ବଢୁଛି ସାର କଳାବଜାର,ଚିନ୍ତାରେ ଚାଷୀ

ଯାଜପୁର ରୋଡ,୨୬ା୭(ଡି.ଏନ.ଏ.):ବିଳମ୍ବିତ ମୌସୁମୀ ପ୍ରବାହ ଯୋଗୁ ଚଳିତ ଖରିଫ ଚାଷକୁ ପ୍ରଭାବିତ କରିଥିଲେ ମଧ୍ୟ ଯାଜପୁର ଜିଲାର ଚାଷୀ ଧାନ ଚାଷରୁ ଆଶା ହରାଇ ନାହାନ୍ତି । ସବୁଜ ବିପ୍ଳବ ନାମରେ ସରକାର ଯେଉଁ ରାସାୟନିକ ସାରର ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇଥିଲେ ତାହା ଏବେ ଚାଷୀଙ୍କ ପାଇଁ କାଳ ହୋଇଛି । ଧାନ ଫସଲରେ ମାତ୍ରାଧିକ ସବୁଜିମା ଓ ଅଧିକ ଅମଳ ଆଶାରେ ଚାଷୀ ଚାଷ ଜମିରେ ବ୍ୟାପକ ଭାବ ବିଭିନ୍ନ ସାର ବ୍ୟବହାର କରୁଛନ୍ତି । ପ୍ରକୃତ ପକ୍ଷେ କହିବାକୁ ଗଲେ ଅଞ୍ଚଳର ଚାଷୀଙ୍କୁ ଏକ ପ୍ରକାର ସାର ନିଶା ଘାରିଛି । ଫଳରେ ଅଞ୍ଚଳରେ ଲାଇସେନ୍ସ ନ ଥିବା ଖୁଚୁରା ବିକ୍ରେତାମାନେ ସାରର କଳାବଜାର କରି ଚଢ଼ାଦରରେ ବିକ୍ରୀ କରୁଛନ୍ତି । ଏହିକ୍ରମରେ ଚାଷୀଙ୍କୁ ଠିକ ସମୟରେ ଚାଷ କାର୍ଯ୍ୟ ପାଇଁ ସାରର କ୍ରୁତ୍ରିମ ଅଭାବ ଦେଖା ଦେଇଛି। ତେଣୁ ଆସନ୍ତା ୭ ଦିନ ମଧ୍ୟରେ ସାର ଓ କୀଟନାଶକ ଯୋଗାଇ ନ ଦେଲେ କୋରେଇ ସଂଗ୍ରାମ ସମିତି ପକ୍ଷରୁ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ କୋରାଇ ଅଞ୍ଚଳରେ ଥିବା ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଚାଷୀମାନେ କରୁଥିବା ଖରିଫ ଫସଲ ନିମନ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଷୀମାନେ ରୁଆପୋତା କାର୍ଯ୍ୟ ସମୟରେ ଆବଶ୍ୟକତା ଥିବା ଗ୍ରୋମର, ଡିଏପି, ୟୁରିଆ, ପଟାସ ନ ମିଳିବା ଦ୍ୱାରା ଚାଷ କାମ ଅଟକି ରହିଛି। ପ୍ୟାକ୍ସଗୁଡିକ ସରକାରୀ ଦରରେ ସାର ବିକ୍ରୀ କରୁ ନ ଥିବାରୁ ଚାଷୀ କଳାବଜାରୀଙ୍କ ଦ୍ୱାରା କିଣିବାକୁ ବାଧ୍ୟ ହେଉଛନ୍ତି । ଏହିକ୍ରମରେ ୧୮ା୭ା୨୦୨୨ରେ ରାଜ୍ୟ ସମବାୟ ସମିତିର ନିବନ୍ଧକ ତାଙ୍କ ପତ୍ରସଂଖ୍ୟା ୧୦୬୮୬ରେ ରାଜ୍ୟର ସମସ୍ତ ଏଆରସିଏସ ଓ ଡିଆରସିଏସ୍‌ଙ୍କୁ ବାସ୍ତବରେ ପ୍ୟାକ୍ସଗୁଡିକରେ ସାର ବିକ୍ରୀ କରୁ ନାହାନ୍ତି ବୋଲି ଜଣାଇବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଯଦି କାର୍ଯ୍ୟକାରୀ କରା ନ ଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ପତ୍ରରେ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ ସାର କଳାବଜାରୀ ବନ୍ଦ ହୋଇନାହିଁ କିମ୍ବା ଚାଷୀ ଉପଯୁକ୍ତ ଦରରେ ଠିକ ସମୟରେ ସାର ପାଉ ନ ଥିବା ଅଭିଯୋଗ ହେଉଛି। ଏନେଇ ବ୍ୟାସନଗରସ୍ଥିତ କାର୍ଯ୍ୟାଳୟଠାରେ ସମିତିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ରବିବାର ବୈତରଣୀ ରୋଡ ଠାରେ କାର୍ଯ୍ୟକାରୀ କମିଟି ବୈଠକରେ ମଧ୍ୟ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କୋରାଇ ଅଞ୍ଚଳର ବିଭିନ୍ନ ସମବାୟ ସମିତିର ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ୨୫% ଫସଲ ବୀମା ଅର୍ଥ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସମିତିର ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ଉପସଭାପତି ଆଲୋକ ମହାନ୍ତି, ସୀତାକାନ୍ତ କୁଅଁର, ସମ୍ପାଦକ ପଦ୍ମନାଭ ନାୟକ, ସହ-ସମ୍ପାଦକ ମନୋରଞ୍ଜନ ନାୟକ, ପଦାରବିନ୍ଦ ଜେନାଙ୍କ ସମେତ ପ୍ରମୋଦ କୁମାର ପାତ୍ର, ଦିପ୍ତୀମୟୀ କୁଅଁର, ପ୍ରହଲ୍ଲାଦ ଦେଓ, ବିଦ୍ୟାଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

କିଶନନଗର ତହସିଲରେ ନୂଆ ନିଯୁକ୍ତିକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?