ଗ୍ୟାସ୍‌ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା

ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍‌ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍‌ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ ଷ୍ଟିଲର କ୍ଲୋରିନ ଗ୍ୟାସ୍‌ ଲିକ୍‌ ୪ ଶ୍ରମିକଙ୍କ ଜୀବନ ନେଇଥିଲା। ଉପରୋକ୍ତ ଦୁଃଖଦ ଘଟଣା ପରେ ରାସାୟନିକ ଦୁର୍ଘଟଣାର ମୁକାବିଲା ପାଇଁ ଓଡ଼ିଶାରେ ଏକ ଅଫ୍‌ ସାଇଟ୍‌ ଜରୁରିକାଳୀନ ଯୋଜନାର ପରିକଳ୍ପନା କରାଯାଇଥିଲା। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ପ୍ରାୟ ୧ ବର୍ଷ ହେଲା ଏହି ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାକୁ ନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆସନ୍ତା ୧୧ରେ ପୁଣି ଏକ ବୈଠକର ଆୟୋଜନ କରାଯାଉଛି।
ଓଏସ୍‌ଡିଏମ୍‌ଏର ରିପୋର୍ଟ ଅନୁସାରେ ୨୦୨୧ ମାର୍ଚ୍ଚରେ ଅନୁଗୋଳ, ଗଞ୍ଜାମ, ଝାରସୁଗୁଡ଼ା, ରାୟଗଡ଼ା, ସୁନ୍ଦରଗଡ଼ ଏବଂ କଟକ ଜିଲାର ଏଫ୍‌ଆଇସିସିଆଇ(ଫେଡେରେଶନ ଅଫ୍‌ ଇଣ୍ଡିଆନ ଚ୍ୟାମ୍ବରର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ) ଏବଂ ଖୋର୍ଦ୍ଧା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ ଓ ସମ୍ବଲପୁର ଜିଲାର ଡିଏମ୍‌ଆଇ(ଡିଜାଷ୍ଟର ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ, ଭୋପାଳ)କୁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ଗତ ୨୩ା୬ା୨୦୨୧ରେ ଅନୁଗୋଳ ଜିଲା, ୧୬ା୭ା୨୦୨୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲା ଏବଂ ୨୮ା୮ା୨୦୨୧ରେ ଖୋର୍ଦ୍ଧା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ ଓ ସମ୍ବଲପୁର ଜିଲା କର୍ତ୍ତୃପକ୍ଷଙ୍କୁ ନେଇ ଭର୍ଚୁଆଲ ବୈଠକ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବାକୁ ପ୍ରତ୍ୟେକ ଜିଲାକୁ ୪ ମାସ ସମୟ ଦିଆଯାଇଥିଲା। ସଂପୃକ୍ତ ଜିଲାପାଳମାନେ ଏହାର ସମୀକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ହେଲେ ଚିନ୍ତାର ବିଷୟ , ଇତିମଧ୍ୟରେ ପ୍ରାୟ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏଯାଏ ଗୋଟିଏ ବି ଯୋଜନା ପ୍ରସ୍ତୁତ ହୋଇ ପାରିନାହିଁ ବୋଲି ଓଏସ୍‌ଡିଏମ୍‌ଏର ଚିଫ୍‌ ଜେନେରାଲ ମ୍ୟାନେଜର ସୁସ୍ମିତା ବେହେରା ସଂପୃକ୍ତ ଜିଲାପାଳମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଜିଲା ପ୍ରଶାସନ ହାଲୁକା ଭାବେ ଗ୍ରହଣ କରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ମନେ ହେଉଛି ।
ସଂପ୍ରତି ଉପରୋକ୍ତ ୧୧ ଜିଲାରେ ଏକାଧିକ ଶିଳ୍ପ କାରଖାନା ଗଢ଼ି ଉଠିଛି। ବ୍ଲାଷ୍ଟ ଫର୍ନେସ ସମେତ ଅନ୍ୟାନ୍ୟ ଯନ୍ତ୍ରପାତି ବ୍ୟବହାରରେ ପର୍ଯ୍ୟାପ୍ତ ବିଷାକ୍ତ ରାସାୟନିକ ପଦାର୍ଥ ଉପଯୋଗ କରାଯାଉଛି। ବିଭିନ୍ନ ସମୟରେ କର୍ମଚାରୀ ଓ ଅଧିକାରୀଙ୍କ ଅବହେଳା ଯୋଗୁ ରାସାୟନିକ ଗ୍ୟାସ୍‌ ଲିକ୍‌ ହେବାର ସମ୍ଭାବନା ରହୁଛି। ବେଳେବେଳେ କେତେକ କାରଖାନାରୁ ରାସାୟନିକ ଗ୍ୟାସ୍‌ ଲିକ୍‌ ହୋଇ ନାକଫଟା ଦୁର୍ଗନ୍ଧ ହେଉଥିବା ନଜିର ରହିଛି। ଏହି ପରିସ୍ଥିତିରେ ମୁକାବିଲା ପାଇଁ ଅଫ୍‌ ସାଇଟ୍‌ ଜରୁରିକାଳୀନ ଯୋଜନାର ଆବଶ୍ୟକତା ରହୁଛି। ଏଥିପାଇଁ ଓଏସ୍‌ଡିଏମ୍‌ଏ ପକ୍ଷରୁ ଆସନ୍ତା ୧୧ରେ ପୁଣି ଥରେ ଭର୍ଚୁଆଲ ବୈଠକର ଆୟୋଜନ ହେଉଛି। ଏଥିରେ ଜିଲାପାଳ, ଏସ୍‌ପି, ସିଡିଏମ୍‌ଓ, ଜିଲା ଅଗ୍ନିଶମ ଅଧିକାରୀ, ଫ୍ୟାକ୍ଟରୀ ଆଣ୍ଡ ବୋଏଲର ଉପନିର୍ଦ୍ଦେଶକ, ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ଆରଟିଓ, ସିଏସ୍‌ଓ, ଅଣ୍ଡରଗ୍ରାଉଣ୍ଡ ପାଇପ୍‌ ଲାଇନ୍‌ କର୍ତ୍ତୃପକ୍ଷ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri