୨୦ପ୍ରଜାତିର ପକ୍ଷୀ ଚିହ୍ନଟ

ଯାଜପୁର ଅଫିସ/କାଳିଆପାଣି, ୨୫ା୧୧(ଡି.ଏନ.ଏ.): ଟାଟା ଷ୍ଟିଲ୍‌ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍‌ ନେଚର୍‌ ସହଯୋଗରେ ବୁଧବାର ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ଏକ ପକ୍ଷୀ ଦର୍ଶନ ଅଧିବେଶନ (ବାର୍ଡ ୱାଚିଂ ସେସନ୍‌) ଆୟୋଜନ କରାଯାଇଥିଲା। ଏଥିରେ ବିଶିଷ୍ଟ ପକ୍ଷୀ ବିଜ୍ଞାନୀ ଡକ୍ଟର ଜୁଷ୍ଟୁସ୍‌ ଜୋସୁଆ ଏବଂ ଗ୍ରୋ ୱିଥ୍‌ ନେଚର୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ତଥା ବନ୍ୟଜନ୍ତୁ ଓ ଜୀବଜଗତ ଗବେଷଣା ଜୀବବିଜ୍ଞାନୀ ମିସ୍‌ ଗାୟତ୍ରୀ ଦେବୀଙ୍କ ସହ ପକ୍ଷୀ ପ୍ରେମୀ ଭାବେ ପରିଚିତ ଏବଂ ଝାଡ଼ଖଣ୍ଡରେ ପକ୍ଷୀମାନଙ୍କ ଉପରେ ଏକ ପୁସ୍ତକ ରଚନା କରିଥିବା ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍‌ (ଡିଡିଜି) ଏ.ଟି. ମିଶ ସାମିଲ ହୋଇଥିଲେ। ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ଏବଂ ଟିଏସ୍‌ଏମ୍‌ଏଲ୍‌ର ଅନ୍ୟାନ୍ୟ ଅଧିକାରୀମାନେ ବଡ଼ ଉତ୍ସାହର ସହିତ ଏହି ଅଧିବେଶନରେ ସହଯୋଗ କରିଥିଲେ। ସ୍କୁଲ ଛାତ୍ରୀଛାତ୍ର ଏବଂ ପରିବାର ସଦସ୍ୟମାନଙ୍କ ସମେତ ପ୍ରାୟ ୫୦ ଅଂଶଗ୍ରହଣକାରୀ ଏହି ଅଧିବେଶନରେ ଭାଗ ନେଇଥିଲେ। ଡିଡିଜି ଏ.ଟି. ମିଶ୍ର କହିଥିଲେ ପକ୍ଷୀମାନେ ସର୍ବଦା ଅନୁପ୍ରାଣିତ କରିଛନ୍ତି। ସେମାନଙ୍କ ସହିତ ସମୟ ବିତାଇବାର କୌଣସି ସୁଯୋଗକୁ ସେ ହାତଛଡ଼ା କରନ୍ତି ନାହିଁ । କାଳିଆପାଣି ଅଞ୍ଚଳରେ ବହୁ ପକ୍ଷୀଙ୍କୁ ଦେଖିଥିବାରୁ ସେ ବହୁତ ଖୁସି ମନେ କରୁଛନ୍ତି। ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି,ପକ୍ଷୀ ହେଉଛନ୍ତି ଏକ ସୁସ୍ଥକର ପରିବେଶର ପ୍ରତୀକ। ପରିବେଶରେ ପକ୍ଷୀମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିକୁ ଏହି ଅଧିବେଶନରେ ଦେଖିବାକୁ ମିଳିଥିଲା । ପ୍ରତିଥର ଆମେ ଆୟୋଜନ କରୁଥିବା ପକ୍ଷୀ ଦର୍ଶନ ଅଧିବେଶନ ସମସ୍ତଙ୍କ ପାଇଁ ଏକ ସୁଖଦ ଅନୁଭବ। ଡକ୍ଟର ଜୁଷ୍ଟୁସ୍‌ ଜୋସୁଆ କହିଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ପକ୍ଷୀମାନଙ୍କୁ ଅଧିକ ଧ୍ୟାନ ଦେବା ଲାଗି ସେମାନଙ୍କ ସମ୍ପର୍କରେ ଉତ୍ତମ ସୂଚନା ସଂଗ୍ରହ କରିବା ଦରକାର । ଯାହା କେବଳ ସେମାନଙ୍କ ସଂରକ୍ଷଣ ପାଇଁ ନୁହେଁ ବରଂ ଜଳବାୟୁ ପରିବତ୍ତର୍ର୍ନ ସମସ୍ୟାକୁ ମୁକାବିଲା କରିବାରେ ସହାୟକ ହେବ। ଗାୟତ୍ରୀ ଦେବୀ କହିଛନ୍ତି, ପକ୍ଷୀମାନଙ୍କ ସହିତ ତାଙ୍କ ସ୍ବତନ୍ତ୍ର ସମ୍ପର୍କ ରହିଛି। ଏହି ଅଧିବେଶନରେ ସେମାନଙ୍କ ପାଇଁ ଅଭୁଲା ଅନୁଭବ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri