ପୌରାଧ୍ୟକ୍ଷଙ୍କ ଫାଇଲ୍ ଫିଙ୍ଗା ଭିଡିଓ ଭାଇରାଲ
ଯାଜପୁର ରୋଡ୍,୧୭ା୧୧(ଡି.ଏନ୍.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ କ୍ଷମତାସୀନ ହୋଇ ଆସୁଛି। ହେଲେ ସହରର ପରିମଳ ବ୍ୟବସ୍ଥାକୁ ନେଇ ସମସ୍ୟା ଯେମିତିକୁ ସେମିତି…
ବିଧାୟିକା ବିରୋଧୀ ମେଳିରେ ଫାଟ
ରସୁଲପୁର,୧୭ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ରସୁଲପୁର ବ୍ଲକର ୧୦ ପଞ୍ଚାୟତରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ସେହି ୧୦ ପଞ୍ଚାୟତ ପ୍ରଥମାଖଣ୍ଡି, ରାଜେନ୍ଦ୍ରପୁର, ଅତଲାପୁର, ସାମନ୍ତରାପୁର, ମଙ୍ଗରାଜପୁର, ଅର୍ଥଗାଁ, ବ୍ରହ୍ମବରଦା, ବନ୍ଧଡ଼ିହ, ରାଉତରାପୁର, ମହେଶ୍ୱରପୁରରେ ବିଜେଡିର…
ଆବାସ ଯୋଜନାରୁ ବଞ୍ଚିତ ୨ ଦିବ୍ୟାଙ୍ଗ ପରିବାର
ବରୀ,୧୭।୧୧(ଡି.ଏନ.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେଥି ମଧ୍ୟରୁ ଆବାସ ଯୋଜନା ଅନ୍ୟତମ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ପ୍ରକୃତ…
‘ଗାଁ ମାଟି ମୋତେ ଲେଖକ, ଚିତ୍ରଶିଳ୍ପୀ କରିଛି’
ଚଣ୍ଡିଖୋଲ,୧୭ା୧୧: ମୋ ଗାଁ ପାଇଁ ମୁଁ ଆଜି ଏହି ସମ୍ମାନ ପାଇଛି। କାରଣ ମୋ ଗାଁ ମୋତେ ଗଢିଛି। ତା’ର ମାଟି, ପାଣି ଓ ପବନ ମୋତେ ଆଜି ଜଣେ ଲେଖକ ଓ ଚିତ୍ରଶିଳ୍ପୀ ଭାବେ ସାରା ପୃଥିବୀରେ ପରିଚୟ କରାଇଛି।…
ଧାନ ଫସଲରେ ପୋକ
ଚଣ୍ଡିଖୋଲ,୧୭ା୧୧(ଡି.ଏନ.ଏ.): ଏବେ ଧାନ ଅମଳ ସମୟ। ହେଲେ ଜମିରେ ପୋକ ଲାଗିଯିବାରୁ ଧାନଗଛଗୁଡ଼ିକ ତଳେ ଶୋଇ ପଡିଛି। ଧାନ ଆହାର ଢୁକି ନ ଥିଲେ ମଧ୍ୟ ସେଗୁଡ଼ିକ ପାଚିଲା ଧାନ ଭଳି ଦେଖାଯାଉଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ।…
ଓଡ଼ିଶା ପର୍ଯ୍ୟଟନ ସେବାର ପୁନର୍ଗଠନ ହେବ
ଯାଜପୁର ଅଫିସ,୧୬ା୧୧: ରାଜ୍ୟରେ ଶୀତ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲୋକାରଣ୍ୟ ହୋଇ ଉଠିଛି। କିନ୍ତୁ ବିଡ଼ମ୍ବନା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁ ପର୍ଯ୍ୟଟନସ୍ଥଳୀର ବିକାଶ ଆଖିଦୃଶିଆ ହୋଇପାରିନାହିଁ ା ନୂତନ ପର୍ଯ୍ୟଟନସ୍ଥଳୀର ଚିହ୍ନଟ ଏବଂ ବିକାଶ କ୍ଷେତ୍ରରେ…
କଲଣ ବଜାର ମୁଖ୍ୟ ରାସ୍ତା ତାଡ଼ି ଦେଲେ
ରସୁଲପୁର,୧୫ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ବଜାର ମୁଖ୍ୟରାସ୍ତା ପିଚୁକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଠିକାଦର ତାଡ଼ି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରିସ୍ଥ ଖାଲ ଦୀର୍ଘଦିନ…
ବନ୍ୟା ବିପନ୍ନଙ୍କ ପାଇଁ ‘ଆପାଦ ମିତ୍ର’
ଯାଜପୁର ଅଫିସ,୧୫ା୧୧:ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ (କମ୍ୟୁନିଟି ଲେବୁଲ ଭଲେଣ୍ଟିୟର) ତୁରନ୍ତ ସହଯୋଗ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓଏସ୍ଡିଏମ୍ଏ) ପକ୍ଷରୁ ଆପାଦ ମିତ୍ର…
ସହରାଞ୍ଚଳ ପ୍ରଦୂଷଣ ଘାତକ
ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇପଡ଼ିଲାଣି। ଯାନବାହନ ବୃଦ୍ଧି ସାଙ୍ଗକୁ…
ପାଟପୁରରୁ ୬ ଅଷ୍ଟଧାତୁ ମୂର୍ତ୍ତି ଚୋରି
ଧର୍ମଶାଳା,୧୩।୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗେଟ୍ ତାଲା ଭାଙ୍ଗି ରାମକୃଷ୍ଣ, ମଦନମୋହନ, ରାଧା, ଲକ୍ଷ୍ମୀ ଓ ସରସ୍ବତୀ ଆଦି ୬ଟି ବିରଳ ଅଷ୍ଟଧାତୁ ମୂର୍ତ୍ତିକୁ…
ବଳପାଉନି ନା ଧରୁନି
ରାଜ୍ୟର ମଠ, ମନ୍ଦିର, ଐତିହ୍ୟସମ୍ପନ୍ନ ଏବଂ କୀର୍ତ୍ତିରାଜିଭରା ଅଞ୍ଚଳରୁ ନିୟମିତ ବ୍ୟବଧାନରେ ମୂର୍ତ୍ତି ଚୋରି ହୋଇଆସୁଛି। ଦେଶ ବିଦେଶର ମାଫିଆମାନେ ର଼୍ୟାକେଟ୍ ଚଳାଇ ମୂଲ୍ୟବାନ୍ ମୂର୍ତ୍ତି ଚୋରି କରିନେଉଛନ୍ତି। କିନ୍ତୁ ରାଜ୍ୟର ପୋଲିସ ପ୍ରାୟତଃ ମୂର୍ତ୍ତିଚୋରମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ପ୍ରାଚୀନ…
ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍ ପ୍ଲାଜା
ଯାଜପୁର ଅଫିସ,୧୧ା୧୧: ଏନଏଚ୍ଏଆଇ (ନ୍ୟାଶନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ) ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ.ଜାତୀୟ ରାଜପଥର ପାଣିକୋଇଲି ଟୋଲ ପ୍ଲାଜା ସ୍ଥାନାନ୍ତର ହୋଇଛି। ବୁଧବାର ପୂର୍ବାହ୍ନ ୮ଟାରୁ ଭଦ୍ରକ-ଯାଜପୁର ସୀମାନ୍ତ…
Archives


