ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ନାହିଁ

ଯାଜପୁର ଅଫିସ,୧୪ା୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହର। ଏଠାରେ ଓଏମ୍‌ସି, ଶ୍ରମ ଯୁଗ୍ମ ଉପନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ, ଜିଲା ଉଠା ଜଳସେଚନ କାର୍ଯ୍ୟାଳୟ, ଓଡ଼ିଶା ମାଇନିଂ କର୍ପୋରେଶନ ଆଦି ସରକାରୀ କାର୍ଯ୍ୟାଳୟ ରହିଛି। ଯାଜପୁର ରୋଡ ରେଳଷ୍ଟେଶନ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଏହି ସହରରେ ରହୁଛନ୍ତି। ଏହାବାଦ୍‌ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ବାହାରୁ ଲୋକେ ଏଠାକୁ ଆସିଥାନ୍ତି। ହେଲେ ବିପଦମୁକ୍ତ ଖାଦ୍ୟ ଖାଇବା ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି। ରାସ୍ତାକଡ଼ରେ ମିଳୁଥିବା ବିଭିନ୍ନ ଛଣା ଜିନିଷ ଖାଇ କର୍ମକ୍ଷେତ୍ରକୁ ଚାଲି ଯାଉଛନ୍ତି। ହେଲେ ସେହି ଖାଦ୍ୟ କେତେ ସୁରକ୍ଷିତ ତାହା ଜାଣିବାକୁ କିଛି ବ୍ୟବସ୍ଥା ନାହିଁ। ଏଠାରେ ପ୍ରାୟ ୨ବର୍ଷ ହେବ ଖାଦ୍ୟ ନମୁନା ସଂଗ୍ରହ ଓ ପରୀକ୍ଷା ହେଉ ନ ଥିବାରୁ ମାନ ଜଣାପଡୁନାହିଁ। ଫଳରେ ବ୍ୟାସନଗର ଭେଜାଲ ଓ ଅପମିଶ୍ରଣ ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। ରାସ୍ତାକଡ଼ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଉଠାଦୋକାନୀଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ସହରର ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ଝୁପୁଡି ହୋଟେଲ, ଜଳଖିଆ ଦୋକାନ, ଗୁପ୍‌ଚୁପ୍‌, ଚାଟ ଆଦି ଖାଦ୍ୟପଦାର୍ଥକୁ ବିନା ଦ୍ୱିଧାରେ ଦୈନିକ ହଜାର ହଜାର ଲୋକ ଖାଇଥାନ୍ତି। ହେଲେ ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଯତ୍ନଶୀଳ ନୁହେଁ। ୧ ବର୍ଷ ମଧ୍ୟରେ ଜିଲାରେ ୧୧୨ ନମୁନା ସଂଗ୍ରହ କରାଯାଇଥିବାବେଳେ ୨ଟି ମାମଲା ରୁଜୁ ହୋଇଛି। କୌଣସି ବ୍ୟବସାୟୀଙ୍କୁ ଦଣ୍ଡିତ କରାଯିବା ଭଳି ଦୃଷ୍ଟାନ୍ତ ନାହିଁ। ଏହି ତଥ୍ୟକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ବିଭାଗ ଖାଦ୍ୟ ସୁରକ୍ଷା ପ୍ରତି କେତେ ଯତ୍ନବାନ ତାହା ସହଜେ ଅନୁମାନ କରିହେଉଛି। ଜିଲାର ଯାଜପୁର ଟାଉନ ସମେତ ବ୍ୟାସନଗର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ, ଦାନଗଦୀ, ଡୁବୁରୀ, କାଳିଆପାଣି ଆଦି ସହରରେ ଖାଦ୍ୟ ଅପମିଶ୍ରଣ ବଢ଼ିବାରେ ଲାଗିଛି। ଏଭଳିସ୍ଥଳେ ଜିଲାରେ ଜଣେ ମାତ୍ର ଫୁଡ ଇନ୍ସପେକ୍ଟର କାର୍ଯ୍ୟ କରୁଛନ୍ତି। ବ୍ୟାସନଗର ସହର ଜନସଂଖ୍ୟା ଦେଢ ଲକ୍ଷ ଟପିଲାଣି। ଜନସାଧାରଣଙ୍କୁ ବିଷାକ୍ତ ଓ କ୍ଷତିକାରକ ଖାଦ୍ୟରୁ ସୁରକ୍ଷା ଦେବା, ଖରାପ ଖାଦ୍ୟ ବିକ୍ରିକୁ ବନ୍ଦ କରିବା, ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ଇତ୍ୟାଦି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏଥିପାଇଁ ୧୯୫୪ରେ ପ୍ରିଭେନ୍ସନ ଅଫ ଫୁଡ୍‌ ଆଡଲ୍‌ଟରେଶନ ଆଇନ କାର୍ଯ୍ୟକାରୀ କରାଯାଇଛି। ଖାଦ୍ୟ ନମୁନା ସଂଗ୍ରହ ଓ ପବ୍ଲିକ ଆନାଲିଷ୍ଟଙ୍କ ନିକଟକୁ ମାନ ପରୀକ୍ଷା ପାଇଁ ପଠାଇବା ଖାଦ୍ୟ ନିରୀକ୍ଷକଙ୍କ କାର୍ଯ୍ୟ। ମାସକୁ ପ୍ରାୟ ୬୦ଟି ଖାଦ୍ୟ ନମୁନା ପରୀକ୍ଷା ହେବା ନିୟମରେ ରହିଛି। ପରୀକ୍ଷା ପରେ ଯଦି କୌଣସି ଦୋକାନୀ କିମ୍ବା ଖାଦ୍ୟ ପଦାର୍ଥ ପ୍ରସ୍ତୁତକାରୀ ସଂସ୍ଥା ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ ଅତି କମ୍‌ରେ ୬ମାସ ଜେଲଦଣ୍ଡ ଏବଂ ୧୦୦୦ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। କିନ୍ତୁ ପରିତାପର ବିଷୟ, ଖାଦ୍ୟ ନମୁନା ପରୀକ୍ଷା ତ ଦୂରର କଥା ଆବଶ୍ୟକ ଅନୁଯାୟୀ ସଂଗ୍ରହ ମଧ୍ୟ ହେଉନାହିଁ।
ଅନ୍ୟପକ୍ଷେ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରାଯାଇ ହୋଟେଲ ଏବଂ ରେଷ୍ଟରାଣ୍ଟକୁ ଫୁଡ୍‌ ଲାଇସେନ୍ସ ଦେବା ସରକାରଙ୍କ ନିୟମ ରହିଛି। କିନ୍ତୁ ସହରର ଅଧିକାଂଶ ହୋଟେଲ ଓ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ବିନା ଲାଇସେନ୍ସରେ ଚାଲିଛି। ଅପମିଶ୍ରଣ ଖାଦ୍ୟ ଖାଇ ବେଳେ ବେଳେ ବହୁ ଲୋକ ଖାଦ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ସେହିପରି ବୋତଲ କିମ୍ବା ପାଉଚରେ ଅତି ନିମ୍ନମାନର ପାଣି ପ୍ୟାକିଂ କରାଯାଉଥିବା ବହୁ ସମୟରେ ଅଭିଯୋଗ ହେଉଛି। ଖରାଦିନେ ପାଣି ପାଉଚର ଚାହିଦା ଅଧିକ। ଶୁଦ୍ଧ ମିନେରାଲ ପାଣି ସ୍ବାସ୍ଥ୍ୟପକ୍ଷେ ହିତକର ବୋଲି ପ୍ରଚାର କରାଯାଉଥିବାବେଳେ ଏହା ରୋଗ ବାହକରେ ପରିଣତ ହୋଇଛି। ପାଣି ପାଉଚ କିମ୍ବା ପାଣି ବୋତଲର ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉ ନ ଥିବାରୁ ସମ୍ପୃକ୍ତ କମ୍ପାନୀମାନେ ମନଇଚ୍ଛା ପ୍ୟାକିଂ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ନିରୀକ୍ଷକ ବିଭୁଦତ୍ତ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ନିୟମିତ ଭାବେ ଜିଲାର ବିଭିନ୍ନ ସହରରୁ ଖାଦ୍ୟ ନମୁନା ସଂଗ୍ରହ କରାଯାଉଛି। ଖୁବ୍‌ଶୀଘ୍ର ବ୍ୟାସନଗର ସହରରୁ ମଧ୍ୟ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?