କ୍ଷତିଗ୍ରସ୍ତ ପରିବାରକୁ ନଜରବନ୍ଦୀ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୨୪ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ତହସିଲ ଟାଙ୍ଗରସାହି ଗ୍ରାମର କ୍ଷତିଗ୍ରସ୍ତ ପରିବାର ବୁଧବାର ହକ୍‌ ପାଇଁ ଦାବି କରି ଇଡ୍‌କୋ ଓ ପୋଲିସ ଦ୍ୱାରା ନଜରବନ୍ଦୀ ହୋଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଇଡ୍‌କୋ ଦ୍ୱାରା ଜମି ମାପଚୁପକୁ ବିରୋଧ କରିବାରୁ ପୋଲିସ ପ୍ରାୟ ୫୦ ମହିଳା,ପୁରୁଷଙ୍କ ସମେତ ଛୋଟ ପିଲାଙ୍କୁ ଉଠାଇ ନେଇ ମାନତିରା କଲେଜରେ ଭୋକ ଉପାସରେ ରଖିଥିଲା। ଖାଇବାକୁ ଦେବା ତ’ଦୂରର କଥା ପାଣି ବୁନ୍ଦାଏ ବି ଦେଇ ନ ଥିଲା ବୋଲି ଚାନ୍ଦିଆ ସରପଞ୍ଚ ପାଣ୍ଡୁରାମ ଖୁଣ୍ଟିଆଙ୍କ ସମେତ ରାମରାୟ ଲାଗୁରି, ପାଣ୍ଡବ ହୁସା ପ୍ରମୁଖ କୋହଭରା କଣ୍ଠରେ କହିଛନ୍ତି।
ଶିଳ୍ପ କାରଖାନା ଦ୍ୱାରା ପ୍ରଦୂଷଣର ଶିକାର ଟାଙ୍ଗରସାହି, କୁଡୁମୀସାହି, ଅରାସାହି ଆଦି ଗ୍ରାମବାସୀଙ୍କୁ ଥଇଥାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ କ୍ଷତିଗ୍ରସ୍ତ ପରିବାର ୨୩ା୯ା୨୦୨୨ରେ ବିିଭିନ୍ନ ଦାବି ନେଇ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଗଢି ଉଠିଥିବା ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ପରିବାର ଏବେ ବି ସମସ୍ୟାରେ ଗତି କରୁଥିବାରୁ ପୁଣି ବିସ୍ଥାପିତ ହେବାକୁ ଥିବା ଲୋକେ ଆଉ ପ୍ରଶାସନର ପ୍ରତିଶ୍ରୁତି ଗ୍ରହଣ କରି ପାରୁ ନାହାନ୍ତି। ତେଣୁ ଯେଉଁ ତାରିଖରେ ବିସ୍ଥାପିତ ପାଇଁ ଦିନ ଧାର୍ଯ୍ୟ କରାଯିବ, ସେହି ତାରିଖ ସୁଦ୍ଧା ଯାହାର ୧୮ ବର୍ଷ ହେଉଛି ସେମାନଙ୍କୁ ପୃଥକ ପରିବାର ଭାବେ ବିବେଚନା କରିବା, ବିସ୍ଥାପିତଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ପ୍ରଥମେ ବିସ୍ଥାପିତ ପରେ କାରଖାନା, ବିସ୍ଥାପିତ ସହ ଯୋଗ୍ୟତା ଅନୁଯାୟୀ ପ୍ରତ୍ୟେକ ପରିବାରରୁ ସ୍ଥାୟୀ ନିଯୁକ୍ତି ଆଦି ଦାବି କରାଯାଇଥିଲା। କିନ୍ତୁ କ୍ଷତିଗ୍ରସ୍ତ ପରିବାରଙ୍କ ଦାବିକୁ କେହି କର୍ଣ୍ଣପାତ କଲେ ନାହିଁ। ଫଳରେ ବୁଧବାର ଅପରାହ୍ନ ୧ଟାରେ ଟାଙ୍ଗରସାହିର ସମସ୍ତ ପରିବାର ମାପଚୁପକୁ ବିରୋଧ କରିିଥିଲେ। ଏହାପରେ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଲଗାଇ କ୍ଷତିଗ୍ରସ୍ତ ଲୋକଙ୍କୁ ଉଠାଇ ନେଇ ସନ୍ଧ୍ୟାରେ ଛାଡିଛି। ସ୍କୁଲରୁ ଫେରିଥିବା ପିଲା ଘରେ ମା’ବାପାଙ୍କୁ ନ ପାଇ କାନ୍ଦିଥିବା ଦେଖିବାକୁ ମିିଳିଥିଲା। ଯଦି ଦାବିଗୁଡିକ ପୁରଣ ନ କରି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଏ ତେବେ ପୁଣି ଏକ କଳିଙ୍ଗନଗର ଗୁଳିକାଣ୍ଡ ହୋଇପାରେ ବୋଲି ଆଦିବାସୀ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଟାଙ୍ଗରସାହିର ୨୯ ଭୂମିହୀନ ପରିବାରଙ୍କୁ ସରକାରଙ୍କ ଜମିବଣ୍ଟନ ଯୋଜନାରେ ଦାନଗଦୀ ତହସିଲ ଯଖପୁରା ମୌଜାର ଖାତା ନଂ. ୪୧୯ର ପ୍ଲ୍‌ଟ ନଂ. ୫୫୭, ୫୫୮, ୫୬୦ରେ ୧୧୫ ଏକର ଜମି ଦିଆଯାଇଥିଲା। ଏହି ଜମିରେ ସେମାନେ ଚାଷ କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଏବେ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ଜମିକୁ ସରକାର ଅଧିଗ୍ରହଣ କରୁଛନ୍ତି। ଚଞ୍ଚକତା ପୂର୍ବକ କାଗଜ କଲମରେ ଅଧିଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି। ଯଦି ଉକ୍ତ ଜମି କାଢି ନିଆଯାଏ ତେବେ ସେମାନେ ଜୀବନଜୀବିକା ହରାଇବେ ବୋଲି କହିଛନ୍ତି। ତେଣୁ ବିସ୍ଥାପନ ଆଇନ ଅନୁଯାୟୀ କ୍ଷତିପୂରଣ ଏବଂ ଥଇଥାନ କରାଯିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ(ଏଡିଏମ) ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଟାଙ୍ଗରସାହିରେ ୨୯ ପରିବାର ସରକାରୀ ଜମି ଜବରଦଖଲ କରି ରହୁଛନ୍ତି। ଦୀର୍ଘଦିନ ହେଲା ସେମାନେ ରହୁଥିବାରୁ ସମସ୍ତ ବିସ୍ଥାପିତ ଯୋଜନାରେ ସାମିଲ କରାଯାଉଛି। ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ ଡେସିମିଲ ଜମି ଦିଆଯାଉଛି। ପରିବାରର ଜଣଙ୍କୁ ନିଯୁକ୍ତି ମିଳିବ। ମାନତିରାଠାରେ ବିସ୍ଥାପିତ କଲୋନୀ କରାଯାଇ ସମସ୍ତ ସୁବିଧା ହେଉଛି। ଏହାସହ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ ସେମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ସରକାରୀ ଜମିରେ ରହୁଥିଲେ ଥଇଥାନ ଓ ବିସ୍ଥାପିତ ଆଇନରେ ଆସୁ ନ ଥିଲେ ହେଁ ପ୍ରଶାସନ ସମସ୍ତ ସୁବିଧା କରିବାକୁ ତପତ୍ରତା ପ୍ରକାଶ କରିଛି। କିନ୍ତୁ ସେମାନେ ଏଥିରେ ସହଯୋଗ କରୁ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?