ବାଲି ଖାଦାନରେ ଲାଗିବ ସିସିଟିଭି କ୍ୟାମେରା

ଯାଜପୁର ଅଫିସ,୧୦ା୩: ସିମେଣ୍ଟ,କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟରେ ବାଲିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ଏଣୁ ରାଜ୍ୟରେ ଚାଲିଥିବା ଏପରି ନିର୍ମାଣ କାର୍ଯ୍ୟ ଯୋଗୁ ବାଲିର ଚାହିଦା ଆକାଶଛୁଆଁ ହୋଇଛି । ଏଥି ସହିତ ବେଆଇନ ବାଲି ଉଠାଣ ଓ ଚୋରା କାରବାର ବଢିଛି । ଫଳରେ ବାଲି ଉତ୍ସଗୁଡ଼ିକ କ୍ଷତିଗ୍ରସ୍ତ ହେବାକୁ ବସିଛି ।

ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତଳ ପ୍ରକ୍ରିୟାକୁ ବ୍ୟାହତ କରୁଛି । ଏହିକ୍ରମରେ ବାଲିଘାଟ ପରିଚାଳନା ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଲେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଉକ୍ତ ରାୟରେ ବାଲିଘାଟରେ ସିସିଟିଭି କ୍ୟାମେରା ବ୍ୟବହାର, ବାଲି ପରିବହନ ଗାଡ଼ିରେ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌), ସୋଟୋଲାଇଟ୍‌ ଫଟୋ, ସହନଶୀଳ ବାଲି ଖନନ ମାର୍ଗଦର୍ଶିକା ୨୦୧୬ର ଆଇନକୁ ମାନିବା, ବାଲି ଖାଦାନରେ କେତେ ପରିମାଣର ବାଲି ପୁନଃଭରଣ ହେଉଛି ତାହାକୁ ମାପିବା ପରେ ମାଇନିଂ ପ୍ଲାନ ପ୍ରସ୍ତୁତ କରିବା ଆଦି ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାନଦୀରେ ବେଆଇନ ବାଲି ଉତ୍ତୋଳନ ଉପରେ କଟକ ଜିଲା ଚୌଦ୍ୱାର ଥାନା ସିମିଳିହାଣ୍ଡି ଗ୍ରାମର ନବକିଶୋର ପୃଷ୍ଟି ଓ ଶ୍ରୀକାନ୍ତ କୁମାର ପାକଳଙ୍କ ପକ୍ଷରୁ ଏନ୍‌ଜିଟିରେ ରୁଜୁ ମାମଲା(ନଂ.୨୬/୨୦୨୧/ଇଜେଡ)ଉପରେ ଏହି ଶୁଣାଣି ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡ୍‌ ଲାଇନ ଜାରି କରାଯାଇଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ । ତେଣୁ ରାଜସ୍ବ ବିଭାଗ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ(ପିଟିଏମ୍‌ଏମଇଏ) ନାମରେ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

ରିଜୋଲେଶନ୍‌ ନମ୍ବର ୨୩୨୨୫/ଆର ଆଣ୍ଡ ଡିଏମ୍‌/୨୮ା୬ା୨୦୧୮ରେ ଲାଗୁ ହୋଇଥିବା ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ସେକ୍ସନ ଅର୍ଡର ନମ୍ବର ୨୫୫୪୮/୧୧ା୭ା୨୦୧୮ରେ ୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ଏହି ଯୋଜନା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାରୁ ବିଭିନ୍ନ ନଦୀନାଳରୁ ବେଆଇନ ବାଲି ଉତ୍ତୋଳନ ଚାଲିଛି । ଏହିକ୍ରମରେ ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଶଙ୍କରପ୍ରସାଦ ପାଣି ଏନ୍‌ଜିଟିରେ ଉପରୋକ୍ତ ମାମଲା ଦାୟର କରିଥିଲେ। ଅଭିଯୋଗରେ ସେ ଦର୍ଶାଇଥିଲେ, କଟକ ଜିଲା ଚୌଦ୍ୱାର ତହସିଲ ଅନ୍ତର୍ଗତ ନୂଆପାଟଣା ମୌଜାର ମହାନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଛି। ଯନ୍ତ୍ରପାତି ଲଗାଇ ବାଲି ଉତ୍ତୋଳନ ଚାଲିଛି, ଯାହାକି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଉଛି। ଅନୁମତିପ୍ରାପ୍ତ ଲିଜ୍‌ ଅଞ୍ଚଳରେ କୌଣସି ପିଲର ଲଗାଯାଇ ନାହିଁ। ଧାର୍ଯ୍ୟ ଅନୁମତି ଠାରୁ ବହୁ ଗୁଣ ଅଧିକ ବାଲି ଚାଲାଣ କରାଯାଉଛି। ଦୈନିକ ବାଲି ରେଜିଷ୍ଟର ବ୍ୟବହାର ହେଉନାହିଁ। ୧୪ ଏକର ସ୍ଥଳେ ୪୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରୁ ବାଲି ଖନନ କରାଯାଇଛି। ଏଭଳି ଏକାଧିକ ଅଭିଯୋଗ ଉପରେ ଏନ୍‌ଜଟିରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ ବିଚାର କରି ଏନ୍‌ଜଟି ତାଙ୍କ ରାୟରେ ଆହୁରି ଦର୍ଶାଇଛନ୍ତି, ଉକ୍ତ ବାଲି ଖାଦାନ ପାଇଁ କୌଣସି ପରିବେଶ ଅନୁମତି ନିଆଯାଇନାହିଁ। ତେଣୁ ପରିବେଶଗତ କ୍ଷତି ପାଇଁ ଲିଜ୍‌ଧାରୀଙ୍କୁ ୩୮,୨୮,୧୨୫ ଟଙ୍କା ଜରିମାନା ଦେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷେ ସାଧାରଣ ଭାବେ ବାଲି ଖାଦାନ ମାଇନିଂ ପ୍ଲାନ ପ୍ରସ୍ତୁତ ହେବା ପୂର୍ବରୁ ଖାଦାନରେ ମହଜୁଦ ବାଲିର ୬୦% ଉତ୍ତୋଳନ ପାଇଁ ଅନୁମତି ଦେବା ଉଚିତ। କାରଣ ଉତ୍ତୋଳନ ହୋଇଥିବା ସମପରିମାଣ ବାଲି ପରବର୍ତ୍ତୀ ସମୟରେ ପୁଣି ଭରଣା ହେବା ନିଶ୍ଚିତ ନୁହେଁ। ଏହି ଆଇନକୁ କାର୍ଯ୍ୟକାରୀ କରା ନ ଗଲେ ସମ୍ପୃକ୍ତ ଅଞ୍ଚଳବାସୀ ଜୀବନଚର୍ଯ୍ୟା ଉପରେ ଗଭୀର ପ୍ରଭାବ ପଡ଼ିବା ଆଶଙ୍କା ରହିଛି ବୋଲି ଏନ୍‌ଜିଟି କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri