ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ଏନ୍‌ଭାରକ୍‌ମେଣ୍ଟ ଇମ୍ପାକ୍ଟ ଅଥରିଟି(ଇଆଇଏ) ଓ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଅନୁମତି ବିନା ସଂପୃକ୍ତ ଠିକାସଂସ୍ଥା ଉଡହିଲ ହାଇୱେ ଏବଂ ହାଇୱେ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଦ୍ୱାରା ଏହି ବେଆଇନ ଖଣିଜ କାରବାର ହୋଇଛି। ଏହି ମର୍ମରେ ସାମାଜିକ କର୍ମୀ ଭୂଷଣ ପଟ୍ଟନାୟକ ଗତ ୩୦ା୮ା୨୦୧୭ରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ଆବେଦନ କରିଥିଲେ। ଏନ୍‌ଜିଟିରେ ଏନେଇ ଏକ ମାମଲା(ନଂ. ୧୫୦/୨୦୧୭/ଇଜେଡ) ରୁଜୁ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି), ଏସ୍‌ଇଆଇଏଏ(ଷ୍ଟେଟ ଏନଭାରକ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି), ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରାଣଳୟ, ରେଳୱେ ପ୍ରଶାସକ ଏବଂ ଉପରୋକ୍ତ ୨ ଠିକାସଂସ୍ଥାଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏହି ମାମଲା ଉପରେ ୭ା୩ା୨୦୨୨ରେ ଏନ୍‌ଜିଟିର ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ ବି.ଅମିତ ସ୍ଥାଳେକର, ବିଶେଷଜ୍ଞ ଶୈବାଳ ଦାସଗୁପ୍ତା, ଇଏମ୍‌ ପ୍ରଫେସର ଏ. ସେଠୀ ଭେଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଅନ୍ତରୀଣ ଶୁଣାଣି କରିଛନ୍ତି। ଉକ୍ତ ଶୁଣାଣିରେ ଦୁଇ ଠିକା ସଂସ୍ଥା କର୍ତ୍ତୃପକ୍ଷ ୨ ମାସ ମଧ୍ୟରେ ପରିବେଶଗତ କ୍ଷତିପୂରଣ ବାବଦକୁ ଏସ୍‌ପିସିବି ନିକଟରେ ୨୦ କୋଟି ଟଙ୍କା ଜମା କରିବେ। ଯଦି ଏହି ଟଙ୍କା ଠିକାସଂସ୍ଥା ଜମା ନ କରିବ, ତେବେ ଜିଲାପାଳ ବାଧ୍ୟତାମୂଳକ ଭାବେ ଅସୁଲି କରିବେ । ପରିବେଶଗତ କ୍ଷତି ଭରଣା ପାଇଁ ଯୁଗ୍ମ କମିଟି ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଉକ୍ତ ଅର୍ଥରେ କାର୍ଯ୍ୟକାରୀ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି ।
ଅଭିଯୋଗ ଅନୁଯାୟୀ, ଅନୁଗୋଳ-ସୁକିନ୍ଦା ରେଳପଥ ନିର୍ମାଣରେ ପ୍ରାୟ ୯୦ ଏକର ସରକାରୀ ଓ ବେସରକାରୀ ଜମିରୁ ମୋରମ ଓ ମାଟି ବେଆଇନ ଭାବେ ଉତ୍ତୋଳନ ହୋଇଛି। ଢେଙ୍କାନାଳ ଜିଲାର ପରଜଙ୍ଗ ଓ କାମାକ୍ଷାନଗର ତହସିଲ ଅନ୍ତର୍ଗତ ବଡ଼ଝରା, ମୁକ୍ତାପଶି, ସିଆରିମାଳିଆ, ବାଉଁଶପାଳ, ନୂଆପାଣି ମୌଜାର ଜଙ୍ଗଲ ଜମିରୁ ୪୭୩୪୯୦ ଘନମିଟର ମାଟି ଉତ୍ତୋଳନ କରାଯାଇଛି। ଏହି କାମ ପାଇଁ ସରକାର କୌଣସି ଲିଜ୍‌ ଦେଇନାହାନ୍ତି କିମ୍ବା ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ, ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଅନୁମତି ନେଇ ନାହାନ୍ତି।
ଏସ୍‌ପିସିବି ତତ୍ତ୍ବାବଧାନରେ ହୋଇଥିବା କମିଟି ଉପଯୁକ୍ତ କ୍ଷୟକ୍ଷତିର ଆକଳନ ନ କରି ମାତ୍ର ୪୬ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଆକଳନକୁ ନେଇ ଏନ୍‌ଜିଟି କ୍ଷୁବ୍ଧ ହୋଇଥିଲେ । ଢେଙ୍କାନାଳ ଜିଲାର ତତ୍କାଳୀନ ଜିଲାପାଳଙ୍କ ମିଥ୍ୟା ସତ୍ୟପାଠକୁ ନେଇ ମଧ୍ୟ ଏନ୍‌ଜିଟି କ୍ଷୁବ୍ଧ ହେବା ପରେ ପୁନର୍ବାର ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଗତ ୧୧ା୧ା୨୦୨୨ ନୂତନ ସତ୍ୟପାଠ ଦାଖଲ କରିଥିଲେ, ଯେଉଁଥିରେ ୧୮ ଲକ୍ଷ ଘନ ମିଟରରୁ ଊର୍ଦ୍ଧ୍ୱ ମାଟି ଓ ମୋରମ ଉତ୍ତୋଳନ କରାଯାଇଥିବା ଏନ୍‌ଜିଟିକୁ ଜଣାଇଥିଲେ । ଏହାପରେ ଏନ୍‌ଜିଟି ପକ୍ଷରୁ ହୋଇଥିବା ଶୁଣାଣିରେ ପରିବେଶୀୟ କ୍ଷୟକ୍ଷତି ସମ୍ପୂର୍ଣ୍ଣ ଭାବେ ଆକଳନ କରିବା ନିମନ୍ତେ କେନ୍ଦ୍ରୀୟ ପରିବେଶ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯାଇଛି। ଯେଉଁ କମିଟିରେ ରାଜ୍ୟ ପରିବେଶ ସଂଘାତ ନିର୍ଦ୍ଧାରଣ ପ୍ରାଧିକାରୀ(ସିଆ), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଢେଙ୍କାନାଳ ଜିଲାପାଳ ସଦସ୍ୟ ରହିଛନ୍ତି । ଆସନ୍ତା ଅଗଷ୍ଟ ୧୬ ସୁଦ୍ଧା ଏହି କମିଟି ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଜିଟି ଶୁଣାଣିରେ ଦର୍ଶାଇଛନ୍ତି । ପରିବେଶ କ୍ଷତିପୂରଣ ଆକଳନ ପୂର୍ବରୁ ଠିକା ସଂସ୍ଥାକୁ ତାଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ୟାସ୍‌’ ମୁକାବିଲା ସମୀକ୍ଷା କଲେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ ଏବଂ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଭିଡିଓ...

ପିଲାଙ୍କୁ ସ୍ମାର୍ଟ କରିବ ସ୍ମାର୍ଟକ୍ଲାସ୍‌

ଢେଙ୍କାନାଳ ଅଫିସ, ୧୩ା୯-ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁବାରଠାରୁ ସ୍ମାର୍ଟକ୍ଲାସ ଆରମ୍ଭ ହୋଇଛି। ଏହି ସ୍ମାର୍ଟକ୍ଲାସରେ ୯ମ ଓ ୧୦ମ ଶ୍ରେଣୀର...

ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ନାଗଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଉଠାଇ ନେଇଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ...

ଗାଁରେ ପହଞ୍ଚିଲା ଗୋବିନ୍ଦ ସାହୁଙ୍କ ମୃତଦେହ

ଭବାନୀପାଟଣା,୨୧ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ସନ୍‌ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର କଣ୍ଟାବାଞ୍ଜି...

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୮ ଶ୍ରମିକ…

ରାୟଗଡ଼ା ଅଫିସ,୧୩।୧୧: ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ ଟଲଣା ଘାଟିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ, ୨୨ା୧୦: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ...

ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଏସ୍‌ସିଏସ୍‌ କଲେଜ ଛାତ୍ରୀଛାତ୍ରଙ୍କ ଧାରଣା

ପୁରୀ ଅଫିସ,୧୧।୬: ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଗୁରୁବାର ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ର ଛାତ୍ରୀଛାତ୍ରମାନେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ସମ୍ପ୍ରତି ମହାମାରୀ...

ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ

କଟକ ଅଫିସ, ୮।୧୨: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ କରି ସୋମବାର ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ ହୋଇଛି। ମାମଲାରେ ମୁଖ୍ୟଶାସନ ସଚିବଙ୍କ ସମେତ...

Advertisement
Archives

Model This Week