ଟଙ୍କା ନ ଦେଲେ ଫାଇଲ ଘୁଞ୍ଚୁ ନାହିଁ

ଯାଜପୁର ଅଫିସ,୧୨ା୩: ଯାଜପୁର ଜିଲା ଯୋଗାଣ ବିଭାଗରେ ଲାଞ୍ଚ ନ ଦେଲେ ଟେବୁଲରୁ ଫାଇଲ ଘୁଞ୍ଚେ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ ଏହି ବିଭାଗର ଜୁନିୟର ଆସିଷ୍ଟାଣ୍ଟ ରୁଦ୍ରପ୍ରସନ୍ନ ବେହେରା ଅର୍ଥ ଦାବି କରୁଥିବା ଅଭିଯୋଗ ଆସିଛି। ଏପରି କି କର୍ମଚାରୀଙ୍କ ୩୦% ବଳକା ଦରମା ବାବଦ ପାଇଁ ୧୦୦୦ ଟଙ୍କା ଲେଖାଏ ଦାବି କରି ଏଯାଏ ଫାଇଲକୁ ପକେଇ ରଖିଛନ୍ତି। ଅନ୍ୟ ଜିଲାଗୁଡ଼ିକରେ କର୍ମଚାରୀଙ୍କୁ ବଳକା ଦରମା ମିଳି ସାରିଥିବାବେଳେ ଯାଜପୁର ଜିଲାରେ ତାହା ହୋଇପାରିନାହିଁ। ଏହି ମର୍ମରେ ଯାଜପୁର ଜିଲା ଦୁର୍ନୀତି ନିବାରଣ ମଞ୍ଚ ପକ୍ଷରୁ ଓଡ଼ିଶା ଯୋଗାଣ ନିଗମର ଜେନେରାଲ ମ୍ୟାନେଜର(ପ୍ରଶାସନ)ଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ନିଗମର ଜେନେରାଲ ମ୍ୟାନେଜର ଜୟଶ୍ରୀ ସେନାପତି ଅଭିଯୋଗ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦାଖଲ କରିବାକୁ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କୁ ଗତ ୯ ତାରିଖରେ ନିର୍ଦ୍ଦେଶ ଜାରି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୯ ଏପ୍ରିଲରେ ଏହି ବିଭାଗର ଆକାଉଣ୍ଟ ସେକ୍ସନରେ ମନମାନି, ମିଲର୍ସଙ୍କୁ ଜାଣିଶୁଣି ହଇରାଣ, ବ୍ୟାପକ ପିସି କାରବାର ଓ ଦୁର୍ନୀତି ହୋଇଥିଲା। ହେଲେ ତକତ୍ାଳୀନ ସିଏସ୍‌ଓ ମିଥ୍ୟା ତଦନ୍ତ ରିପୋର୍ଟ ଦାଖଲ କରି ଆକାଉଣ୍ଟାଣ୍ଟଙ୍କୁ ସୁରକ୍ଷା ଦେଇଥିଲେ। ଯୋଗାଣ ନିଗମର ଜେନେରାଲ ମ୍ୟାନେଜର(ଜିଏମ୍‌) ନରହରି ସେଠୀ ତାଙ୍କ ପତ୍ରସଂଖ୍ୟା ୬୧୨୦/୨୪ା୪ା୨୦୧୯ରେ ଜିଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି ସୁଫଳ ମିଳି ପାରି ନ ଥିଲା। ବିଲ୍‌ ପାସ୍‌ ହେବା ପରେ ଏହି ଆକାଉଣ୍ଟାଣ୍ଟ ଓ କେତେଜଣ ଅଧିକାରୀ ମିଲର୍ସ ଓ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ନେଇ ଭାଗବଣ୍ଟା କରୁଥିଲେ। ସମବାୟ ସମିତିରେ ଧାନ କୁଇଣ୍ଟାଲ ପିଛା ୩/୫ କେଜି କଟନି ଛଟନି ହୋଇଥାଏ। ଏହି ବାବଦରେ ସମିତି କିମ୍ବା ମିଲର୍ସଙ୍କଠାରୁ ଅର୍ଥ ଆଦାୟ କରି ଅଧିକାରୀମାନେ ନିଜ ପକେଟ ଗରମ କରିଥାନ୍ତି। ପ୍ରତ୍ୟେକ ମାସରେ ଆର୍‌ଆର୍‌ସିରେ ଦେଉଥିବା ଚାଉଳ ବାବଦକୁ କୁଇଣ୍ଟାଲ ପିଛା ୧୦ ଟଙ୍କା ହିସାବରେ ମିଲର୍ସ ଓ ପରିବହନ କମ୍ପାନୀଠାରୁ ଲକ୍ଷାଧିକ ଟଙ୍କା ମାସର ପ୍ରଥମ ସପ୍ତାହରେ ଆଦାୟ ହୋଇଥାଏ। ଏହି ଦୁର୍ନୀତିରେ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ବିଭିନ୍ନ ସ୍ଥାନରେ ବଡ଼ବଡ଼ କୋଠାମାନ ନିର୍ମାଣ କରି କୋଟିପତି ସାଜିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ପୂର୍ବରୁ ତଦନ୍ତ ନିର୍ଦ୍ଦେଶ ହୋଇଥିଲେ ହେଁ ଦୁର୍ନୀତିରେ ଭାଗୀଦାରି ସାଜିଥିବା ଅଧିକାରୀ ନିଜେ ତଦନ୍ତ କରିଥିବାରୁ ତାହା ବାଟବଣା ହୋଇଥିବା ମତପ୍ରକାଶ ପାଇଥିଲା। ଏହିକ୍ରମରେ ଜୁନିୟର ଆସିଷ୍ଟାଣ୍ଟଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗ ସମ୍ପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri