ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଏନ୍‌ଭାରକ୍‌ମେଣ୍ଟ ଇମ୍ପାକ୍ଟ ଅଥରିଟି(ଇଆଇଏ) ଓ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଅନୁମତି ବିନା ସଂପୃକ୍ତ ଠିକାସଂସ୍ଥା ଉଡହିଲ ହାଇୱେ ଏବଂ ହାଇୱେ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଦ୍ୱାରା ଏହି ବେଆଇନ ଖଣିଜ କାରବାର ହୋଇଛି। ଏହି ମର୍ମରେ ସାମାଜିକ କର୍ମୀ ଭୂଷଣ ପଟ୍ଟନାୟକ ଗତ ୩୦ା୮ା୨୦୧୭ରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ଆବେଦନ କରିଥିଲେ। ଏନ୍‌ଜିଟିରେ ଏନେଇ ଏକ ମାମଲା(ନଂ. ୧୫୦/୨୦୧୭/ଇଜେଡ) ରୁଜୁ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି), ଏସ୍‌ଇଆଇଏଏ(ଷ୍ଟେଟ ଏନଭାରକ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି), ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରାଣଳୟ, ରେଳୱେ ପ୍ରଶାସକ ଏବଂ ଉପରୋକ୍ତ ୨ ଠିକାସଂସ୍ଥାଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏହି ମାମଲା ଉପରେ ୭ା୩ା୨୦୨୨ରେ ଏନ୍‌ଜିଟିର ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ ବି.ଅମିତ ସ୍ଥାଳେକର, ବିଶେଷଜ୍ଞ ଶୈବାଳ ଦାସଗୁପ୍ତା, ଇଏମ୍‌ ପ୍ରଫେସର ଏ. ସେଠୀ ଭେଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଅନ୍ତରୀଣ ଶୁଣାଣି କରିଛନ୍ତି। ଉକ୍ତ ଶୁଣାଣିରେ ଦୁଇ ଠିକା ସଂସ୍ଥା କର୍ତ୍ତୃପକ୍ଷ ୨ ମାସ ମଧ୍ୟରେ ପରିବେଶଗତ କ୍ଷତିପୂରଣ ବାବଦକୁ ଏସ୍‌ପିସିବି ନିକଟରେ ୨୦ କୋଟି ଟଙ୍କା ଜମା କରିବେ। ଯଦି ଏହି ଟଙ୍କା ଠିକାସଂସ୍ଥା ଜମା ନ କରିବ, ତେବେ ଜିଲାପାଳ ବାଧ୍ୟତାମୂଳକ ଭାବେ ଅସୁଲି କରିବେ । ପରିବେଶଗତ କ୍ଷତି ଭରଣା ପାଇଁ ଯୁଗ୍ମ କମିଟି ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଉକ୍ତ ଅର୍ଥରେ କାର୍ଯ୍ୟକାରୀ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି ।
ଅଭିଯୋଗ ଅନୁଯାୟୀ, ଅନୁଗୋଳ-ସୁକିନ୍ଦା ରେଳପଥ ନିର୍ମାଣରେ ପ୍ରାୟ ୯୦ ଏକର ସରକାରୀ ଓ ବେସରକାରୀ ଜମିରୁ ମୋରମ ଓ ମାଟି ବେଆଇନ ଭାବେ ଉତ୍ତୋଳନ ହୋଇଛି। ଢେଙ୍କାନାଳ ଜିଲାର ପରଜଙ୍ଗ ଓ କାମାକ୍ଷାନଗର ତହସିଲ ଅନ୍ତର୍ଗତ ବଡ଼ଝରା, ମୁକ୍ତାପଶି, ସିଆରିମାଳିଆ, ବାଉଁଶପାଳ, ନୂଆପାଣି ମୌଜାର ଜଙ୍ଗଲ ଜମିରୁ ୪୭୩୪୯୦ ଘନମିଟର ମାଟି ଉତ୍ତୋଳନ କରାଯାଇଛି। ଏହି କାମ ପାଇଁ ସରକାର କୌଣସି ଲିଜ୍‌ ଦେଇନାହାନ୍ତି କିମ୍ବା ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ, ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଅନୁମତି ନେଇ ନାହାନ୍ତି।
ଏସ୍‌ପିସିବି ତତ୍ତ୍ବାବଧାନରେ ହୋଇଥିବା କମିଟି ଉପଯୁକ୍ତ କ୍ଷୟକ୍ଷତିର ଆକଳନ ନ କରି ମାତ୍ର ୪୬ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଆକଳନକୁ ନେଇ ଏନ୍‌ଜିଟି କ୍ଷୁବ୍ଧ ହୋଇଥିଲେ । ଢେଙ୍କାନାଳ ଜିଲାର ତତ୍କାଳୀନ ଜିଲାପାଳଙ୍କ ମିଥ୍ୟା ସତ୍ୟପାଠକୁ ନେଇ ମଧ୍ୟ ଏନ୍‌ଜିଟି କ୍ଷୁବ୍ଧ ହେବା ପରେ ପୁନର୍ବାର ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଗତ ୧୧ା୧ା୨୦୨୨ ନୂତନ ସତ୍ୟପାଠ ଦାଖଲ କରିଥିଲେ, ଯେଉଁଥିରେ ୧୮ ଲକ୍ଷ ଘନ ମିଟରରୁ ଊର୍ଦ୍ଧ୍ୱ ମାଟି ଓ ମୋରମ ଉତ୍ତୋଳନ କରାଯାଇଥିବା ଏନ୍‌ଜିଟିକୁ ଜଣାଇଥିଲେ । ଏହାପରେ ଏନ୍‌ଜିଟି ପକ୍ଷରୁ ହୋଇଥିବା ଶୁଣାଣିରେ ପରିବେଶୀୟ କ୍ଷୟକ୍ଷତି ସମ୍ପୂର୍ଣ୍ଣ ଭାବେ ଆକଳନ କରିବା ନିମନ୍ତେ କେନ୍ଦ୍ରୀୟ ପରିବେଶ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯାଇଛି। ଯେଉଁ କମିଟିରେ ରାଜ୍ୟ ପରିବେଶ ସଂଘାତ ନିର୍ଦ୍ଧାରଣ ପ୍ରାଧିକାରୀ(ସିଆ), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଢେଙ୍କାନାଳ ଜିଲାପାଳ ସଦସ୍ୟ ରହିଛନ୍ତି । ଆସନ୍ତା ଅଗଷ୍ଟ ୧୬ ସୁଦ୍ଧା ଏହି କମିଟି ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଜିଟି ଶୁଣାଣିରେ ଦର୍ଶାଇଛନ୍ତି । ପରିବେଶ କ୍ଷତିପୂରଣ ଆକଳନ ପୂର୍ବରୁ ଠିକା ସଂସ୍ଥାକୁ ତାଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?