ବିଜୁଳି ଉତ୍ସବରେ ସୀମିତ ନ ରହୁ ସେବା

ଯାଜପୁର ଅଫିସ,୨୮ା୭:ଆଜାଦୀ କା ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ୨୫ରୁ ୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ, ଭବିଷ୍ୟତ  ପାୱାର-୨୦୪୭ କାର୍ଯ୍ୟକ୍ରମ(ବିଜୁଳି ମହୋସତ୍ବ) ପାଳନ କରାଯାଉଛି। ଏଥିରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ଯାଜପୁର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ବିଜୁଳି ମହୋସତ୍ବ ଚାଲିଛି। ତେବେ ଏହି ଉସତ୍ବ ପାଳନ ଅପେକ୍ଷା ନିରନ୍ତର ବିଜୁଳି ସେବା ଯୋଗାଇବା ନିହାତି ଅପରିହାର୍ଯ୍ୟ ବୋଲି ମତପ୍ରକାଶ ପାଇଛି।
ବୁଧବାର ମଙ୍ଗଳପୁର ସାଧୁ ଗୌଡେଶ୍ୱର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବିଜୁଳି ଉସତ୍ବ ପାଳିତ ହୋଇଯାଇଛି। ଓପିଟିସିଏଲ୍‌ର ଜେନେରାଲ ମ୍ୟାନେଜର ଦୁର୍ଗା ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଊସତ୍ବରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସ୍ବାଧୀନତାର ୭୫ ବର୍ଷ ଭିତରେ ଦେଶ ଆଜି ଅନେକ ସୋପାନ ଅତିକ୍ରମ କରି ବିଦ୍ୟୁତ୍‌ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଆଜି ଆଉ ଲୋ ଭୋଲ୍ଟେଜର ସମସ୍ୟା ନାହିଁ।  ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଫଳରେ ପ୍ରତି ଘରେ ବିଜୁଳି ପହଞ୍ଚି ପାରିଛି।  ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜୁଳି ସମସ୍ୟାର ସମାଧାନ ଦିଗରେ ଓପିଟିସିଏଲ୍‌ ଓ ଟିପିଏନ୍‌ଓଡିଏଲ୍‌ ମିଳିତ ଭାବେ କାମ କରିପାରିଲେ ବିଜୁଳି ମହୋସତ୍ବର ସୁଫଳ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ପାରିବ ବୋଲି କହିଥିଲେ।  ଦଶରଥପୁର ବ୍ଳ୍‌କ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜୁଳି ଚୋରି ଏବଂ ଏହାର ଦୂରୁପଯୋଗ ବିଷୟରେ ଜନସାଧାରଣ ବିଜ୍ଞତା ପ୍ରଦର୍ଶନ କରିବା ଊଚିତ ବୋଲି କହିଥିଲେ।  ଏହି ଉପଲକ୍ଷେ ବିଜୁଳି ସମ୍ବନ୍ଧିତ ଆଞ୍ଚଳିକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।  ଓପିଟିସିଏଲ୍‌ ପକ୍ଷରୁ ୭ ବିଷୟବସ୍ତୁ ଉପରେ୍‌ ଭାଷା ପୋଷ୍ଟର ପ୍ରଦର୍ଶିତ ହୋଇଥିଲା।  ପ୍ରାରମ୍ଭରେ ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ।  ଶେଷରେ ଟିପିଏନଓଡିଏଲର ନିର୍ବାହୀ ଯନ୍ତ୍ରୀ ଗୌରହରି ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୯ ତାରିଖରେ ବିଞ୍ଝାରପୁର ବ୍ଲକ୍‌ର ବରୁଣେଶ୍ୱର ମହାବିଦ୍ୟାଳୟଠାରେ ଏହି ଊସତ୍ବ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ଜିଲାରେ ବିଜୁଳି ମହୋସତ୍ବ ଚାଲିଥିବା ସମୟରେ ଏବଂ ପୂର୍ବରୁ ଘନଘନ ବିଜୁଳିକାଟ ଉପଭୋକ୍ତାଙ୍କୁ ଅତିଷ୍ଠ କରି ପକାଇଛି। ଗତ ୨୪ ତାରିଖରେ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଜୁଳି କାଟ ଯୋଗୁ ଏକ କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ହଟହଟା ହୋଇଥିଲେ।  କେବଳ ସେତିକି ନୁହେଁ ଯାଜପୁର ରୋଡ ଏବଂ ଏହାର ଆଖପାଖ ସମେତ ବରୀ, ଚଣ୍ଡିଖୋଲ, କୁଆଖିଆ, ଧର୍ମଶାଳା ଅଞ୍ଚଳରେ ଆଘୋଷିତ ବିଜୁଳି କାଟ ଯୋଗୁଁ ଲୋକେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ଏବଂ ପବନ ହେଲେ ବିଜୁଳି କାଟ ହେବା ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ହେବ ପୁରୁଣା ତାର ବଦଳା ଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ତେଣୁ ବୈଠକରେ କେବଳ ବିଜୁଳି ଉସତ୍ବ ପାଳନ ସୀମିତ ନ ରଖି ଉପଯୁକ୍ତ ବିଜୁଳି ସେବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri