ଶିଳ୍ପ ସ୍ବାର୍ଥରେ ବିସ୍ଥାପିତ ବଳି

ଯାଜପୁର ଅଫିସ,୩୧।୭: ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି(ଆର୍‌ପିଡିଏସି) ୬ା୭ା୨୦୦୬ରୁ ଗଠିତ ହୋଇଛି। ଜିଲାସ୍ତରରେ ପ୍ରତି ୩ ମାସରେ ଥରେ ଅର୍ଥାତ୍‌ ବର୍ଷକୁ ୪ ଥର ଆର୍‌ପିଡିଏସି ବୈଠକ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ୧୬ ବର୍ଷରେ ଜିଲା ସ୍ତରରେ ପ୍ରାୟ ୬୪ ଆର୍‌ପିଡିଏସି ବୈଠକ ହେବା କଥା। ହେଲେ ବିଡମ୍ବନା, ରାଜ୍ୟରେ କେତେକ ଖଣି ଓ ଶିଳ୍ପାଞ୍ଚଳରେ ସର୍ବାଧିକ ୧୧ ଥର ଆରପିଡିଏସି ବୈଠକ ହୋଇଥିବା ଚଳିତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ଏହି କମିଟିରେ ଆର୍‌ଡିସି (ରେଭିନ୍ୟୁ ଡିଭିଜନାଲ କମିଶନର) ଅଧ୍ୟକ୍ଷ ଏବଂ ଜିଲାପାଳ ଆବାହକ ରହିଛନ୍ତି। ଅଧିକାରୀମାନଙ୍କ ଉଦାସୀନ ମନୋଭାବ ଆର୍‌ପିଡିଏସିକୁ ନିଷ୍କ୍ରିୟ କରିଦେଇଛି ବୋଲି ମତପ୍ରକାଶ ପାଇଛି।
ଯେଉଁଠି ଜିଲା ପ୍ରଶାସନ ସ୍ତରରେ ବିସ୍ଥାପିତଙ୍କ ସମସ୍ୟାର ସମଧାନ ନ ହେଉଛି ସେଇଠି ଆର୍‌ପିଡିଏସି ବୈଠକର ଆହ୍ବାନ କରିବା ନିୟମ ରହିଛି। ଆଇନ ଅନୁଯାୟୀ ଆର୍‌ପିଡିଏସି ବୈଠକରେ ହୋଇଥିବା ନିଷ୍ପତ୍ତି ଚୂଡାନ୍ତ ହୋଇ ତାହା କାର୍ଯ୍ୟକାରୀ ହେବା କଥା। ତେବେ ଶିଳ୍ପ ସଂସ୍ଥା ମାଲିକଙ୍କୁ ଖୁସି କରିବା ଲାଗି ଆର୍‌ପିଡିଏସି ବୈଠକକୁ ଅଣଦେଖା କରାଯାଇ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି ବୋଲି ଅଭିଯୋଗ ହେଉଛି।
ତଥ୍ୟ ଅନୁସାରେ ଅନୁଗୋଳ ଜିଲାର ମହାନଦୀ କୋଇଲା ସଂସ୍ଥା, ତାଳଚେର ପ୍ରକଳ୍ପ ନିମନ୍ତେ ୨୦୧୨ରୁ ୨୦୨୧ ଅଗଷ୍ଟ ମଧ୍ୟରେ ମାତ୍ର ୬ ଥର ଆର୍‌ପିଡିଏସି ବୈଠକ ବସିଛି। ବଲାଙ୍ଗୀର ଜିଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୭ରୁ ୨୦୧୮ ମଧ୍ୟରେ ୩ ଥର, କଟକ ଜିଲା ଆରତି ଷ୍ଟିଲ୍‌ ଲିମିଟେଡ୍‌ ନିମନ୍ତେ ୨, ଟାଟା ପାୱାର ଲାଗି ୩, କେଭିକେ ନୀଳାଚଳ ପାୱାର ନିମନ୍ତେ ୨ ଏବଂ ଢେଙ୍କାନାଳ ଜିଲାର ରୁଙ୍ଗଟା ମାଇନ୍ସ ପାଇଁ ୩ ଥର ଆର୍‌ପିଡିଏସି ବୈଠକ ବସିଛି। ସେହିପରି ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୨୦୦୬ରୁ ୨୦୧୬ ମଧ୍ୟରେ ମାତ୍ର ୭ଥର, ଝାରସୁଗୁଡ଼ା ଜିଲା ମହାନଦୀ କୋଇଲା ସଂସ୍ଥା ନିମନ୍ତେ ୧୧ ଥର, ବେଦାନ୍ତ ଆଲୁମିନା ପାଇଁ ୯, ଓପିଜିସି ସକାଶେ ୩, କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପାଇଁ ୮, କେନ୍ଦୁଝର ଜିଲାର କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଲାଗି ୫, ରାୟଗଡ଼ା ଜିଲାର ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ନିମନ୍ତେ ୫, ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ ପାଇଁ ୩, ସମ୍ବଲପୁର ଜିଲାର ଆଦିତ୍ୟ ଆଲୁମିନା ପ୍ରକଳ୍ପ ସକାଶେ ୧୦, ହିଣ୍ଡାଲକୋ ହୀରାକୁଦ ନିମନ୍ତେ ୯, ବୁର୍ଲା ଏମସିଏଲ୍‌ ପାଇଁ ୯, ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ଲାଗି ୯, ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜୀ ନିମନ୍ତେ ୬, ଏମ୍‌ସିଏଲ୍‌ ବସୁନ୍ଧରା ପାଇଁ ୫, ଏନ୍‌ଟିପିସି ଲାଗି ୫, ଡୁଲଙ୍ଗା କୋଲ ମାଇନ୍ସ ସକାଶେ ୫, ଓପିଜିସି ପାଇଁ ୪, ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ନିମନ୍ତେ ୪, ଆଧୁନିକ ମେଟାଲିକ୍ସ ଲାଗି ୨, କୋରାପୁଟ ଜିଲାର ନାଲ୍‌କୋ ଦମନଯୋଡି ପାଇଁ ୯ଥର ବୈଠକ ବସିଛି।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିର ସଫଳ ରୂପାୟନ ପାଇଁ ଯାଜପୁର ସମେତ ଶିଳ୍ପ ବହୁଳ ଜିଲାଗୁଡିକରେ ୨୦୦୮ରୁ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଲେଖାଏ ବରିଷ୍ଠ ପଦାଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଭାବେ ଅବସ୍ଥାପିତ କରାଯାଇଛି। କିନ୍ତୁ କେତେକ ଜିଲାରେ ଏହି ପଦବୀ ଖାଲି ପଡ଼ିଛି। ତେଣୁ ଅଧିକାଂଶ ପ୍ରକଳ୍ପ ନିମନ୍ତେ ୨୦୧୬ରୁ ଏଯାଏ ଆର୍‌ପିଡିଏସି ବୈଠକ ବସିନାହିଁ। ଅପରପକ୍ଷରେ ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ। ଶିଳ୍ପଜନିତ ପରିବେଶ ଓ ସାମାଜିକ ପ୍ରଦୂଷଣରେ ଅତିଷ୍ଠ ହୋଇ ଏକାଧିକ ଗ୍ରାମ ବିସ୍ଥାପିତ ହେବାକୁ ଦାବି କରି ଆସୁଛନ୍ତି। ଏହାସହ ସ୍ଥାନୀୟ ନିଯୁକ୍ତିକୁ ନେଇ ଖଣି ଓ ଶିଳ୍ପାଞ୍ଚଳରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଉଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୨୧ ମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରେ ୨୦ ଜଣ ରାଜ୍ୟର ଓ ୧୦ ଜଣ ରାଜ୍ୟ ବାହାରର ନିଯୁକ୍ତି ପାଇଥିବା ଦର୍ଶାଯାଇଛି। ତେବେ ନିଯୁକ୍ତି ପାଇଥିବା ବାହାର ରାଜ୍ୟର ସମସ୍ତେ ଅଫିସର କ୍ୟାଡର ହୋଇଥିବାବେଳେ ରାଜ୍ୟର ସମସ୍ତେ ଶ୍ରମିକ ଶ୍ରେଣୀଭୁକ୍ତ। ଏହା କେବଳ ଉଦାହରଣ ମାତ୍ର। ପ୍ରାୟ ସମସ୍ତ ଶିଳ୍ପ ଓ ଖଣି କମ୍ପାନୀରେ ଏଭଳି ନୀତି ଚାଲିଛି। ଏଭଳିସ୍ଥିତିରେ ଆରପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଥାପିତମାନଙ୍କ ସମସ୍ତ ସମସ୍ୟାର ସମାଧାନ ପ୍ରଶାସନସ୍ତରରେ ସମ୍ଭବ ହେଉଛି। ସ୍ଥାନୀୟ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି। ତେବେ ଆର୍‌ପିଡିଏସି ବୈଠକ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?