ସହରୀ ଭୋଟ: ବିକାଶ, ଦୁର୍ନୀତି ବଡ଼ ପ୍ରସଙ୍ଗ

ଯାଜପୁର ଅଫିସ,୧୦ା୩: ଯାଜପୁର ଜିଲାର ଦୁଇ ସହରବାସୀ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଅପେକ୍ଷାରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବା ପରେ ଏବେ ପୌର ନିର୍ବାଚନ ହେଉଛି। ଜିଲାରେ ବିଜେଡି ସମସ୍ତ ବିଧାନସଭା ଓ ଲୋକ ସଭା ଆସନ ସମେତ ଜିଲା ପରିଷଦ ଅକ୍ତିଆର କରି ସାରିଛି। ଏହି ନିରଙ୍କୁଶ ସଫଳତା ପାଇଁ ପ୍ରାୟ ସମସ୍ତ ନେତା ବିଜେଡି ପଟକୁ ମୁହଁାଇଛନ୍ତି। ଏହି କ୍ରମରେ ଚଳିତ ପୌର ନିର୍ବାଚନରେ ବିଜେଡି ଟିକେଟ ପାଇଁ ଲବି ଜୋର ଧରିଥିଲା। ପୌର ନିର୍ବାଚନରେ ସାଧାରଣତଃ ସହରୀ ଭୋଟର ଭାଗ ନେଇଥାନ୍ତି। ୨୦୧୯ ନିର୍ବାଚନରେ ଜିଲାର ଅଧିକାଂଶ ଆସନରେ ପୋଷ୍ଟାଲ ଭୋଟ ଭାଜପା ସପକ୍ଷରେ ଯାଇଥିଲା। ଲୋକ ସଭା ନିର୍ବାଚନରେ ବିଜେଡିକୁ ୧୫୪୪ ଓ ଭାଜପାକୁ ୪୧୫୬ ପୋଷ୍ଟାଲ ଭୋଟ ମିଳିଥିଲା। ଏଥିରୁ ସଚେତନ ଭୋଟରଙ୍କ ମନ ଭିନ୍ନ ଏବଂ ପ୍ରଥମ ପସନ୍ଦ ଭାଜପା ବୋଲି ସେତେବେଳେ ସ୍ପଷ୍ଟ ହୋଇଥିଲା। ତେଣୁ ଏଥର ପୌର ନିର୍ବାଚନରେ ବି ଶିକ୍ଷିତ ସହରୀ ଭୋଟର ବିକାଶ ଓ ଦୁର୍ନୀତିକୁ ପର୍ଯ୍ୟାଲୋଚନା କରିବେ ବୋଲି ମତପ୍ରକାଶ ପାଇଛି।

ସାଧାରଣତଃ ସଚେତନ ଭୋଟର ଓ ସରକାରୀ କର୍ମଚାରୀମାନେ ପୋଷ୍ଟାଲ ଭୋଟ ଦେଇଥାନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ବ୍ୟାସନଗର ପୌର ପରିଷଦ ରହିଥିବା କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳରେ ଭାଜପାକୁ ୪୧୭ ଓ ବିଜେଡିକୁ ୩୧୩ ପୋଷ୍ଟାଲ ଭୋଟ ଏବଂ ଯାଜପୁର ଟାଉନ ପୌର ପରିଷଦ ରହିଥିବା ଯାଜପୁର ବିଧାନସଭା ଆସନରେ ଭାଜପାକୁ ୫୮୯ ଓ ବିଜେଡିକୁ ୪୮୧ ପୋଷ୍ଟାଲ ଭୋଟ ମିଳିଥିଲା। ଏହାବାଦ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଭାଜପା ୪୧୯ ଓ ବିଜେଡି ୩୪୫, ବରୀରେ ଭାଜପା ୫୪୯ ଓ ବିଜେଡି ୨୪୯, ବଡ଼ଚଣାରେ ଭାଜପା ୪୦୮ ଓ ବିଜେଡି ୨୬୫, ଧର୍ମଶାଳାରେ ଭାଜପା ୩୧୩ ଓ ବିଜେଡି ୫୦୮ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଭାଜପା ୪୨୧ ଓ ବିଜେଡି ୨୮୫ ପୋଷ୍ଟାଲ ଭୋଟ ପାଇଥିଲା। ଏଠାରେ କେବଳ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ପୋଷ୍ଟାଲ ଭୋଟ ଆଗରେ ରହିଥିଲା। ମଧ୍ୟବିତ୍ତ ଓ ବିପିଏଲ୍‌ ପରିବାର ଶ୍ରେଣୀର ଭୋଟର ବିଜେଡିକୁ ଭୋଟ ଦେଇ ବିଜୟୀ କରିଥିବା ସେତେବେଳେ ଜଳଜଳ ହୋଇ ଦିଶିଥିଲା। ବିଜେଡିର ଅଭିଜ୍ଞ ନେତା ଏହି କାରଣକୁ ଭଲ ଭାବେ ବୁଝିପାରିଥିବାବେଳେ ଭାଜପା ମୋଦି ହାୱା ଉପରେ କେବଳ ନିର୍ଭର କରିଥିଲା। ଯଦି ଭାଜପା ତୃଣମୂଳସ୍ତରରେ ପହଞ୍ଚି ପାରିଥାନ୍ତା ତେବେ ନିଶ୍ଚିତ ଭାବେ ସଫଳ ହୋଇ ପାରିଥାନ୍ତା ବୋଲି ସେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପାରେ ବଳିଷ୍ଠ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି। ସବୁଠି ବିଜେଡିର ଶଙ୍ଖନାଦରେ ଭାଜପା ଧରାଶାୟୀ ହୋଇଛି।

ଅଧିକାଂଶ ଶିକ୍ଷିତ ଓ ସହରୀ ଭୋଟର ସାମାନ୍ୟ ଅର୍ଥ ଲାଳସାରେ ନ ପଡ଼ି ଯେକୌଣସି ଦଳର ନେତୃତ୍ୱ ଓ କର୍ମଫଳ ଉପରେ ପର୍ଯ୍ୟାଲୋଚନା କରି ଭୋଟ ଦେଇଥାନ୍ତି। ଏହି କ୍ରମରେ ଯାଜପୁର ସହରରେ ବିକାଶମୁଖୀ ବିଭିନ୍ନ ପ୍ରକଳ୍ପ ଆଶାତୀତ ହେଉଥିବାବେଳେ ବ୍ୟାସନଗର ସହର ସବୁ କ୍ଷେତ୍ରରେ ଅବହେଳିତ। ଯେଉଁ କେତେକ ବିକାଶ କାର୍ଯ୍ୟ ବ୍ୟାସନଗରରେ ହେଉଛି ତାହା ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି, ନଚେତ୍‌ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏଠାକାର ନେତୃବର୍ଗ ନିଜେ ନିଷ୍ପତ୍ତି ନେବାରେ ଅକ୍ଷମ ହେଉଥିବାରୁ ଅନ୍ୟ ଉପରେ ସଦାସର୍ବଦା ଭରସା କରୁଥିବା ଦେଖାଯାଉଛି। ଏଥିରେ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଏବଂ ସହରର ବିଭିନ୍ନ ଉନ୍ନୟନ ପ୍ରତି ଥିବା ସେମାନଙ୍କ ଆନ୍ତରିକତା ସହଜେ ଦେଖାଯାଉଛି। ନିର୍ବାଚିତ ପ୍ରତିନିଧି ଏବଂ ବିରୋଧୀ ଦଳ ନେତୃବର୍ଗଙ୍କ ଦୁର୍ବଳତା ପଦାରେ ପଡ଼ିଛି। ଏନେଇ ନିୟମିତ ଭାବେ ଗଣମାଧ୍ୟମ ଏବଂ ସୋସିଆଲ ମଡିଆରେ ଲୋକେ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ସମ୍ପୃକ୍ତ ଲୋକ ପ୍ରତିନିଧିମାନେ କେବଳ ଠିକାଦାରି ରାଜନୀତିରେ ବୁଡି ରହୁଛନ୍ତି ବୋଲି ସାଧାରଣରେ ସମାଲୋଚନା କରାଯାଉଛି।

ଏବେ ବ୍ୟାସନଗର ପୌରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ। ପୌରାଞ୍ଚଳର ଭୌଗୋଳିକ ସ୍ଥିତି ପାଣିକୋଇଲିରୁ ଦାନଗଦି ପର୍ଯ୍ୟନ୍ତ ଲମ୍ବିିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ସହରରେ ନିୟମିତ ଭାବେ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ବିପର୍ଯ୍ୟସ୍ତ ଏହି ସହରର ଅବସ୍ଥାକୁ ଦେଖି ପର୍ଯ୍ୟଟକଙ୍କ ମଧ୍ୟରେ ନକାରାତ୍ମକ ଚିନ୍ତାଧାରା ପ୍ରକାଶ ପାଉଛି। ଟାଉନ୍‌ ହଲ୍‌ କାର୍ଯ୍ୟ ନିର୍ମାଣାଧୀନ ରହିଥିଲେ ହେଁ ସଂସ୍କୃତି ଭବନ ବାହାରେ ଚକାଚକ୍ୟ ଦିଶୁଥିବାବେଳେ ଭିତର ଅବସ୍ଥା ଦୟନୀୟ। ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଶ୍ରୁତିରେ ସୀମିତ ରହିଛି। ଏଭଳି ଅନେକ ବିକାଶ ସ୍ବପ୍ନ ଦେଖାଇ ଦିନ ଗଡ଼ି ଚାଲିଥିବାରୁ ସହରୀ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଭରିରହିଛି। ହେଲେ କେତେଦୂର ନିର୍ବାଚନରେ ପ୍ରତିଫଳିତ ତାହା ଫଳ ପ୍ରକାଶ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri