ପୌର ନିର୍ବାଚନ: ୧୬୨ ପ୍ରାର୍ଥିପତ୍ର ଦାଖଲ

ଯାଜପୁର ଅଫିସ,୮ା୩:ସୋମବାର ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ୧୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଦୁଇ ମ୍ୟୁନିସିପାଲିଟିରେ ମୋଟ ୧୬୨ ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଯାଜପୁର ମ୍ୟୁନିସିପାଲିଟି ପାଇଁ ୪ ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ ୫୮ ଜଣ କାଉନସିଲର ଏବଂ ବ୍ୟାସନଗର ମ୍ୟୁନିସିପାଲିଟିରେ ୩ ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ ୯୭ ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି। ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା ପଦବୀ ପାଇଁ ବିଜେଡିରୁ ସଙ୍ଗୀତା ପିଙ୍ଗୁଆ, ଭାଜପାରୁ ସୁମିତ୍ରା ଜାମୁଡା ଓ କଂଗ୍ରେସରୁ ମଞ୍ଜୁ ଲଛମନ ବାନାରା ଏବଂ ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିରୁ ରଞ୍ଜୁଲତା ହୋତା, କଂଗ୍ରେସରୁ ପ୍ରିୟଦର୍ଶିନୀ ସାମନ୍ତ, ଭାଜପାରୁ ଜ୍ୟୋର୍ତିମୟୀ ଦ୍ୱିବେଦୀ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ନିରୁପମା ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
୧୮ ୱାର୍ଡ ବିଶିଷ୍ଟ ଯାଜପୁର ମ୍ୟୁନିସିପାଲିଟିର ବିଜେଡି ଓ ଭାଜପା ପକ୍ଷରୁ ୧୮ ଜଣ ଲେଖାଏ ଏବଂ କଂଗ୍ରେସରୁ ୧୬ ଜଣ, ବହୁଜନ ସମାଜ ପାର୍ଟିରୁ ଜଣେ ଓ ସ୍ବାଧୀନ ଭାବେ ୫ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡି ୨୬ ଜଣ, ଭାଜପା ୨୪ ଜଣ ଏବଂ କଂଗ୍ରେସରୁ ୨୨ ଜଣ ଏବଂ ୨୫ ଜଣ ସ୍ବାଧୀନ କାଉନସିଲର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯାଜପୁର ମ୍ୟୁନିସିପାଲିଟିରେ କଂଗ୍ରେସ ୨ ୱାର୍ଡ ଏବଂ ବ୍ୟାସନଗର ମ୍ୟୁନିସିପାଲିଟିରେ ଭାଜପା ୨ ଓ କଂଗ୍ରେସ ୪ ୱାର୍ଡରେ ପ୍ରାର୍ଥୀ ଦେଇନାହିଁ। ସୋମବାର ଯାଜପୁର ମ୍ୟୁନିସିପାଲିଟିର ୧ନଂ. ୱାର୍ଡରୁ ତପସ୍ବିନୀ ବିଶ୍ୱାଳ ଓ ସରିତା ଖୁଣ୍ଟିଆ, ୨ନଂ. ସସ୍ମିତା ମିଶ୍ର, ରଶ୍ମିତା ବେହେରା, ରୀନାବାଳା ସାମନ୍ତ, ୩ନଂ.ରୁ ଅଜିତ କୁମାର ସେଠୀ, ସନ୍ତୋଷ କୁମାର ମଲ୍ଲିକ, ସୁବ୍ରତ ମହାନ୍ତି, ୪ନଂ.ରୁ ଜୟନ୍ତୀ ବେହେରା, ମାମିନା ଦଳାଇ, ଭାରତୀ ବେହେରା, ୫ନଂ.ରୁ ହୃଷୀକେଶ ପରିଡ଼ା, ରାଜକିଶୋର ମହାନ୍ତି, ଗଜେନ୍ଦ୍ର ସେଠୀ, ୬ନଂ. ମାନଗୋବିନ୍ଦ ପତି, ସନ୍ତୋଷ କୁମାର ପତି, ଭରତ ସେନାପତି, ୭ନଂ.ରୁ ଉର୍ମିଳା ବେହେରା, ଲୁନା ବେହେରା, ସୁମିତ୍ରା ଜେନା, ୮ନଂ.ରୁ ସେକ ମୁର୍ତେଜା, ରାମ କୁମାର ସାହୁ, ୯ନଂ.ରୁ ରବିନ୍ଦ୍ର ସାହୁ, ସୁମିତ୍ରା ଦାସ, ୧୦ନଂ.ରୁ ମିନାକ୍ଷୀ ନନ୍ଦ, ଶାନ୍ତିଲତା ପଟ୍ଟନାୟକ, ମମତା ରାଉତ, ୧୧ନଂ.ରୁ ହେମାଙ୍ଗିନୀ ମହାନ୍ତି ଦାସ, କଳ୍ପନା ରାଉତ, ୧୨ନଂ.ରୁ କଳ୍ପନା ବେହେରା, ରାଜୀବ କୁମାର ବେହେରା, ପୂଜାରାଣୀ ନାୟକ, ମମତା ବେହେରା, କାଳିନ୍ଦୀ ବେହେରା, ୧୩ ନଂ.ରୁ ଜୟନ୍ତ କୁମାର ସାହୁ, ଜିତେନ୍ଦ୍ର ସାହୁ, ଅରୁଣ କୁମାର ସାହୁ, ୧୪ନଂ.ରୁ ତିଳୋତ୍ତମା ରାୟ, ଅନୁସୟା ସାମଲ, ସତ୍ୟବ୍ରତୀ ବେହେରା, ୧୫ ନଂ.ରୁ ଦେବାଶିଷ ନାୟକ, ସୁବାଶିଷ ରାଉତ, ୧୬ ନଂ.ସଞ୍ଜୁଲତା ସାମଲ, ପାତିଆ ଦେହୁରୀ, ଲିଜା ସିଙ୍କୁ, ୧୭ନଂ.ରୁ ତିଳୋତ୍ତମା ସାହୁ, ମେନକା ସାହୁ, ୧୮ନଂ.ରୁ ରମେଶ ଚନ୍ଦ୍ର ଦାସ, ସୁରେନ୍ଦ୍ର ରଣା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କାଳିମେଘାଠାରୁ ବାହାରି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିଥିଲା। କଂଗ୍ରେସ ଓ ଭାଜପା ପକ୍ଷରୁ ସେତେଟା ଉସତ୍ାହ ଓ ଶୋଭାଯାତ୍ରା ଦେଖିବାକୁ ମିଳି ନ ଥିଲା।
ବ୍ୟାସନଗର ସହରରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଖୁବ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା ା ବିଜେଡି ଓ କଂଗ୍ରେସର ଶୋଭାଯାତ୍ରାରେ ଶତାଧିକ କର୍ମୀ ଓ ସମର୍ଥକ ଭାଗ ନେଇଥିଲେ। ହେଲେ ଭାଜପା ଶୋଭାଯାତ୍ରା ସାଧାରଣ ଥିଲା ବୋଲି ସହରବାସୀ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri