ଦର୍ପଣ ଗଡ଼ ମନ୍ଦିରରୁ ଚୋରି ମୂର୍ତ୍ତି ଦିଲ୍ଲୀରୁ ଜବତ

ଚଣ୍ଡିଖୋଲ,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଗ୍ରାମ ଦେବତୀ ମା’କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଦିଲ୍ଲୀରୁ ଜବତ କରାଯାଇଛି। କିଛିଦିନ ତଳେ ଦିଲ୍ଲୀ ଏୟାର ପୋର୍ଟରୁ ଏହି ମୂର୍ତ୍ତି ଜବତ ହୋଇଥିବା ନ଼େଇ ସୋମବାର ଚଣ୍ଡିଖୋଲ କୋର୍ଟର ଆଇନଜୀବୀ ଉଦୟନାଥ ସାହୁ ଦାବି କରିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ କହିଛନ୍ତି, ଦେଢ଼ ମାସ ତଳେ ଏକ ମୂର୍ତ୍ତି ଦିଲ୍ଲୀ ଏୟାର ପୋର୍ଟରୁ ଜବତ ହୋଇଥିଲା। ସେ ନେଇ ଆମ ପାଖକୁ ଖବର ଆସିଥିଲା। ଆମେ ଦର୍ପଣ ଗଡ଼ରୁ ଚୋରି ହୋଇଥିବା ମୂର୍ତ୍ତିର ଫୋଟୋ ପଠାଇଥିଲୁ। ହେଲେ ଏ ପର୍ଯ୍ୟନ୍ତ ଆମକୁ କୌଣସି ଖବର ଆସିନାହିଁ।
ସୂଚନାଥାଉକି, ଏହି ମୂର୍ତ୍ତି ଚୋରି ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜି ଥିଲେ ମଧ୍ୟ ପାଇ ନ ଥିଲା। ମୂର୍ତ୍ତିଟି ଅଷ୍ଟ ଧାତୁ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ। ୨୦୦ବର୍ଷ ତଳେ ମୂର୍ତ୍ତିଟି ସ୍ଥାପନ କରାଯାଇଥିଲା। ସାହୁଙ୍କ କହିବାକଥା, ଏହି ମୂର୍ତ୍ତିଟିକୁ ବିଦେଶ ଚାଲାଣ ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ପକ୍ଷରୁ ଜବତ କରଯାଇଛି। ଦୁର୍ବୃତ୍ତମାନେ ମୂର୍ତ୍ତିଟିକୁ ବିଦେଶ ଚାଲାଣ କରିବା ନିମନ୍ତେ କାର୍ଗୋରେ ବୁକ୍‌ିଂ କରି ସାରିଥିଲେ। ତେବେ ଏଥିପାଇଁ ଏଏସ୍‌ଆଇର ଏନ୍‌ଓସି ଆଣିବାର ନିୟମ ରହିଥିବା ବେଳେ ତାହା ନ ଥିବାରୁ ଏହାକୁ ଏଏସ୍‌ଆଇ ଜବତ କରିଥିଲା। ମୂର୍ତ୍ତି ଜବତ ପରେ ଯାଜପୁର ଏସ୍‌ପି ରାହୁଲ ପି.ଆର୍‌ଙ୍କୁ ଏଏସ୍‌ଆଇ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୧୧ରେ ଏହି ମୂର୍ତ୍ତି ଚୋରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri