ଲୋକଙ୍କ କାମରେ ଲାଗୁନି ବିଜୁ ସେତୁ

ଯାଜପୁର ଅଫିସ,୪।୧୨: ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଜନକଲ୍ୟାଣକାରୀ ‘ବିଜୁ ସେତୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ କେତେକ ସ୍ଥାନରେ ବିଜୁ ସେତୁ ନିର୍ମାଣ ହୋଇସାରିଛି। କିନ୍ତୁ ସେତୁ ପାଇଁ ଆପ୍ରୋଚ୍‌ ରୋଡ୍‌ ହୋଇପାରୁ ନ ଥିବାରୁ ତାହା ଲୋକଙ୍କ କାମରେ ଲାଗି ପାରୁନାହିଁ। ଏହାର ଉଦାହରଣ ହେଉଛି ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ନିର୍ମାଣ ହେଉଥିବା ୪ଟି ସେତୁ। ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନରେ କରାଯାଉଥିବା ୯ଟି ସେତୁ ମଧ୍ୟରୁ ୫ଟି ସମ୍ପୂର୍ଣ୍ଣ ହୋଇପାରିଛି। ବାକି ୪ଟି ସେତୁ ଆପ୍ରୋଚ୍‌ ରୋଡ୍‌ ନ ଥିବା ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ୨୦୧୭ରୁ କାମ ଆରମ୍ଭ ହୋଇ ଏଯାଏ ତାହା ସମ୍ପୂର୍ଣ୍ଣ ନ ହେବା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଇତିମଧ୍ୟରେ ନୂତନ ୨ ବ୍ରିଜ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଓ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେଉ ନଥିବା ଅଭିଯୋଗ ହେଉଛି।
ଗମନାଗମନରେ ଯେଉଁ ଅଞ୍ଚଳ ଯେତେ ସୁଦୃଢ଼ ସେହି ଅନୁପାତରେ ସେତେ ବିକାଶିତ। ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ବିଜୁ ସେତୁ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ଜାରକ ଡିଭିଜନରେ ପ୍ରାୟ ୪୦ କୋଟି ଟଙ୍କା ବିନିଯୋଗ ହୋଇ ସାରିଛି। ହେଲେ ବିନିଯୋଗ ତୁଳନାରେ ଅଞ୍ଚଳବାସୀ ସେତେଟା ଲାଭବାନ ହୋଇ ପାରିନାହାନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁରଠାରୁ ପିପଲଡ଼ିହ ସଗଡ଼ିିଆ ନାଳ ଉପରେ ନିର୍ମିତ ବିଜୁ ସେତୁ ୨୦୧୭ରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୧୨ା୯ା୨୦୧୯ରେ ସମ୍ପୂର୍ଣ୍ଣ ହେବା କଥା। ଏଥିରେ ଏଯାଏ ୯୧.୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ଜମି ବିବାଦ ଯୋଗୁ ଆପ୍ରୋଚ୍‌ ରୋଡ୍‌ ଆରମ୍ଭ ହୋଇପାରିନାହିଁ। ସେହିପରି ଭୁବନପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ରାସ୍ତାଠାରୁ ଜଗନ୍ନାଥପୁର ମୁଖ୍ୟମନ୍ତ୍ରୀ ସଡକ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) ରାସ୍ତାର ସାନଗେଙ୍ଗୁଟି ନଦୀ ଉପରେ ୨୦୧୯ରୁ ଆରମ୍ଭ ହୋଇଥିବା ସେତୁ ଏଯାଏ ଲୋକଙ୍କ ସେବାରେ ଲାଗି ପାରିନାହିଁ। ଏହି ପ୍ରକଳ୍ପରେ ୩୫୫.୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଆପ୍ରୋଚ୍‌ ରାସ୍ତା କାର୍ଯ୍ୟ ଚାଲିିଛି ବୋଲି ବିଭାଗ ସୂତ୍ରରୁ କୁହାଯାଇଛି। ଅନୁରୂପ ଭାବେ ପଟୁଣିଆ ଗ୍ରାମ ପଞ୍ଚାୟତର ଶଙ୍କା ଗ୍ରାମ ନିକଟରେ ସଗଡିଆ ନାଳା ଉପରେ ୨୦୧୮ରୁ ନିର୍ମିତ ସେତୁ ଆପ୍ରୋଚ୍‌ ରାସ୍ତାରେ ଅଟକିଛି। ଏହି ପ୍ରକଳ୍ପ ପାଇଁ ୩୦୫.୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ରାଉତରାପୁର-କୁଣ୍ଡପାଟଣା ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ୨୦୧୯ରୁ ନିର୍ମିତ ସେତୁ ମଧ୍ୟ ଆପ୍ରୋଚ ରୋଡ୍‌ ପାଇଁ କାର୍ଯ୍ୟକାରୀ ହୋଇ ପାରିନାହିଁ। ଜମି ଅଧିଗ୍ରହଣରେ ବିଳମ୍ବ ଏହାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ପ୍ରକଳ୍ପ ପାଇଁ ୧୬୬୦.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଭଳି ସ୍ଥିତିରେ ପୁଣି ୨ଟି ବ୍ରିଜ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ରହିଛି। ବଡଚଣା ନିର୍ବାଚନ ମଣ୍ଡଳି ଅଧୀନ କୃଷ୍ଣଦାସପୁରଠାରୁ ରନତ୍ଗିରି ରାସ୍ତାର କେଲୁଅ ନାଳା ଉପରେ ୪୫ ମିଟର ଲମ୍ବର ବ୍ରିଜ ନିର୍ମାଣ ହେବ। ଏଥିପାଇଁ ୪୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଥିରେ ବଡଚଣା ବ୍ଲକର ପର୍ବତ, ପଣାସିଆ, ପଣସୁଆପାଳ, କୋହ୍ନଣଗିରି, ମୂଷାଟିକିରା, ରାମଦାସପୁର, ସାନବାଲିକୁଦା, ବେଙ୍ଗପୁର ଏବଂ ବରୀ ବ୍ଲକର ସୁକୁଳ, ମହାକାଳପଡା, ରନତ୍ଗିରି ପ୍ରଭୃତି ଗ୍ରାମର ପ୍ରାୟ ୧୦ ହଜାର ଲୋକ ଉପକୃତ ହେବେ। ସେହିପରି ବଡଚଣା ନିର୍ବାଚନମଣ୍ଡଳୀ ଅଧୀନ ସାନଗେଙ୍ଗୁଟି ନଦୀର ଉଦୟନଗର ଗ୍ରାମ ନିକଟରେ ୯୦ ମିଟର ଲମ୍ବର ଏକ ନୂତନ ବ୍ରିଜ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ୭୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ବ୍ରିଜ ନିର୍ମାଣ ହେଲେ ରାଧାଦେଈପୁର, ବିଦ୍ୟାଧରପୁର, ଅରଖପୁର, ଉଲୁରୀ, ଜଗନ୍ନାଥପୁର, ଶକୁନ୍ତଳାପୁର, ଉଦୟନଗର, ବଡଘୁମୁରି, ପାଇକରାପୁର ପ୍ରଭୃତି ଗ୍ରାମର ପ୍ରାୟ ୯୩୦୦ ଲୋକ ଉପକୃତ ହୋଇ ପାରିବେ। ତେବେ ଉପରୋକ୍ତ ଅର୍ଦ୍ଧନିର୍ମିତ ସେତୁଗୁଡିକ ଉପରେ ଉପକୃତ ହେବାକୁ ଆଶା ରଖିଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ୨୦୨୦ରୁ କୌଣସି ବିଜୁ ସେତୁ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?