ବିରୂପା ସେତୁ ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି ସେତୁ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ଠିକାଦାର ନିର୍ମାଣରେ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି।
ସେତୁ ନିର୍ମାଣ କାର୍ଯ୍ୟ ୨୦୨୧ ଡିସେମ୍ବର ୨୨ରୁ ଆରମ୍ଭ ହୋଇଛି। ୨୩୫ମିଟର ଲମ୍ବ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ୧୭କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ୨୦୨୩ ମାର୍ଚ୍ଚରେ ଶେଷ ହେବ ବୋଲି ନିର୍ମାଣ ଆରମ୍ଭ ସମୟରେ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା। ସିଏଜି ରିପୋର୍ଟ ଆଧାରରେ ଏହି ସେତୁ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଠିକା ସଂସ୍ଥା ଏହା ମଧ୍ୟରେ ସେତୁର ପିଲର କାମ କରୁଛି। ସୁଉଚ୍ଚ ବିଶିଷ୍ଟ ହେବାକୁ ଥିବା ଏହି ସେତୁର ଆଠଟି ପିଲର ମଧ୍ୟରୁ ୬ଟି ପିଲର ନିର୍ମାଣ କାମ ଚାଲିଛି। ତେବେ ନିର୍ମାଣ ଶୈଳୀରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଛି। ଏହା ଏକ ବୃହତ ସେତୁ ହୋଇଥିବାବେଳେ ଏଥିରେ ଦିଆଯାଉଥିବା ରଡ୍‌ଗୁଡ଼ିକ ନିମ୍ନମାନର ବୋଲି ଲୋକେ ଅଭିଯୋଗ କରିଛନ୍ତି। ବିଭାଗ ତରଫରୁ ଧାର୍ଯ୍ୟ କରାଯାଇଥିବା ରଡ୍‌ର ମୋଟେଇକୁ ମଧ୍ୟ କମ୍‌ କରିଦିଆଯାଇଛି। ୩୦ଏମଏମ୍‌ ରଡ୍‌ ଦିଆଯିବ ବୋଲି ଉଲ୍ଲେଖ ରହିଥିବାବେଳେ ଏଥିରେ ୨୦ ଏମ୍‌ଏମ୍‌ ରଡ୍‌ ବ୍ୟବହାର କରାଯାଉଛି। ସେତୁ ନିର୍ମାଣ ପାଇଁ ୧୭କୋଟି ୩୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହାର ଉଭୟ ପାର୍ଶ୍ୱ ରାସ୍ତା ଓ ଜମି ଅଧିଗ୍ରହଣ ନେଇ ସମୁଦାୟ ୨୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ସେତୁ ନିର୍ମାଣ ସ୍ଥଳରେ ବିଭାଗୀୟ ଯନ୍ତ୍ରୀମାନେ ରହି ତନଖି କରିବାର ନିୟମ ଥିବାବେଳେ ଏହାକୁ ତନଖି କରାଯାଉ ନାହିଁ। ନିର୍ମାଣ ସମୟରେ ଠିକ୍‌ରେ ତଦାରଖ କରା ନ ଗଲେ ଭବିଷ୍ୟତରେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଏହି ସେତୁ ସହିତ ସଂଯୋଗ କରିବା ପାଇଁ ବାଲିଚନ୍ଦ୍ରପୁର-ବରୁହାଁ ରାସ୍ତାର ଅରେଇକଣାଠାରୁ ମାଣ୍ଡୁକା ପର୍ଯ୍ୟନ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ହେବ ବୋଲି ବିଭାଗ ତରଫରୁ ଆକଳନ କରାଯାଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ତେଣୁ ଖୁବ୍‌ଶୀଘ୍ର ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେବ। ସମ୍ପୃକ୍ତ ରାସ୍ତାଟି ବାଲିଚନ୍ଦ୍ରପୁରଠାରୁ ଜିଲା ସଦର ମହକୁମା ଯାଜପୁରକୁ ସଂଯୋଗ କରୁଛି। ତେଣୁ ଏହି ରାସ୍ତା ଉପରେ ଯାତାୟାତ ଅଧିକ ଥାଏ। ରୁକୁଟିପାଟଠାରେ ନିର୍ମାଣ ହେଉଥିବା ଏହି ସେତୁକୁ ଭଲ ଭାବରେ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସଙ୍କୁ ପଚାରିବାରେ ସେ କୁହନ୍ତି, ରୁକୁଟିପାଟ ସେତୁ ନିର୍ମାଣରେ ବିଳମ୍ବ ହୋଇଛି ସତ, ସେଭଳି କୌଣସି ନିମ୍ନମାନର କାର୍ଯ୍ୟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?