୬ ରାଇସ୍‌ ମିଲ୍‌କୁ ବନ୍ଦ ଚେତାବନୀ

ଯାଜପୁର ଅଫିସ,୧୫ା୩:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟର ୬ ରାଇସ୍‌ ମିଲ୍‌ ଓ ଗୋଟିଏ ତେଲ ମିଲ୍‌୍‌କୁ ବନ୍ଦ କରି ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ମର୍ମରେ ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ରଖିଲେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ପିସିବି ପକ୍ଷରୁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ପାଇଁ ଜାରି କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଛି।
ରାଇସ୍‌ ମିଲ୍‌୍‌ଗୁଡିକରୁ ନିର୍ଗତ ବିଷାକ୍ତ ପାଣିରେ ସମ୍ପୃକ୍ତ ଅଞ୍ଚଳବାସୀ ଗଭୀର ଭାବେ ପ୍ରଭାବିତ ହେଉଥିବା ନେଇ ପର୍ଯ୍ୟାବରଣ ସୁରକ୍ଷା ସମିତି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ. ୩୭୫/୨୦୧୨) ରୁଜୁ ହୋଇଥିଲା। ୨୨ା୨ା୨୦୧୭ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାଇସ୍‌ ମିଲ୍‌୍‌ରେ ଇଟିପି (ଏନ୍‌ଫ୍ଲୁ୍ଲଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଉଥିଲେ ରାଇସ୍‌ ମିଲ୍‌୍‌ ଚଳାଇବାକୁ ଅନୁମତି ଦିଆଯାଇପାରିବ ବୋଲି ଆଦେଶ ଦେଇଥିଲେ। ଏଥିପାଇଁ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କୁ ୩ ମାସ ମଧ୍ୟରେ ସମସ୍ତ ରାଇସ୍‌ ମିଲ୍‌୍‌ରେ ଇଟିପି ଲଗାଇବାକୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରାଜ୍ୟର ଅଧିକାଂଶ ରାଇସ୍‌ ମିଲ୍‌ରେ ଇଟିପି ଉପଯୁକ୍ତ ଭାବେ ପରିଚାଳନା ହୋଇ ପାରୁନାହିଁ।
ଉଲ୍ଲେଖଯୋଗ୍ୟ ଯେ, ୭୦ ଡିଗ୍ରୀ ତାପମାତ୍ରାରେ ଧାନକୁ ବତୁରା ଯାଇଥାଏ। ଏଥିପାଇଁ ରାଇସ୍‌ ମିଲ୍‌ରେ ୮ରୁ ୨୦ ବଏଲିଂ ଟ୍ୟାଙ୍କ ନିର୍ମାଣ କରାଯାଇଥାଏ। ପ୍ରତି ଟ୍ୟାଙ୍କରେ ପ୍ରାୟ ୩୫ କୁଇଣ୍ଟାଲ ଧାନ ବତୁରା ଯିବାର କ୍ଷମତା ଥାଏ। ସେହି ବଏଲିଂ ଟ୍ୟାଙ୍କରୁ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଲିଟର ବିଷାକ୍ତ ତରଳ ବର୍ଜ୍ୟବସ୍ତୁ ବାହାରିଥାଏ, ଯାହାକି ମାଟିର ଉର୍ବରତାକୁ ନଷ୍ଟ କରିଥାଏ। ଏହି ପାଣିର ସଂସ୍ପର୍ଶରେ ଆସିଲେ ଲୋକେ ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ରହିଛି। ଫଳରେ ତରଳ ବର୍ଜ୍ୟବସ୍ତୁକୁ ଅତି ସତର୍କତାର ସହ ପରିଚାଳନା କରିବା ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି। ଏସ୍‌ପିସିବି କର୍ତ୍ତୃପକ୍ଷ ଗତ ଫେବୃୟାରୀରେ କେତେକ ରାଇସ୍‌ ମିଲ୍‌କୁ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ଇଟିପି କାର୍ଯ୍ୟକ୍ଷମ ହେଉ ନ ଥିବା ଏବଂ ବିଷାକ୍ତ ପାଣି ବାହାରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ ସମ୍ବଲପୁର ଜିଲା ବରଗାଁ ମା’ ସମଲେଇ ଆଗ୍ରୋ ପ୍ରଡକ୍ଟ, ବରଗଁା ଶାନ୍ତି ରାଇସ୍‌ ମିଲ୍‌, ନୂଅଁା ଲରପଙ୍କ ଶ୍ରୀରାଧାକେଶବ ରାଇସ୍‌ ମିଲ୍‌, ରମ୍ପେଲା ପ୍ରୀତି ଓଏଲ ଲିଃ ଓ ନୂଅଁା ରମ୍ପେଲା ଶ୍ରୀଦୁର୍ଗା ରାଇସ ମିଲ୍‌, ବଲାଙ୍ଗୀର ଜିଲା ଭଦ୍ରାପାଲି ମିନର୍ଭା ପ୍ୟାଡି ପ୍ରୋସେସିଂ ପ୍ରା.ଲି., ବରଗଡ ଜିଲା ବ୍ରହ୍ମଟୁକୁରା ଶ୍ରୀଲକ୍ଷ୍ମୀ ରାଇସ୍‌ ମିଲ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri