ଜୁଲାଇରେ ବି ନିଅଣ୍ଟିଆ ବର୍ଷା

ଯାଜପୁର ଅଫିସ,୧ା୮: ସବୁପ୍ରକାରର ପଦକ୍ଷେପକୁ ଆପଣାଇବା ପରେ ଶେଷ ବିକଳ୍ପ ଥିଲା ମୌସୁମୀ। ପୂର୍ବାନୁମାନକୁ ନେଇ ଆକଳନ କରାଗଲା ଯେ, ଏଥର ସ୍ବାଭାବିକ ବର୍ଷା ହେବ। ଫଳରେ ଶସ୍ୟ ଉତ୍ପାଦନ ବଢ଼ିବ। କିନ୍ତୁ ଚଳିତ ବର୍ଷାଋତୁର ପ୍ରଥମ ଦୁଇ ମାସରେ ଯାଜପୁର ଜିଲାରେ ବର୍ଷାର ଅନିୟମିତତା କୃଷି କ୍ଷେତ୍ରକୁ ଉଜାଡ଼ି ଦେଇଛି। ଗତ ଜୁନରେ ଜିଲାରେ ୨୫% କମ୍‌ ବର୍ଷା ଏବଂ ଭୀଷଣ ଖରା ଯୋଗୁ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୁଲାଇରେ ୩୪୧.୨୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ (୩୫୦.୯ ମିମି) ବର୍ଷାଠାରୁ ପ୍ରାୟ ୯ ମିମି କମ୍‌। କିନ୍ତୁ ଜୁଲାଇ ଶେଷ ବେଳକୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ସୁକିନ୍ଦା, ବଡ଼ଚଣା ଓ ବରୀ ବ୍ଲକରେ ସ୍ବାଭାବିକଠାରୁ ଅଧିକ ବର୍ଷା ଯୋଗୁ କେତେକ ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଅନ୍ୟପକ୍ଷରେ ଦଶରଥପୁର, କୋରେଇ ଓ ରସୁଲପୁର ବ୍ଲକରେ ୩୦୦ ମିିମି ବର୍ଷା ମଧ୍ୟ ହୋଇ ନ ଥିବା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷାର ଏଭଳି ଅନିୟମିତତା ଯୋଗୁ ଜିଲାର କୃଷି ଉପତ୍ାଦନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ନିର୍ଦ୍ଧାରିତ ସମୟରେ ମୌସୁମୀ ବାୟୁର ପ୍ରବେଶ ଘଟିଥିଲେ ହେଁ ଜିଲାରେ ବର୍ଷାର ଅନିୟମିତତା ଦେଖାଦେଇଛି। ଖଣି ଅଞ୍ଚଳ ସୁକିନ୍ଦାରେ ଏଥର ସ୍ବାଭାବିକଠାରୁ ଆଶାନୁରୂପ ବର୍ଷା ହୋଇଛି। ଏଠାରେ ୪୩୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ରୁଆ, ବିହୁଡା କାମ ସ୍ବାଭାବିକ ଚାଲିଥିବା ଜଣାପଡିଛି। ବଡ଼ଚଣା ବ୍ଲକରେ ମଧ୍ୟ ୪୫୯ ମିମି ବର୍ଷା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି କାରଣରୁ ବଡଚଣା ବ୍ଲକର ଚାଷୀମାନେ ବିଳମ୍ବରେ ହେଲେ ବି ଏଥର ଚାଷକାର୍ଯ୍ୟ ଜୋରସୋରରେ ଚଳାଇଥିବା କୁହାଯାଉଛି। ଜିଲାର ସର୍ବାଧିକ ବନ୍ୟାପ୍ରବଣ ବରୀ ବ୍ଲକରେ ସ୍ବାଭାବିକ ଠାରୁ ସାମାନ୍ୟ ଅଧିକ ୪୦୪.୬୦ ମିମି ବର୍ଷା ରେକର୍ଡ କରାଯାଇଛି। ହେଲେ ବ୍ରାହ୍ମଣୀର ଜଳସ୍ତର ସ୍ଥିର ରହିଥିବାରୁ ଚାଷ ପାଇଁ କୌଣସି ବିପଦ ହୋଇନାହିଁ। ଚାଷୀ ସ୍ବାଭାବିକ ଚାଷ କାର୍ଯ୍ୟରେ ମାତିଛନ୍ତି। କେତେକ ସ୍ଥାନରେ ଜମି ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଜଳନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଡ୍ରେନେଜ ବିଭାଗ ପକ୍ଷରୁ ବିଭିନ୍ନ ନଦୀନାଳର ପୁନରୁଦ୍ଧାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ତାହା ଚାଷୀଙ୍କ କୌଣସି କାମରେ ଲାଗିନାହିଁ। ଅନ୍ୟପକ୍ଷରେ ଦଶରଥପୁରରେ ୨୨୩ ମିମି, କୋରେଇରେ ୨୭୪.୮୦ ମିିମି, ରସୁଲପୁରରେ ୨୭୭.୪୦ ମିମି, ଯାଜପୁରରେ ୩୧୦ ମିମି ଏବଂ ବିଞ୍ଝାରପୁରରେ ୩୦୯ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ କମ୍‌। ଫଳରେ ଏଠାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଲ ମୌସୁମୀ ହେଲେ କୃଷି ଉତ୍ପାଦନରେ ବୃଦ୍ଧି ଘଟିବ, ଗ୍ରାମୀଣ ଅର୍ଥନୀତି ପାଇଁ ଅନୁକୂଳ ବାଟ ଦେଖାଇବ ବୋଲି ଆଶା କରାଯାଏ। ମାତ୍ର ଏଥର ସେଭଳି ଆଶା ପୂରଣ ହେବା ନେଇ ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

‘ଏକ୍ସ’ (X) ୟୁଜର୍ସଙ୍କ ଅନୁରୋଧ ପୂରଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ହୋଇଥିବା ଆଦାନପ୍ରଦାନ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।…

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

୧୬ଟି ଛକା, ୩୦୩ ରନ… ଅଣ୍ଡର-୧୯ ଏସିଆ କପରେ ରନର ପାହାଡ଼ ଠିଆ କଲେ ଜୁନିୟର ସେହୱାଗ

ନୂଆଦିଲ୍ଲୀ,୧୨।୧୧: ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି, ଭାରତ ୨୦୨୬ ଅଣ୍ଡର-୧୯ ଏସିଆ କପର ଟାଇଟଲ ଜିତିବା ଠାରୁ ମାତ୍ର ଗୋଟିଏ…

ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ ଉଦ୍‌ଘାଟିତ: ୩୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ସ୍ଥାନ ପାଇଲା

କୋରାପୁଟ/ସୁନାବେଡ଼ା,୧୨।୧୧(ଅମିତାଭ ବେହେରା/କୃତିବାସ ପ୍ରଧାନ): ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ଓ ଜୀବିକାର ବିକାଶ ଲକ୍ଷ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ପ୍ରକଳ୍ପ ଆରମ୍ଭ…

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ତଦାରଖ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ…

ପଶ୍ଚିମ ଓଡ଼ିଶା ଶାବଳ ବଂଶର ନୂଆଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି, ସଭାପତି ହେଲେ ପର୍ଶୁରାମ ସାହୁ

କେସିଙ୍ଗା,୧୨।୧୧(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ଧବଳେଶ୍ୱର ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ଶାବଳ ବଂଶର ଏକ ନୂଆଖାଇ ଭେଟ ଘାଟ ପାଇଁ…

ଆଫଗାନିସ୍ତାନକୁ ହରାଇ ଫାଇନାଲ୍‌ରେ ଭାରତ; ଟାଇଟଲ୍‌ ଲଢ଼େଇରେ ପାକିସ୍ତାନ ସହ ମହାମୁକାବିଲା

ନୂଆଦିଲ୍ଲୀ, ୧୨।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତ ଏଥିରେ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?