ବାଲି ଖାଦାନରେ ଲାଗିବ ସିସିଟିଭି କ୍ୟାମେରା

ଯାଜପୁର ଅଫିସ,୧୦ା୩: ସିମେଣ୍ଟ,କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟରେ ବାଲିର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ଏଣୁ ରାଜ୍ୟରେ ଚାଲିଥିବା ଏପରି ନିର୍ମାଣ କାର୍ଯ୍ୟ ଯୋଗୁ ବାଲିର ଚାହିଦା ଆକାଶଛୁଆଁ ହୋଇଛି । ଏଥି ସହିତ ବେଆଇନ ବାଲି ଉଠାଣ ଓ ଚୋରା କାରବାର ବଢିଛି । ଫଳରେ ବାଲି ଉତ୍ସଗୁଡ଼ିକ କ୍ଷତିଗ୍ରସ୍ତ ହେବାକୁ ବସିଛି ।

ବାଲି ଖାଦାନ ଏବଂ ବେଆଇନ ବାଲି ଉଠାଣ କେବଳ ରାଜ୍ୟର ରାଜସ୍ବ କ୍ଷତି କରୁନାହିଁ ବରଂ ନଦୀର ପ୍ରାକୃତିକ ସମତଳ ପ୍ରକ୍ରିୟାକୁ ବ୍ୟାହତ କରୁଛି । ଏହିକ୍ରମରେ ବାଲିଘାଟ ପରିଚାଳନା ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଲେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଉକ୍ତ ରାୟରେ ବାଲିଘାଟରେ ସିସିଟିଭି କ୍ୟାମେରା ବ୍ୟବହାର, ବାଲି ପରିବହନ ଗାଡ଼ିରେ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌), ସୋଟୋଲାଇଟ୍‌ ଫଟୋ, ସହନଶୀଳ ବାଲି ଖନନ ମାର୍ଗଦର୍ଶିକା ୨୦୧୬ର ଆଇନକୁ ମାନିବା, ବାଲି ଖାଦାନରେ କେତେ ପରିମାଣର ବାଲି ପୁନଃଭରଣ ହେଉଛି ତାହାକୁ ମାପିବା ପରେ ମାଇନିଂ ପ୍ଲାନ ପ୍ରସ୍ତୁତ କରିବା ଆଦି ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାନଦୀରେ ବେଆଇନ ବାଲି ଉତ୍ତୋଳନ ଉପରେ କଟକ ଜିଲା ଚୌଦ୍ୱାର ଥାନା ସିମିଳିହାଣ୍ଡି ଗ୍ରାମର ନବକିଶୋର ପୃଷ୍ଟି ଓ ଶ୍ରୀକାନ୍ତ କୁମାର ପାକଳଙ୍କ ପକ୍ଷରୁ ଏନ୍‌ଜିଟିରେ ରୁଜୁ ମାମଲା(ନଂ.୨୬/୨୦୨୧/ଇଜେଡ)ଉପରେ ଏହି ଶୁଣାଣି ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡ୍‌ ଲାଇନ ଜାରି କରାଯାଇଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ । ତେଣୁ ରାଜସ୍ବ ବିଭାଗ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ(ପିଟିଏମ୍‌ଏମଇଏ) ନାମରେ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

ରିଜୋଲେଶନ୍‌ ନମ୍ବର ୨୩୨୨୫/ଆର ଆଣ୍ଡ ଡିଏମ୍‌/୨୮ା୬ା୨୦୧୮ରେ ଲାଗୁ ହୋଇଥିବା ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ସେକ୍ସନ ଅର୍ଡର ନମ୍ବର ୨୫୫୪୮/୧୧ା୭ା୨୦୧୮ରେ ୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ଏହି ଯୋଜନା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାରୁ ବିଭିନ୍ନ ନଦୀନାଳରୁ ବେଆଇନ ବାଲି ଉତ୍ତୋଳନ ଚାଲିଛି । ଏହିକ୍ରମରେ ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଶଙ୍କରପ୍ରସାଦ ପାଣି ଏନ୍‌ଜିଟିରେ ଉପରୋକ୍ତ ମାମଲା ଦାୟର କରିଥିଲେ। ଅଭିଯୋଗରେ ସେ ଦର୍ଶାଇଥିଲେ, କଟକ ଜିଲା ଚୌଦ୍ୱାର ତହସିଲ ଅନ୍ତର୍ଗତ ନୂଆପାଟଣା ମୌଜାର ମହାନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଛି। ଯନ୍ତ୍ରପାତି ଲଗାଇ ବାଲି ଉତ୍ତୋଳନ ଚାଲିଛି, ଯାହାକି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଉଛି। ଅନୁମତିପ୍ରାପ୍ତ ଲିଜ୍‌ ଅଞ୍ଚଳରେ କୌଣସି ପିଲର ଲଗାଯାଇ ନାହିଁ। ଧାର୍ଯ୍ୟ ଅନୁମତି ଠାରୁ ବହୁ ଗୁଣ ଅଧିକ ବାଲି ଚାଲାଣ କରାଯାଉଛି। ଦୈନିକ ବାଲି ରେଜିଷ୍ଟର ବ୍ୟବହାର ହେଉନାହିଁ। ୧୪ ଏକର ସ୍ଥଳେ ୪୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରୁ ବାଲି ଖନନ କରାଯାଇଛି। ଏଭଳି ଏକାଧିକ ଅଭିଯୋଗ ଉପରେ ଏନ୍‌ଜଟିରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ ବିଚାର କରି ଏନ୍‌ଜଟି ତାଙ୍କ ରାୟରେ ଆହୁରି ଦର୍ଶାଇଛନ୍ତି, ଉକ୍ତ ବାଲି ଖାଦାନ ପାଇଁ କୌଣସି ପରିବେଶ ଅନୁମତି ନିଆଯାଇନାହିଁ। ତେଣୁ ପରିବେଶଗତ କ୍ଷତି ପାଇଁ ଲିଜ୍‌ଧାରୀଙ୍କୁ ୩୮,୨୮,୧୨୫ ଟଙ୍କା ଜରିମାନା ଦେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷେ ସାଧାରଣ ଭାବେ ବାଲି ଖାଦାନ ମାଇନିଂ ପ୍ଲାନ ପ୍ରସ୍ତୁତ ହେବା ପୂର୍ବରୁ ଖାଦାନରେ ମହଜୁଦ ବାଲିର ୬୦% ଉତ୍ତୋଳନ ପାଇଁ ଅନୁମତି ଦେବା ଉଚିତ। କାରଣ ଉତ୍ତୋଳନ ହୋଇଥିବା ସମପରିମାଣ ବାଲି ପରବର୍ତ୍ତୀ ସମୟରେ ପୁଣି ଭରଣା ହେବା ନିଶ୍ଚିତ ନୁହେଁ। ଏହି ଆଇନକୁ କାର୍ଯ୍ୟକାରୀ କରା ନ ଗଲେ ସମ୍ପୃକ୍ତ ଅଞ୍ଚଳବାସୀ ଜୀବନଚର୍ଯ୍ୟା ଉପରେ ଗଭୀର ପ୍ରଭାବ ପଡ଼ିବା ଆଶଙ୍କା ରହିଛି ବୋଲି ଏନ୍‌ଜିଟି କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri