କ୍ଷତିଗ୍ରସ୍ତ ପରିବାରକୁ ନଜରବନ୍ଦୀ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୨୪ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ତହସିଲ ଟାଙ୍ଗରସାହି ଗ୍ରାମର କ୍ଷତିଗ୍ରସ୍ତ ପରିବାର ବୁଧବାର ହକ୍‌ ପାଇଁ ଦାବି କରି ଇଡ୍‌କୋ ଓ ପୋଲିସ ଦ୍ୱାରା ନଜରବନ୍ଦୀ ହୋଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଇଡ୍‌କୋ ଦ୍ୱାରା ଜମି ମାପଚୁପକୁ ବିରୋଧ କରିବାରୁ ପୋଲିସ ପ୍ରାୟ ୫୦ ମହିଳା,ପୁରୁଷଙ୍କ ସମେତ ଛୋଟ ପିଲାଙ୍କୁ ଉଠାଇ ନେଇ ମାନତିରା କଲେଜରେ ଭୋକ ଉପାସରେ ରଖିଥିଲା। ଖାଇବାକୁ ଦେବା ତ’ଦୂରର କଥା ପାଣି ବୁନ୍ଦାଏ ବି ଦେଇ ନ ଥିଲା ବୋଲି ଚାନ୍ଦିଆ ସରପଞ୍ଚ ପାଣ୍ଡୁରାମ ଖୁଣ୍ଟିଆଙ୍କ ସମେତ ରାମରାୟ ଲାଗୁରି, ପାଣ୍ଡବ ହୁସା ପ୍ରମୁଖ କୋହଭରା କଣ୍ଠରେ କହିଛନ୍ତି।
ଶିଳ୍ପ କାରଖାନା ଦ୍ୱାରା ପ୍ରଦୂଷଣର ଶିକାର ଟାଙ୍ଗରସାହି, କୁଡୁମୀସାହି, ଅରାସାହି ଆଦି ଗ୍ରାମବାସୀଙ୍କୁ ଥଇଥାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ କ୍ଷତିଗ୍ରସ୍ତ ପରିବାର ୨୩ା୯ା୨୦୨୨ରେ ବିିଭିନ୍ନ ଦାବି ନେଇ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଗଢି ଉଠିଥିବା ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ପରିବାର ଏବେ ବି ସମସ୍ୟାରେ ଗତି କରୁଥିବାରୁ ପୁଣି ବିସ୍ଥାପିତ ହେବାକୁ ଥିବା ଲୋକେ ଆଉ ପ୍ରଶାସନର ପ୍ରତିଶ୍ରୁତି ଗ୍ରହଣ କରି ପାରୁ ନାହାନ୍ତି। ତେଣୁ ଯେଉଁ ତାରିଖରେ ବିସ୍ଥାପିତ ପାଇଁ ଦିନ ଧାର୍ଯ୍ୟ କରାଯିବ, ସେହି ତାରିଖ ସୁଦ୍ଧା ଯାହାର ୧୮ ବର୍ଷ ହେଉଛି ସେମାନଙ୍କୁ ପୃଥକ ପରିବାର ଭାବେ ବିବେଚନା କରିବା, ବିସ୍ଥାପିତଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ପ୍ରଥମେ ବିସ୍ଥାପିତ ପରେ କାରଖାନା, ବିସ୍ଥାପିତ ସହ ଯୋଗ୍ୟତା ଅନୁଯାୟୀ ପ୍ରତ୍ୟେକ ପରିବାରରୁ ସ୍ଥାୟୀ ନିଯୁକ୍ତି ଆଦି ଦାବି କରାଯାଇଥିଲା। କିନ୍ତୁ କ୍ଷତିଗ୍ରସ୍ତ ପରିବାରଙ୍କ ଦାବିକୁ କେହି କର୍ଣ୍ଣପାତ କଲେ ନାହିଁ। ଫଳରେ ବୁଧବାର ଅପରାହ୍ନ ୧ଟାରେ ଟାଙ୍ଗରସାହିର ସମସ୍ତ ପରିବାର ମାପଚୁପକୁ ବିରୋଧ କରିିଥିଲେ। ଏହାପରେ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଲଗାଇ କ୍ଷତିଗ୍ରସ୍ତ ଲୋକଙ୍କୁ ଉଠାଇ ନେଇ ସନ୍ଧ୍ୟାରେ ଛାଡିଛି। ସ୍କୁଲରୁ ଫେରିଥିବା ପିଲା ଘରେ ମା’ବାପାଙ୍କୁ ନ ପାଇ କାନ୍ଦିଥିବା ଦେଖିବାକୁ ମିିଳିଥିଲା। ଯଦି ଦାବିଗୁଡିକ ପୁରଣ ନ କରି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଏ ତେବେ ପୁଣି ଏକ କଳିଙ୍ଗନଗର ଗୁଳିକାଣ୍ଡ ହୋଇପାରେ ବୋଲି ଆଦିବାସୀ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଟାଙ୍ଗରସାହିର ୨୯ ଭୂମିହୀନ ପରିବାରଙ୍କୁ ସରକାରଙ୍କ ଜମିବଣ୍ଟନ ଯୋଜନାରେ ଦାନଗଦୀ ତହସିଲ ଯଖପୁରା ମୌଜାର ଖାତା ନଂ. ୪୧୯ର ପ୍ଲ୍‌ଟ ନଂ. ୫୫୭, ୫୫୮, ୫୬୦ରେ ୧୧୫ ଏକର ଜମି ଦିଆଯାଇଥିଲା। ଏହି ଜମିରେ ସେମାନେ ଚାଷ କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଏବେ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ଜମିକୁ ସରକାର ଅଧିଗ୍ରହଣ କରୁଛନ୍ତି। ଚଞ୍ଚକତା ପୂର୍ବକ କାଗଜ କଲମରେ ଅଧିଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି। ଯଦି ଉକ୍ତ ଜମି କାଢି ନିଆଯାଏ ତେବେ ସେମାନେ ଜୀବନଜୀବିକା ହରାଇବେ ବୋଲି କହିଛନ୍ତି। ତେଣୁ ବିସ୍ଥାପନ ଆଇନ ଅନୁଯାୟୀ କ୍ଷତିପୂରଣ ଏବଂ ଥଇଥାନ କରାଯିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ(ଏଡିଏମ) ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଟାଙ୍ଗରସାହିରେ ୨୯ ପରିବାର ସରକାରୀ ଜମି ଜବରଦଖଲ କରି ରହୁଛନ୍ତି। ଦୀର୍ଘଦିନ ହେଲା ସେମାନେ ରହୁଥିବାରୁ ସମସ୍ତ ବିସ୍ଥାପିତ ଯୋଜନାରେ ସାମିଲ କରାଯାଉଛି। ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ ଡେସିମିଲ ଜମି ଦିଆଯାଉଛି। ପରିବାରର ଜଣଙ୍କୁ ନିଯୁକ୍ତି ମିଳିବ। ମାନତିରାଠାରେ ବିସ୍ଥାପିତ କଲୋନୀ କରାଯାଇ ସମସ୍ତ ସୁବିଧା ହେଉଛି। ଏହାସହ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ ସେମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ସରକାରୀ ଜମିରେ ରହୁଥିଲେ ଥଇଥାନ ଓ ବିସ୍ଥାପିତ ଆଇନରେ ଆସୁ ନ ଥିଲେ ହେଁ ପ୍ରଶାସନ ସମସ୍ତ ସୁବିଧା କରିବାକୁ ତପତ୍ରତା ପ୍ରକାଶ କରିଛି। କିନ୍ତୁ ସେମାନେ ଏଥିରେ ସହଯୋଗ କରୁ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri