠାରେ ଓଏମ୍‌ସି, ଶ୍ରମ ଯୁଗ୍ମ ଉପନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ, ଜିଲା ଉଠା ଜଳସେଚନ କାର୍ଯ୍ୟାଳୟ, ଓଡ଼ିଶା ମାଇନିଂ କର୍ପୋରେଶନ ଆଦି ସରକାରୀ କାର୍ଯ୍ୟାଳୟ ରହିଛି। ଯାଜପୁର ରୋଡ ରେଳଷ୍ଟେଶନ…

ପୂରଣ ହୋଇପାରୁନି ଓଡ଼ିଶା କୋଟା

ଯାଜପୁର ଅଫିସ,୧୨ା୩: ପ୍ରତିରକ୍ଷା ସେବାରେ ଆଗ୍ରହୀ ଛାତ୍ରୀଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଡେରାଡୁନ୍‌ରେ ଜାନୁୟାରୀ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ଯୋଗ୍ୟତା ପରୀକ୍ଷା ଆସନ୍ତା ଜୁନ୍‌ ୪ ତାରିଖରେ ଅନୁଷ୍ଠିତ ହେବ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ବତନ୍ତ୍ର…

ସଚେତନତା ଉପରେ ଗୁରୁତ୍ୱାରୋପ

ଯାଜପୁର ଅଫିସ,୧୨ା୩: ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓସୱାନ ସମ୍ମିଳନୀ କକ୍ଷଠାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରୌଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ…

ଟଙ୍କା ନ ଦେଲେ ଫାଇଲ ଘୁଞ୍ଚୁ ନାହିଁ

ଯାଜପୁର ଅଫିସ,୧୨ା୩: ଯାଜପୁର ଜିଲା ଯୋଗାଣ ବିଭାଗରେ ଲାଞ୍ଚ ନ ଦେଲେ ଟେବୁଲରୁ ଫାଇଲ ଘୁଞ୍ଚେ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ ଏହି ବିଭାଗର ଜୁନିୟର ଆସିଷ୍ଟାଣ୍ଟ ରୁଦ୍ରପ୍ରସନ୍ନ ବେହେରା ଅର୍ଥ ଦାବି କରୁଥିବା ଅଭିଯୋଗ ଆସିଛି। ଏପରି କି କର୍ମଚାରୀଙ୍କ ୩୦%…

ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଏନ୍‌ଭାରକ୍‌ମେଣ୍ଟ ଇମ୍ପାକ୍ଟ ଅଥରିଟି(ଇଆଇଏ) ଓ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଅନୁମତି ବିନା…

ସହରୀ ଭୋଟ: ବିକାଶ, ଦୁର୍ନୀତି ବଡ଼ ପ୍ରସଙ୍ଗ

ଯାଜପୁର ଅଫିସ,୧୦ା୩: ଯାଜପୁର ଜିଲାର ଦୁଇ ସହରବାସୀ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଅପେକ୍ଷାରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବା ପରେ ଏବେ ପୌର ନିର୍ବାଚନ…

ବାଲି ଖାଦାନରେ ଲାଗିବ ସିସିଟିଭି କ୍ୟାମେରା

ଯାଜପୁର ଅଫିସ,୧୦ା୩: ସିମେଣ୍ଟ,କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟରେ ବାଲିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ଏଣୁ ରାଜ୍ୟରେ ଚାଲିଥିବା ଏପରି ନିର୍ମାଣ କାର୍ଯ୍ୟ ଯୋଗୁ ବାଲିର ଚାହିଦା ଆକାଶଛୁଆଁ ହୋଇଛି । ଏଥି ସହିତ ବେଆଇନ ବାଲି ଉଠାଣ ଓ ଚୋରା କାରବାର ବଢିଛି…

ଗ୍ୟାସ୍‌ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା

ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍‌ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍‌ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ ଷ୍ଟିଲର…

ପୌର ନିର୍ବାଚନ: ୧୬୨ ପ୍ରାର୍ଥିପତ୍ର ଦାଖଲ

ଯାଜପୁର ଅଫିସ,୮ା୩:ସୋମବାର ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ୧୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଦୁଇ ମ୍ୟୁନିସିପାଲିଟିରେ ମୋଟ ୧୬୨ ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଛି।…

ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ଦାବି

ଯାଜପୁର ସଦର,୭ା୩(ଡି.ଏନ.ଏ.): ଯାଜପୁର ସହରର ମହାବୀର ଛକ ମଝିରେ ଏକ ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ନିମ୍ନ ପାର୍ଶ୍ୱରୁ କଳଙ୍କି ଲାଗି ପ୍ରାୟ ୭୫ଭାଗ ନଷ୍ଟ ହୋଇଯାଇଛି। କିନ୍ତୁ ଏହି ଖୁଣ୍ଟରୁ ବିଭିନ୍ନ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri