ଟଙ୍କା ନ ଦେଲେ ଫାଇଲ ଘୁଞ୍ଚୁ ନାହିଁ

ଯାଜପୁର ଅଫିସ,୧୨ା୩: ଯାଜପୁର ଜିଲା ଯୋଗାଣ ବିଭାଗରେ ଲାଞ୍ଚ ନ ଦେଲେ ଟେବୁଲରୁ ଫାଇଲ ଘୁଞ୍ଚେ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ ଏହି ବିଭାଗର ଜୁନିୟର ଆସିଷ୍ଟାଣ୍ଟ ରୁଦ୍ରପ୍ରସନ୍ନ ବେହେରା ଅର୍ଥ ଦାବି କରୁଥିବା ଅଭିଯୋଗ ଆସିଛି। ଏପରି କି କର୍ମଚାରୀଙ୍କ ୩୦% ବଳକା ଦରମା ବାବଦ ପାଇଁ ୧୦୦୦ ଟଙ୍କା ଲେଖାଏ ଦାବି କରି ଏଯାଏ ଫାଇଲକୁ ପକେଇ ରଖିଛନ୍ତି। ଅନ୍ୟ ଜିଲାଗୁଡ଼ିକରେ କର୍ମଚାରୀଙ୍କୁ ବଳକା ଦରମା ମିଳି ସାରିଥିବାବେଳେ ଯାଜପୁର ଜିଲାରେ ତାହା ହୋଇପାରିନାହିଁ। ଏହି ମର୍ମରେ ଯାଜପୁର ଜିଲା ଦୁର୍ନୀତି ନିବାରଣ ମଞ୍ଚ ପକ୍ଷରୁ ଓଡ଼ିଶା ଯୋଗାଣ ନିଗମର ଜେନେରାଲ ମ୍ୟାନେଜର(ପ୍ରଶାସନ)ଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ନିଗମର ଜେନେରାଲ ମ୍ୟାନେଜର ଜୟଶ୍ରୀ ସେନାପତି ଅଭିଯୋଗ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦାଖଲ କରିବାକୁ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କୁ ଗତ ୯ ତାରିଖରେ ନିର୍ଦ୍ଦେଶ ଜାରି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୯ ଏପ୍ରିଲରେ ଏହି ବିଭାଗର ଆକାଉଣ୍ଟ ସେକ୍ସନରେ ମନମାନି, ମିଲର୍ସଙ୍କୁ ଜାଣିଶୁଣି ହଇରାଣ, ବ୍ୟାପକ ପିସି କାରବାର ଓ ଦୁର୍ନୀତି ହୋଇଥିଲା। ହେଲେ ତକତ୍ାଳୀନ ସିଏସ୍‌ଓ ମିଥ୍ୟା ତଦନ୍ତ ରିପୋର୍ଟ ଦାଖଲ କରି ଆକାଉଣ୍ଟାଣ୍ଟଙ୍କୁ ସୁରକ୍ଷା ଦେଇଥିଲେ। ଯୋଗାଣ ନିଗମର ଜେନେରାଲ ମ୍ୟାନେଜର(ଜିଏମ୍‌) ନରହରି ସେଠୀ ତାଙ୍କ ପତ୍ରସଂଖ୍ୟା ୬୧୨୦/୨୪ା୪ା୨୦୧୯ରେ ଜିଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି ସୁଫଳ ମିଳି ପାରି ନ ଥିଲା। ବିଲ୍‌ ପାସ୍‌ ହେବା ପରେ ଏହି ଆକାଉଣ୍ଟାଣ୍ଟ ଓ କେତେଜଣ ଅଧିକାରୀ ମିଲର୍ସ ଓ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ନେଇ ଭାଗବଣ୍ଟା କରୁଥିଲେ। ସମବାୟ ସମିତିରେ ଧାନ କୁଇଣ୍ଟାଲ ପିଛା ୩/୫ କେଜି କଟନି ଛଟନି ହୋଇଥାଏ। ଏହି ବାବଦରେ ସମିତି କିମ୍ବା ମିଲର୍ସଙ୍କଠାରୁ ଅର୍ଥ ଆଦାୟ କରି ଅଧିକାରୀମାନେ ନିଜ ପକେଟ ଗରମ କରିଥାନ୍ତି। ପ୍ରତ୍ୟେକ ମାସରେ ଆର୍‌ଆର୍‌ସିରେ ଦେଉଥିବା ଚାଉଳ ବାବଦକୁ କୁଇଣ୍ଟାଲ ପିଛା ୧୦ ଟଙ୍କା ହିସାବରେ ମିଲର୍ସ ଓ ପରିବହନ କମ୍ପାନୀଠାରୁ ଲକ୍ଷାଧିକ ଟଙ୍କା ମାସର ପ୍ରଥମ ସପ୍ତାହରେ ଆଦାୟ ହୋଇଥାଏ। ଏହି ଦୁର୍ନୀତିରେ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବିଭିନ୍ନ ସ୍ଥାନରେ ବଡ଼ବଡ଼ କୋଠାମାନ ନିର୍ମାଣ କରି କୋଟିପତି ସାଜିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ପୂର୍ବରୁ ତଦନ୍ତ ନିର୍ଦ୍ଦେଶ ହୋଇଥିଲେ ହେଁ ଦୁର୍ନୀତିରେ ଭାଗୀଦାରି ସାଜିଥିବା ଅଧିକାରୀ ନିଜେ ତଦନ୍ତ କରିଥିବାରୁ ତାହା ବାଟବଣା ହୋଇଥିବା ମତପ୍ରକାଶ ପାଇଥିଲା। ଏହିକ୍ରମରେ ଜୁନିୟର ଆସିଷ୍ଟାଣ୍ଟଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗ ସମ୍ପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣାତ୍ମକ ସାମଗ୍ରୀ ପାଇଁ ବ୍ୟବସାୟ ତିଷ୍ଠିରହେ

ପାରିବାରିକ ବ୍ୟବସାୟରୁ ପର୍ସନାଲ ବିଜ୍‌ନେସର ଯାତ୍ରା କିଭଳି ଜାରି ରହିଛି? ଭଦ୍ରକରେ ବାପାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଥିଲା। ଉଚ୍ଚଶିକ୍ଷା ଶେଷ ପରେ ବାପାଙ୍କୁ ସହଯୋଗ କରିବା...

ଆସୁଛନ୍ତି ଧନଦାତ୍ରୀ: ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ

ବଇଣ୍ଡା, ୭ା୧୦ (ଡି.ଏନ.ଏ.): ପାଖେଇ ଆସୁଛି ମା’ ଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଗ୍ରାମ। ଚଳିତବର୍ଷ ଏଠାରେ...

ରାଜ୍ୟର ଋଣଭାର ୯୭,୨୦୫ କୋଟି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ଋଣଭାର ଅସମ୍ଭାଳ ହେଲାଣି। ମା’ ପେଟର ଛୁଆ ଉପରେ ମୁଣ୍ଡ ପିଛା ଋଣ ୨୨ ହଜାର ଟଙ୍କା। ଗରିବଙ୍କ ସଂଖ୍ୟା ବଢ଼ିଚାଲିଛି। କିନ୍ତୁ...

ସଂକ୍ରମଣରେ ଲାଗୁନି ବ୍ରେକ୍‌: ଆଜି ଚିହ୍ନଟ ହେଲେ ୧୨,୮୫୨ ଆକ୍ରାନ୍ତ; ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ସତ୍ତ୍ୱେ ବେଲଗାମ ସ୍ଥିତିରେ କରୋନା। ଦୈନିକ ସଂକ୍ରମଣ ୧୦ ହଜାରରୁ କମିବାର ନା ନେଉନାହିଁ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ...

ନିମାପଡ଼ାରେ ଖୋଲିଲା ମାସ୍କ ବିକ୍ରୟ କେନ୍ଦ୍ର

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଗତ କିଛିଦିନ ତଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି।...

ସମସ୍ୟା ଘେରରେ ଦଶପଲ୍ଲା ଡାକ୍ତରଖାନା:ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ଅସନ୍ତୋଷ

ଦଶପଲ୍ଲା,୨୮ା୮(ଡି.ଏନ୍‌.ଏ)-ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଡାକ୍ତର ନ ଥିବା ବିଷୟ ସରକାରଙ୍କ ଦୃଷ୍ଟି...

ପାନୀୟଜଳ, ଶିକ୍ଷା ଓ ଉନ୍ନୟନମୂଳକ କାମକୁ ଗୁରୁତ୍ୱ

ରାଜନଗର, ୧୩ା୫ (ଡି.ଏନ.ଏ.): ରାଜନଗର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ ନଳକୂପ ଖନନ, ମେଗା...

ଜୀବନ ବଞ୍ଚିବ, ଜୀବିକା ଚାଲିଗଲା

କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର...

Advertisement
Archives

Model This Week