‘ଜୀବନ ଦେବୁ ପଛେ ଭିଟାମାଟି ଛାଡିବୁନି’

ଯାଜପୁର ଅଫିସ,୨୫ା୧୧: ଯାଜପୁର ଜିଲା ପ୍ରଶାସନିକସ୍ତରରେ ଶିଳ୍ପପାଇଁ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି ଅଧିଗ୍ରହଣ ବେଳେ ଓଡ଼ିଶା ଭୂସଂସ୍କାର ଆଇନର ବ୍ୟାପକ ଉଲ୍ଲଂଘନ କରାଯାଇଛି । ଘରୋଇ ପୁଞ୍ଜି ନିବେଶରେ କଳିଙ୍ଗନଗରରେ ବହୁ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ନିଯୁକ୍ତି ଦେବା ମନଲୋଭା ପ୍ରତିଶ୍ରୁତି ସବୁ ଫସର ଫାଟିଛି। ଆଗକୁ ପୁଣି କଳିଙ୍ଗନଗରରେ ୩୫ଟି ଛୋଟବଡ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବ ରହିଥିବାରୁ ୪ ଗାଁ ଲୋକଙ୍କୁ ଉଠାଇ ପୁଣି ବିସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ କ୍ଷତିପୁରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ସହ ୧୮ ବର୍ଷ ହେଉଥିବା ଯୁବକଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଆଦି ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରାଯାଇଛି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଫୋର୍ସ ମୃତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରୁଛନ୍ତି। କୋମଳମତି ଶିଶୁ, ମହିଳା ଓ ପୁରୁଷ ଲୋକଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖି ମାନସିକ ନିର୍ଯାତନା ଦିଆଯାଉଛି। ଉପରୋକ୍ତ ମର୍ମରେ କ୍ଷତିଗ୍ରସ୍ତ ଲୋକ ଗୁରୁବାର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ ପୂର୍ବକ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି। ନଚେତ୍‌ ଜୀବନ ଦେବୁ ପଛେ ନିଜର ଭିଟାମାଟି ଛାଡ଼ିବୁନି ବୋଲି କ୍ଷତିଗ୍ରସ୍ତ ପରିବାରର ଈଶ୍ୱର ଦାସ, ମକରଧ୍ୱଜ ଦାସ, ବିଜୟ କୁମାର ଦାସ ପ୍ରମୁଖ ଦାବିପତ୍ରରେ ଚେତାବନୀ ଦେଇଛନ୍ତି।
ଉକ୍ତ ଦାବିପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଦାନଗଦି ତହସିଲ ଅଧୀନ ଚାନ୍ଦିଆ ପଞ୍ଚାୟତର ଟାଙ୍ଗରସାହି, ଅରାସାହି, କଚେରିଗାଁ ଏବଂ ଯୋଖପୁରା ପଞ୍ଚାୟତ କୁଡୁମିସାହିର ଆଦିବାସୀ, ଦଳିତ, ପଛୁଆବର୍ଗର ପ୍ରାୟ ୨୯୨ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି। କିନ୍ତୁ ଉକ୍ତ ଜାଗା ଉପରେ ଶିଳ୍ପ ସ୍ଥାପନା ପାଇଁ ସରକାର ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସୂଚନା ପ୍ରଦାନ ନ କରି କିମ୍ବା ଜନଶୁଣାଣି ନ କରି ଜମି ଅଧିଗ୍ରହଣ କରୁଛନ୍ତି। ଏପରିକି କୌଣସି କ୍ଷତିପୂରଣ ପ୍ରଦାନ କରାଯାଉ ନାହିଁ। ବିଡମ୍ବନା ଯେ, କ୍ଷତିଗ୍ରସ୍ତ ଲୋକଙ୍କୁ ଖୋଲା ଆକାଶ ତଳେ ଛାଡି ଦେବାକୁ ଲକ୍ଷ୍ୟ ରଖି କୌଣସି ଥଇଥାନ କରାଯାଉ ନାହିଁ। ୧୯୯୨ ରେ ପ୍ରସ୍ତୁତ କରାଯାଇଥିବା ୨୫ଟି ତାଲିକାକୁ ଆଧାର କରି ଅଧିଗ୍ରହଣ କରାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂତନ ବିସ୍ଥାପନ ନୀତି ୨୦୦୫ ଅନୁଯାୟୀ ୪୩ଟି ପରିବାରକୁ କୁଡୁମିସାହି ବିସ୍ଥାପିତ ପରିବାର ଭାବେ ଗ୍ରହଣ କରାଯାଇଥିବା କୁହାଯାଉଛି। କିନ୍ତୁ ଅନ୍ୟ ଗ୍ରାମରେ ଥିବା ୨୫୦ ପରିବାର ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ ସଂଶୋଧିତ ଜମି ଅଧିଗ୍ରହଣର ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଉଛି। ଉପରୋକ୍ତ କାରଣରୁ ବୁଧବାର ବିନା ସୂଚନାରେ ହେଉଥିବା ଜମି ଅଧିଗ୍ରହଣକୁ କ୍ଷତିଗ୍ରସ୍ତ ଲୋକେ ବିରୋଧ କରିବାରୁ ଆଦିବାସୀ ମହିଳା ଓ ନିରୀହ ନିଷ୍ପାପ ଶିଶୁମାନଙ୍କୁ ପୋଲିସ ଭ୍ୟାନରେ ଟାଙ୍ଗରସାହିରୁ ଜୋର ଜବରଦସ୍ତ ଉଠାଇ ନେଇ ୩ କିମି ଦୂରରେ ଥିବା ମାନତିରା ଗ୍ରାମର ସ୍କୁଲ ଭିତରେ ଅଟକ ରଖାଗଲା। ପ୍ରାୟ ୫ ଘଣ୍ଟା ଅଟକ ରଖି ସନ୍ଧ୍ୟାରେ ସେମାନଙ୍କୁ ଛଡାଗଲା। ପୋଲିସର ଏଭଳି ଆଚରଣରେ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ ହୋଇ ଉଠିଛନ୍ତି। ଭିଟାମାଟି ହରାଇ ବାସହରା ହେବା ଓ ପୋଲିସର ଦମନ ମୂଳକ ନୀତି ପାଇଁ କ୍ଷତିଗ୍ରସ୍ତ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଜମି ଅଧିଗ୍ରହଣ ଆଇନ ଆଧାରରେ ଲିଖିତ ସୂଚନା ପ୍ରଦାନ କରି ଗ୍ରାମସଭାର ଆୟୋଜନ ସହ ଉପଯୁକ୍ତ କ୍ଷତି ପୂରଣ ଦେଇ ପୋଲିସ ଫୋର୍ସ ହଟାଇ ଶାନ୍ତି ଶୃଙ୍ଖଳାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri