ଶିଳ୍ପ ସ୍ବାର୍ଥରେ ବିସ୍ଥାପିତ ବଳି

ଯାଜପୁର ଅଫିସ,୩୧।୭: ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି(ଆର୍‌ପିଡିଏସି) ୬ା୭ା୨୦୦୬ରୁ ଗଠିତ ହୋଇଛି। ଜିଲାସ୍ତରରେ ପ୍ରତି ୩ ମାସରେ ଥରେ ଅର୍ଥାତ୍‌ ବର୍ଷକୁ ୪ ଥର ଆର୍‌ପିଡିଏସି ବୈଠକ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ୧୬ ବର୍ଷରେ ଜିଲା ସ୍ତରରେ ପ୍ରାୟ ୬୪ ଆର୍‌ପିଡିଏସି ବୈଠକ ହେବା କଥା। ହେଲେ ବିଡମ୍ବନା, ରାଜ୍ୟରେ କେତେକ ଖଣି ଓ ଶିଳ୍ପାଞ୍ଚଳରେ ସର୍ବାଧିକ ୧୧ ଥର ଆରପିଡିଏସି ବୈଠକ ହୋଇଥିବା ଚଳିତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ଏହି କମିଟିରେ ଆର୍‌ଡିସି (ରେଭିନ୍ୟୁ ଡିଭିଜନାଲ କମିଶନର) ଅଧ୍ୟକ୍ଷ ଏବଂ ଜିଲାପାଳ ଆବାହକ ରହିଛନ୍ତି। ଅଧିକାରୀମାନଙ୍କ ଉଦାସୀନ ମନୋଭାବ ଆର୍‌ପିଡିଏସିକୁ ନିଷ୍କ୍ରିୟ କରିଦେଇଛି ବୋଲି ମତପ୍ରକାଶ ପାଇଛି।
ଯେଉଁଠି ଜିଲା ପ୍ରଶାସନ ସ୍ତରରେ ବିସ୍ଥାପିତଙ୍କ ସମସ୍ୟାର ସମଧାନ ନ ହେଉଛି ସେଇଠି ଆର୍‌ପିଡିଏସି ବୈଠକର ଆହ୍ବାନ କରିବା ନିୟମ ରହିଛି। ଆଇନ ଅନୁଯାୟୀ ଆର୍‌ପିଡିଏସି ବୈଠକରେ ହୋଇଥିବା ନିଷ୍ପତ୍ତି ଚୂଡାନ୍ତ ହୋଇ ତାହା କାର୍ଯ୍ୟକାରୀ ହେବା କଥା। ତେବେ ଶିଳ୍ପ ସଂସ୍ଥା ମାଲିକଙ୍କୁ ଖୁସି କରିବା ଲାଗି ଆର୍‌ପିଡିଏସି ବୈଠକକୁ ଅଣଦେଖା କରାଯାଇ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି ବୋଲି ଅଭିଯୋଗ ହେଉଛି।
ତଥ୍ୟ ଅନୁସାରେ ଅନୁଗୋଳ ଜିଲାର ମହାନଦୀ କୋଇଲା ସଂସ୍ଥା, ତାଳଚେର ପ୍ରକଳ୍ପ ନିମନ୍ତେ ୨୦୧୨ରୁ ୨୦୨୧ ଅଗଷ୍ଟ ମଧ୍ୟରେ ମାତ୍ର ୬ ଥର ଆର୍‌ପିଡିଏସି ବୈଠକ ବସିଛି। ବଲାଙ୍ଗୀର ଜିଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୭ରୁ ୨୦୧୮ ମଧ୍ୟରେ ୩ ଥର, କଟକ ଜିଲା ଆରତି ଷ୍ଟିଲ୍‌ ଲିମିଟେଡ୍‌ ନିମନ୍ତେ ୨, ଟାଟା ପାୱାର ଲାଗି ୩, କେଭିକେ ନୀଳାଚଳ ପାୱାର ନିମନ୍ତେ ୨ ଏବଂ ଢେଙ୍କାନାଳ ଜିଲାର ରୁଙ୍ଗଟା ମାଇନ୍ସ ପାଇଁ ୩ ଥର ଆର୍‌ପିଡିଏସି ବୈଠକ ବସିଛି। ସେହିପରି ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୨୦୦୬ରୁ ୨୦୧୬ ମଧ୍ୟରେ ମାତ୍ର ୭ଥର, ଝାରସୁଗୁଡ଼ା ଜିଲା ମହାନଦୀ କୋଇଲା ସଂସ୍ଥା ନିମନ୍ତେ ୧୧ ଥର, ବେଦାନ୍ତ ଆଲୁମିନା ପାଇଁ ୯, ଓପିଜିସି ସକାଶେ ୩, କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପାଇଁ ୮, କେନ୍ଦୁଝର ଜିଲାର କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଲାଗି ୫, ରାୟଗଡ଼ା ଜିଲାର ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ନିମନ୍ତେ ୫, ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ ପାଇଁ ୩, ସମ୍ବଲପୁର ଜିଲାର ଆଦିତ୍ୟ ଆଲୁମିନା ପ୍ରକଳ୍ପ ସକାଶେ ୧୦, ହିଣ୍ଡାଲକୋ ହୀରାକୁଦ ନିମନ୍ତେ ୯, ବୁର୍ଲା ଏମସିଏଲ୍‌ ପାଇଁ ୯, ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ଲାଗି ୯, ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜୀ ନିମନ୍ତେ ୬, ଏମ୍‌ସିଏଲ୍‌ ବସୁନ୍ଧରା ପାଇଁ ୫, ଏନ୍‌ଟିପିସି ଲାଗି ୫, ଡୁଲଙ୍ଗା କୋଲ ମାଇନ୍ସ ସକାଶେ ୫, ଓପିଜିସି ପାଇଁ ୪, ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ନିମନ୍ତେ ୪, ଆଧୁନିକ ମେଟାଲିକ୍ସ ଲାଗି ୨, କୋରାପୁଟ ଜିଲାର ନାଲ୍‌କୋ ଦମନଯୋଡି ପାଇଁ ୯ଥର ବୈଠକ ବସିଛି।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିର ସଫଳ ରୂପାୟନ ପାଇଁ ଯାଜପୁର ସମେତ ଶିଳ୍ପ ବହୁଳ ଜିଲାଗୁଡିକରେ ୨୦୦୮ରୁ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଲେଖାଏ ବରିଷ୍ଠ ପଦାଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଭାବେ ଅବସ୍ଥାପିତ କରାଯାଇଛି। କିନ୍ତୁ କେତେକ ଜିଲାରେ ଏହି ପଦବୀ ଖାଲି ପଡ଼ିଛି। ତେଣୁ ଅଧିକାଂଶ ପ୍ରକଳ୍ପ ନିମନ୍ତେ ୨୦୧୬ରୁ ଏଯାଏ ଆର୍‌ପିଡିଏସି ବୈଠକ ବସିନାହିଁ। ଅପରପକ୍ଷରେ ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ। ଶିଳ୍ପଜନିତ ପରିବେଶ ଓ ସାମାଜିକ ପ୍ରଦୂଷଣରେ ଅତିଷ୍ଠ ହୋଇ ଏକାଧିକ ଗ୍ରାମ ବିସ୍ଥାପିତ ହେବାକୁ ଦାବି କରି ଆସୁଛନ୍ତି। ଏହାସହ ସ୍ଥାନୀୟ ନିଯୁକ୍ତିକୁ ନେଇ ଖଣି ଓ ଶିଳ୍ପାଞ୍ଚଳରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଉଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୨୧ ମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରେ ୨୦ ଜଣ ରାଜ୍ୟର ଓ ୧୦ ଜଣ ରାଜ୍ୟ ବାହାରର ନିଯୁକ୍ତି ପାଇଥିବା ଦର୍ଶାଯାଇଛି। ତେବେ ନିଯୁକ୍ତି ପାଇଥିବା ବାହାର ରାଜ୍ୟର ସମସ୍ତେ ଅଫିସର କ୍ୟାଡର ହୋଇଥିବାବେଳେ ରାଜ୍ୟର ସମସ୍ତେ ଶ୍ରମିକ ଶ୍ରେଣୀଭୁକ୍ତ। ଏହା କେବଳ ଉଦାହରଣ ମାତ୍ର। ପ୍ରାୟ ସମସ୍ତ ଶିଳ୍ପ ଓ ଖଣି କମ୍ପାନୀରେ ଏଭଳି ନୀତି ଚାଲିଛି। ଏଭଳିସ୍ଥିତିରେ ଆରପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଥାପିତମାନଙ୍କ ସମସ୍ତ ସମସ୍ୟାର ସମାଧାନ ପ୍ରଶାସନସ୍ତରରେ ସମ୍ଭବ ହେଉଛି। ସ୍ଥାନୀୟ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି। ତେବେ ଆର୍‌ପିଡିଏସି ବୈଠକ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri