ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ନାହିଁ

ଯାଜପୁର ଅଫିସ,୧୪ା୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହର। ଏଠାରେ ଓଏମ୍‌ସି, ଶ୍ରମ ଯୁଗ୍ମ ଉପନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ, ଜିଲା ଉଠା ଜଳସେଚନ କାର୍ଯ୍ୟାଳୟ, ଓଡ଼ିଶା ମାଇନିଂ କର୍ପୋରେଶନ ଆଦି ସରକାରୀ କାର୍ଯ୍ୟାଳୟ ରହିଛି। ଯାଜପୁର ରୋଡ ରେଳଷ୍ଟେଶନ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଏହି ସହରରେ ରହୁଛନ୍ତି। ଏହାବାଦ୍‌ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ବାହାରୁ ଲୋକେ ଏଠାକୁ ଆସିଥାନ୍ତି। ହେଲେ ବିପଦମୁକ୍ତ ଖାଦ୍ୟ ଖାଇବା ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି। ରାସ୍ତାକଡ଼ରେ ମିଳୁଥିବା ବିଭିନ୍ନ ଛଣା ଜିନିଷ ଖାଇ କର୍ମକ୍ଷେତ୍ରକୁ ଚାଲି ଯାଉଛନ୍ତି। ହେଲେ ସେହି ଖାଦ୍ୟ କେତେ ସୁରକ୍ଷିତ ତାହା ଜାଣିବାକୁ କିଛି ବ୍ୟବସ୍ଥା ନାହିଁ। ଏଠାରେ ପ୍ରାୟ ୨ବର୍ଷ ହେବ ଖାଦ୍ୟ ନମୁନା ସଂଗ୍ରହ ଓ ପରୀକ୍ଷା ହେଉ ନ ଥିବାରୁ ମାନ ଜଣାପଡୁନାହିଁ। ଫଳରେ ବ୍ୟାସନଗର ଭେଜାଲ ଓ ଅପମିଶ୍ରଣ ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। ରାସ୍ତାକଡ଼ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଉଠାଦୋକାନୀଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ସହରର ବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ଝୁପୁଡି ହୋଟେଲ, ଜଳଖିଆ ଦୋକାନ, ଗୁପ୍‌ଚୁପ୍‌, ଚାଟ ଆଦି ଖାଦ୍ୟପଦାର୍ଥକୁ ବିନା ଦ୍ୱିଧାରେ ଦୈନିକ ହଜାର ହଜାର ଲୋକ ଖାଇଥାନ୍ତି। ହେଲେ ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଯତ୍ନଶୀଳ ନୁହେଁ। ୧ ବର୍ଷ ମଧ୍ୟରେ ଜିଲାରେ ୧୧୨ ନମୁନା ସଂଗ୍ରହ କରାଯାଇଥିବାବେଳେ ୨ଟି ମାମଲା ରୁଜୁ ହୋଇଛି। କୌଣସି ବ୍ୟବସାୟୀଙ୍କୁ ଦଣ୍ଡିତ କରାଯିବା ଭଳି ଦୃଷ୍ଟାନ୍ତ ନାହିଁ। ଏହି ତଥ୍ୟକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ବିଭାଗ ଖାଦ୍ୟ ସୁରକ୍ଷା ପ୍ରତି କେତେ ଯତ୍ନବାନ ତାହା ସହଜେ ଅନୁମାନ କରିହେଉଛି। ଜିଲାର ଯାଜପୁର ଟାଉନ ସମେତ ବ୍ୟାସନଗର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ, ଦାନଗଦୀ, ଡୁବୁରୀ, କାଳିଆପାଣି ଆଦି ସହରରେ ଖାଦ୍ୟ ଅପମିଶ୍ରଣ ବଢ଼ିବାରେ ଲାଗିଛି। ଏଭଳିସ୍ଥଳେ ଜିଲାରେ ଜଣେ ମାତ୍ର ଫୁଡ ଇନ୍ସପେକ୍ଟର କାର୍ଯ୍ୟ କରୁଛନ୍ତି। ବ୍ୟାସନଗର ସହର ଜନସଂଖ୍ୟା ଦେଢ ଲକ୍ଷ ଟପିଲାଣି। ଜନସାଧାରଣଙ୍କୁ ବିଷାକ୍ତ ଓ କ୍ଷତିକାରକ ଖାଦ୍ୟରୁ ସୁରକ୍ଷା ଦେବା, ଖରାପ ଖାଦ୍ୟ ବିକ୍ରିକୁ ବନ୍ଦ କରିବା, ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ଇତ୍ୟାଦି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏଥିପାଇଁ ୧୯୫୪ରେ ପ୍ରିଭେନ୍ସନ ଅଫ ଫୁଡ୍‌ ଆଡଲ୍‌ଟରେଶନ ଆଇନ କାର୍ଯ୍ୟକାରୀ କରାଯାଇଛି। ଖାଦ୍ୟ ନମୁନା ସଂଗ୍ରହ ଓ ପବ୍ଲିକ ଆନାଲିଷ୍ଟଙ୍କ ନିକଟକୁ ମାନ ପରୀକ୍ଷା ପାଇଁ ପଠାଇବା ଖାଦ୍ୟ ନିରୀକ୍ଷକଙ୍କ କାର୍ଯ୍ୟ। ମାସକୁ ପ୍ରାୟ ୬୦ଟି ଖାଦ୍ୟ ନମୁନା ପରୀକ୍ଷା ହେବା ନିୟମରେ ରହିଛି। ପରୀକ୍ଷା ପରେ ଯଦି କୌଣସି ଦୋକାନୀ କିମ୍ବା ଖାଦ୍ୟ ପଦାର୍ଥ ପ୍ରସ୍ତୁତକାରୀ ସଂସ୍ଥା ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ ଅତି କମ୍‌ରେ ୬ମାସ ଜେଲଦଣ୍ଡ ଏବଂ ୧୦୦୦ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। କିନ୍ତୁ ପରିତାପର ବିଷୟ, ଖାଦ୍ୟ ନମୁନା ପରୀକ୍ଷା ତ ଦୂରର କଥା ଆବଶ୍ୟକ ଅନୁଯାୟୀ ସଂଗ୍ରହ ମଧ୍ୟ ହେଉନାହିଁ।
ଅନ୍ୟପକ୍ଷେ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରାଯାଇ ହୋଟେଲ ଏବଂ ରେଷ୍ଟରାଣ୍ଟକୁ ଫୁଡ୍‌ ଲାଇସେନ୍ସ ଦେବା ସରକାରଙ୍କ ନିୟମ ରହିଛି। କିନ୍ତୁ ସହରର ଅଧିକାଂଶ ହୋଟେଲ ଓ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ବିନା ଲାଇସେନ୍ସରେ ଚାଲିଛି। ଅପମିଶ୍ରଣ ଖାଦ୍ୟ ଖାଇ ବେଳେ ବେଳେ ବହୁ ଲୋକ ଖାଦ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ସେହିପରି ବୋତଲ କିମ୍ବା ପାଉଚରେ ଅତି ନିମ୍ନମାନର ପାଣି ପ୍ୟାକିଂ କରାଯାଉଥିବା ବହୁ ସମୟରେ ଅଭିଯୋଗ ହେଉଛି। ଖରାଦିନେ ପାଣି ପାଉଚର ଚାହିଦା ଅଧିକ। ଶୁଦ୍ଧ ମିନେରାଲ ପାଣି ସ୍ବାସ୍ଥ୍ୟପକ୍ଷେ ହିତକର ବୋଲି ପ୍ରଚାର କରାଯାଉଥିବାବେଳେ ଏହା ରୋଗ ବାହକରେ ପରିଣତ ହୋଇଛି। ପାଣି ପାଉଚ କିମ୍ବା ପାଣି ବୋତଲର ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉ ନ ଥିବାରୁ ସମ୍ପୃକ୍ତ କମ୍ପାନୀମାନେ ମନଇଚ୍ଛା ପ୍ୟାକିଂ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ନିରୀକ୍ଷକ ବିଭୁଦତ୍ତ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ନିୟମିତ ଭାବେ ଜିଲାର ବିଭିନ୍ନ ସହରରୁ ଖାଦ୍ୟ ନମୁନା ସଂଗ୍ରହ କରାଯାଉଛି। ଖୁବ୍‌ଶୀଘ୍ର ବ୍ୟାସନଗର ସହରରୁ ମଧ୍ୟ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri